www.samajalive.in
Thursday, December 11, 2025
13.1 C
Bhubaneswar

୪ଟି ଉପାୟରେ ପାନମଧୁରୀ ସେବନ ଦ୍ୱାରା ମିଳେ ଚମତ୍କାରୀ ଲାଭ

ଏପରି କିଛି ଖାଦ୍ୟ ରହିଛି,ଯାହା ପୁଷ୍ଟିଯୁକ୍ତ ହେବା ସହ ଓଜନ ହ୍ରାସ ମଧ୍ୟ ହୋଇଥାଏ। ପାନମଧୁରୀ ସେଥିମଧ୍ୟରୁ ଗୋଟିଏ। ଏଥିରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ରହିଛି। ପାନମଧୁରୀରେ ଭିଟାମିନ ସି, ଭିଟାମିନ ଇ, ଭିଟାମିନ କେ,ଜିଙ୍କ,ପୋଟାସିୟମ,ମାଗ୍ନେସିୟମ,ସେଲନିୟମ,ଆଇନ,ଫାଇବର ଆଦି ରହିଛି। ପାନମଧୁରୀ ଓଜନ ହ୍ରାସ ପାଇଁ ସହାୟକ ହୋଇଥାଏ ବୋଲି କୁହାଯାଏ। ଏଥିରେ ଥିବା ଫାଇବର ଓଜନକୁ ନିୟନ୍ତ୍ରଣ ରଖିଥାଏ। ପାନମଧୁରୀ ଚା’ ପିଇବା ଦ୍ୱାରା ଖୁବ ଶୀଘ୍ର ଓଜନ ହ୍ରାସ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ତ୍ୱଚା ଉଜ୍ଜ୍ୱଳ ହୋଇଥାଏ। ଶକ୍ତରେ ଶର୍କରାର ମାତ୍ରା ମଧ୍ୟ ନିୟନ୍ତ୍ରଣ କରିଥାଏ। ଏହି ୪ଟି ଉପାୟରେ ସେବନ କରନ୍ତୁ ପାନମଧୁରୀ ….
୧ କପ ପାନମଧୁରୀକୁ ଭଲ ଭାବେ ଗୁଣ୍ଡ କରି ଦିଅନ୍ତୁ। ଏଥିରେ ମେଥିଦାନା,କଳାଲୁଣ,ହେଙ୍ଗୁ ଗୁଣ୍ଡ,ମିଶ୍ରି ଆଦିକୁ ବ୍ୟବହାର କରି ମଧ୍ୟ ଖିଆଯାଏ। ଯାହା ହଜମ କ୍ରିୟା ସୁଚାରୁରୂପେ କରିଥାଏ।ଓଜନ ହ୍ରାସ ସହ ତ୍ୱଚାକୁ ଉଜ୍ଜ୍ୱଳ କରିଥାଏ।
ପାଣି ସହ ପାନମଧୁରୀ ସେବନ ପେଟ ଯନ୍ତ୍ରଣା,ପାଚନକୁ ସୁସ୍ଥ ରଖି ବାରେ ସହାୟକ ହୋଇଥାଏ। ଏକ ଗ୍ଲାସରେ ଅଳ୍ପ ପରିମାଣରେ ପାନମଧୁରୀ ଭିଜାଇ ରଖି ଦିଅନ୍ତୁ। ସକାଳେ ପିଅନ୍ତୁ। ସକାଳେ ଓ ସନ୍ଧ୍ୟାରେ ପାନମଧୁରୀ ପାଣି ପିଇବା ଦ୍ୱାରା ଓଜନ ଖୁବ ଶୀଘ୍ର ହ୍ରାସ ହୋଇଥାଏ।
ପାନମଧୁରୀ ଚା’ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ପାନମଧୁରୀ ଚା’ ପ୍ରସ୍ତୁତ କରିବା ପାଇଁ ଗ୍ୟାସରେ ଏକ ପାତ୍ରରେ ପାଣି ବସାଇ ଫୁଟିବା ବେଳେ ପାନମଧୁରୀ ପକାଇ ଫୁଟାନ୍ତୁ। ଏଥିରେ ଅଳ୍ପ ଗୁଡ ମଧ୍ୟ ପକାନ୍ତୁ। ମାତ୍ର ଚିନି ପକାନ୍ତୁ ନାହିଁ।
ଗ୍ୟାସରେ ଏକ ପାତ୍ର ବସାଇ ପାନମଧୁରୀ ଭାଜି ଦିଅନ୍ତୁ। ସ୍ୱାଦ ପାଇଁ ଏଥିରେ ଅଳ୍ପ କିଛି ମିଶ୍ରି ମିଶାନ୍ତୁ। ଏହାକୁ ଅଳ୍ପ ଅଳ୍ପ ଖାଆନ୍ତୁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories