www.samajalive.in
Wednesday, December 10, 2025
26.1 C
Bhubaneswar

ନବରଙ୍ଗପୁର ଓ କୋଷାଗୁମୁଡାର ୪୬୦ଟି ବୁଥରେ ମତଦାନ କରିବେ ୧୬୧୬୭୧ ଭୋଟର

ନବରଙ୍ଗପୁର: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ୨୦ ତାରିଖ ରବିବାର ଦିନ ନବରଙ୍ଗପୁର ବ୍ଲକ ଓ କୋଷାଗୁମୁଡା ବ୍ଲକରେ ଅନୁଷ୍ଠିତ ହେବ। ଏହି ଦୁଇଟି ବ୍ଲକ ନବରଙ୍ଗପୁର ଓ ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନରେ ରହିଛି। ଏହି ଦୁଇଟି ବ୍ଲକର ମୋଟ ୩୯ଟି ଗ୍ରାମପଞ୍ଚାୟତରେ ୪୬୦ଟି ବୁଥରେ ଭୋଟ ଗ୍ରହଣ କରାଯିବ। ଏଥିିରେ ମୋଟ ୧୬୧୬୭୧ଭୋଟର ସେମାନଙ୍କର ମତଦାନ କରିବେ।

ନବରଙ୍ଗପୁର ବ୍ଲକରେ ମୋଟ ୧୩ଟି ଗ୍ରାମପଞ୍ଚାୟତ ରହିଥିବା ବେଳେ ମୋଟ ୫୪୪୮୩ ଜଣ ଭୋଟ ଦେବେ। ମୋଟ ୧୫୯ଟି ବୁଥ ମଧ୍ୟରୁ ୨୦ଟି ସମ୍ବେଦନଶୀଳ ରହିଛି। ଏହି ବ୍ଲକରେ ୨ଟି ଜିଲାପରିଷଦ ସଭ୍ୟ ପାଇଁ ୬ ଜଣ ପ୍ରାର୍ଥୀ ଥିବା ବେଳେ ୧୩ଟି ସମିତିସଭ୍ୟ ପଦବୀ ପାଇଁ ୪୨ ଜଣ ପ୍ରାର୍ଥୀ, ୧୩ଟି ସରପଞ୍ଚ ପାଇଁ ୩୯ ଜଣ ପ୍ରାର୍ଥୀ ଓ ୧୫୯ଟି ୱାର୍ଡସଭ୍ୟ ପଦବୀ ପାଇଁ ମାତ୍ର ୩୨ ଜଣ ପ୍ରାର୍ଥୀ ରହିଛନ୍ତି। ବଳକା ପଦବୀ ଅପ୍ରତିଦ୍ୱନ୍ଦୀ ହୋଇଛି।

- Advertisement -

ସେହିପରି କୋଷାଗୁମୁଡା ବ୍ଲକର ୨୬ ଗ୍ରାମପଞ୍ଚାୟତରେ ୩୦୧ଟି ବୁଥ ରହିଥିବା ବେଳେ ମୋଟ ୧୦୭୧୮୮ ଭୋଟର ମତଦାନ କରିବେ। ଏହି ବ୍ଲକର ୧୬ଟି ବୁଥ୍‍ ସମ୍ବେଦନଶୀଳ ଓ ୩୨ ଅଧିକ ସମ୍ବେଦନଶୀଳ ରହିଛି। ତେବେ ଏହି ବ୍ଲକରେ ୩ଟି ଜିଲାପରିଷଦ ସଭ୍ୟ ପାଇଁ ୯ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ୨୬ ଟି ସମିତିସଭ୍ୟ ପଦବୀ ପାଇଁ ୬୬ ଜଣ ପ୍ରାର୍ଥୀ, ୨୬ଟି ସରପଞ୍ଚ ପାଇଁ ୯୦ ଜଣ ପ୍ରାର୍ଥୀ ଓ ୩୦୧ଟି ୱାର୍ଡ ସଭ୍ୟ ପାଇଁ ମାତ୍ର ୧୧୪ ଜଣ ପ୍ରାର୍ଥୀ ରହିଛନ୍ତି। ବଳକା ୱାର୍ଡସଭ୍ୟ ଅପ୍ରତିଦ୍ୱନ୍ଦି ହୋଇଥିବା ଜଣାପଡ଼ିଛି। ଶନିବାର ଅପରାହ୍ନ ସୁଦ୍ଧା ସମସ୍ତ ବୁଥରେ ପୋଲିଂ ଅଧିକାରୀମାନେ ପହଞ୍ଚିଥିବା ବେଳେ ସମସ୍ତ ବୁଥରେ ରବିବାର ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ। ଜିଲାପାଳ ଡଃ.କମଳ ଲୋଚନ ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ପିଏସ ପୁରୁଷୋତ୍ତମ ଦାସ ଓ ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ରତ୍ମାକର ସାହୁ ଓ ଅନ୍ୟାନ୍ୟ ଜିଲାସ୍ତରୀୟ ଅଧିକାରୀମାନେ ଏହି ଦୁଇଟି ବ୍ଲକକୁ ଗସ୍ତ କରି ନିର୍ବାଚନ କାର୍ଯ୍ୟର ତଦାରଖ କରିଛନ୍ତି। ନବରଙ୍ଗପୁର ବ୍ଲକର ବିଡିଓ ସୁକାନ୍ତ ପଟ୍ଟନାୟକ ଓ କୋଷାଗୁମୁଡା ବିଡିଓ ଅକ୍ଷମିତା କାର୍ତ୍ତୀକ ସଂପୃକ୍ତ ବ୍ଲକର ନିର୍ବାଚନ କାର୍ଯ୍ୟ ପରିଚାଳନା କରୁଛନ୍ତି। ଏହି ଦୁଇଟି ବ୍ଲକ ଅଞ୍ଚଳର ମାଓପ୍ରବଣ ବୁଥ ନଥିବା ଜଣାଯାଇଛି। ତେବେ ଭୋଟ ଗ୍ରହଣ ଦିନ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories