www.samajalive.in
Saturday, December 6, 2025
26.1 C
Bhubaneswar

ନ୍ୟୁଜଲ୍ୟାଣ୍ଡରେ ଆରମ୍ଭ ହେବ ‘ଓଲା’ କାର ସେବା

ନୂଆଦିଲ୍ଲୀ : ଭାରତୀୟ କାର ସେବା କମ୍ପାନୀ ଓଲା ବହୁଶୀଘ୍ର ନ୍ୟୁଜଲ୍ୟାଣ୍ଡରେ ସେବା ପ୍ରଦାନ କରିବାକୁ ଯାଉଛି। ନ୍ୟୁଜଲ୍ୟାଣ୍ଡର ସର୍ବପ୍ରଥମେ ଅକଲଣ୍ଡ, କାଇଷ୍ଟଚର୍ଚ୍ଚ ଓ ବୋଲିଂଟନ ଆଦି ସହରରେ ଆରମ୍ଭ କରାଯିବ। କ୍ୟାବ ଏଗ୍ରିଗେଟରଙ୍କ ସୂଚନା ଅନୁସାରେ ଓଲା ସେବା ପ୍ରଦାନ କରିବାର ଯୋଜନା ରଖିଛି।
ସୂଚନାଯୋଗ୍ୟ ଯେ ନ୍ୟୁଜଲ୍ୟାଣ୍ଡରେ ନିଜର ସେବା ଆରମ୍ଭର କୌଣସି ତାରିଖ ଘୋଷଣା କରାଯାଇନାହିଁ। ଚଳିତ ବର୍ଷ ଫେବୃୟାରୀରେ ଓଲା ଅଷ୍ଟ୍ରେଲିଆରେ ଏବଂ ଅଗଷ୍ଟରେ ବ୍ରିଟେନ ଠାରେ ନିଜର ସେବା ଆରମ୍ଭ କରିଥିଲା। ଅଷ୍ଟ୍ରେଲିଆର ସିଡନି, ମେଲବର୍ଣ୍ଣ ଓ ପର୍ଥ ଠାରେ ଏହାର ସେବା ପ୍ରଦାନ କରାଯାଉଛି। ସେହିପରି ବ୍ରିଟେନର କେବକାର୍ଡିକ୍‍, ନ୍ୟୁପୋର୍ଟ ଆଦି ସହରରେ ସେବା ପ୍ରଦାନ କରୁଛି। କମ୍ପାନୀ ମୁଖ୍ୟ କାର୍ଯ୍ୟନିର୍ବାହି ଅଧିକାରୀ ଭବେଶ ଅଗ୍ରୱାଲଙ୍କ ମତରେ ବର୍ତ୍ତମାନ ଲୋକମାନଙ୍କୁ ସେବା ପ୍ରଦାନ କରାଯିବ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories