www.samajalive.in
Wednesday, December 10, 2025
26.1 C
Bhubaneswar

ପ୍ରଚାର ଜୋରଦାର, ଦଳୀୟ ପ୍ରାର୍ଥୀଙ୍କୁ ଭୋଟଦେଇ ଜୟଯୁକ୍ତ ପାଇଁ ନିବେଦନ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ,
ଗୁରୁଡିଝାଟିଆ,୨୦।୧(ନି.ପ୍ର) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ପୁଅ ଆଦିତ୍ୟ ଜୋରଦାର ଉଦ୍ୟମ ଚଳାଇଛନ୍ତି। ବାପପୁଅ ବିଭିନ୍ନ ଜିଲ୍ଲାପରିଷଦ ଜୋନରେ ଦଳୀୟ କର୍ମୀମାନଙ୍କୁ ଧରି ଦଳୀୟ ପ୍ରାର୍ଥୀଙ୍କୁ ଭୋଟଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିବା ସହ ରାଜ୍ୟ ସରକାରଙ୍କ ସ୍ୱଚ୍ଛ ଶାସନ, ମହିଳା ଶସକ୍ତିକରଣ ଜରିଆରେ ମହିଳାଙ୍କ ହାତକୁ କାମ, ସ୍ୱାସ୍ଥ୍ୟସେବାର ଉନ୍ନତିକରଣ ,ଓଡିଶାକୁ ବିଭିନ୍ନ କ୍ଷେତ୍ରରେ ମଡେଲ ଭାବରେ ଗଢିତୋଳିବା ସଂପର୍କରେ ଲୋକମାନଙ୍କୁ ବୁଝାଇବା ସହିତ କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧି ବିରୋଧରେ ବିଷୋଦଗାର କରିଥିଲେ।

ଆଠଗଡ ବ୍ଲକ ଜିଲ୍ଲାପରିଷଦ ଜୋନ-୨ ଓ ୩ରେ ଦଳୀୟ ପ୍ରାର୍ଥୀମାନଙକ୍ ପାଇଁ ମାରାଥନ ପ୍ରଚାର ଆରମ୍ଭ କରିଦେଇଛନ୍ତି ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଉମାବଲ୍ଲଭ ରଥ। ଶ୍ରୀ ରଥ ଜିଲ୍ଲାପରିଷଦ ଜୋନ-୨ର କଂଗ୍ରେସ ପ୍ରାର୍ଥୀନି ରଞ୍ଜିତା ହେସାଙ୍କୁ ବିଜୟ କରିବା ପାଇଁ ଭୋଗରା,ଖୁଣ୍ଟୁଣୀ,କଣ୍ଡରେଇ ,ଗୁରୁଡିଝାଟିଆ,ରାଧାକିଶୋରପୁର,ଓରନ୍ଦା,କୁଷ୍ପଙ୍ଗି,ଛଅଗାଁ,ଗୋବରା ଓ କୁମାରପୁର ଆଦି ପଞ୍ଚାୟତମାନଙ୍କରେ ବିଭିନ୍ନ ଗାଁମାନଙ୍କରେ ପ୍ରଚାର କରିଛନ୍ତି। ଜିଲ୍ଲାପରିଷଦ ଜୋନ-୨ରେ ବିଜେପି ନେତା ବ୍ରଜେନ୍ଦ୍ର ରାୟ ଆଜି ଦଳୀୟ ପ୍ରାର୍ଥୀ ଚିନ୍ମୟୀ ପୂର୍ତ୍ତିଙ୍କୁ ପଦ୍ମଫୁଲ ଚିହ୍ନରେ ମୋହର ମାରି ଜୟଯୁକ୍ତକରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଶ୍ରୀ ରାୟ ଆଜି ଭୋଗରା, ଡାଳଭାଗ, କଣ୍ଡରେଇ, ରାଧାକୃଷ୍ଣପୁର, ରାଧାକିଶୋରପୁର, ଛଅଗାଁ, କୁମାରପୁର, ଓରନ୍ଦା, କୁଷ୍ପଙ୍ଗି ଆଦି ପଞ୍ଚାୟତମାନଙ୍କରେ ନିଜର ଦଳୀୟ ସମର୍ଥକ ମାନଙ୍କ ସହିତ ଜୋନ-୨ ଜିଲ୍ଲାପରିଷଦ ପ୍ରାର୍ଥୀ ଚିନ୍ମୟୀଙ୍କୁ ଜିତାଇବା ପାଇଁ ଜୋରାଦାର ପ୍ରଚାର ଚଳାଇଛନ୍ତି।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories