୩ଶହ ମତଦାନ କେନ୍ଦ୍ର, ୬୧୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୪,୮୬୭ ଭୋଟର

ଆସନ୍ତାକାଲି ହରଭଙ୍ଗା ବ୍ଲକରେ ମତଦାନ

ହରଭଙ୍ଗା: ଆସନ୍ତାକାଲି ହରଭଙ୍ଗା ବ୍ଲକରେ ତ୍ରୀ-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ହେବ ତୃତୀୟ ପର୍ଯ୍ୟାୟ ମତଦାନ। ମତଦାନ ପାଇଁ ବ୍ଲକର ମୋଟ ୩ଶହ ମତଦାନ କେନ୍ଦ୍ର ଆୟୋଜନ କରାଯାଇଛି। ଏଥିପାଇଁ ୧୨ଶହ କର୍ମଚାରୀ ନିୟୋଜିତ ହେବେ ବୋଲି ଜଣାପଡିଛି। ବ୍ଲକର ୨୮୫ଟି ପ୍ରାଥମିକ ସ୍କୁଲ, ୧୧ଟି ଅଙ୍ଗନଓାର୍ଡୀ କେନ୍ଦ୍ର ,୦୩ଟି ଗୋଷ୍ଠି କେନ୍ଦ୍ର ଏବଂ ଅସ୍ଥାୟୀଭାବେ ଗୋଟିଏ ମତଦାନ କେନ୍ଦ୍ର ଆୟୋଜନ ହୋଇଛି। ସେଥରୁ ୨୯ଟି ସମ୍ବେଦନଶୀଳ ଏବଂ ୧୪ଟି ଅଧିକ ସମ୍ବେଦନଶୀଳ ବୁଥ ରହିଥିବାବେଳେ ଗୋଟିଏ ମାତ୍ର ଗୋଲାପି ବୁଥର ଆୟୋଜନ ହୋଇଥିବା ସୂଚନା ମିଳିଛି।

 

prayash

ବ୍ଲକରେ ସମୁଦାୟ ୯୪ହଜାର ୮୬୭ ଜଣ ଭୋଟର ଥିବାବେଳେ ୯୪ଜଣ ସରପଞ୍ଚ, ୭୬ଜଣ ସମିତି ସଭ୍ୟ, ୪୩୨ ଓାର୍ଡସଭ୍ୟ ଏବଂ ୧୧ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୬୧୩ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ସେଥିରୁ ୩ଜଣ ଜିଲା ପରିଷଦ ସଭ୍ୟ, ୨୨ଜଣ ସରପଞ୍ଚ, ୨୨ଜଣ ସମିତି ସଭ୍ୟ ଏବଂ ୩ଶହ ଓାର୍ଡସଭ୍ୟଙ୍କୁ ବାଛିବେ ଭୋଟର।

kalyan agarbati

Comments are closed.