ନୂଆଦିଲ୍ଲୀ: ଦେଶରେ ପ୍ରଣୟନ ହୋଇଛି ସବୁଜ ଉଦଜାନ ନୀତି । କେନ୍ଦ୍ର ସରକାର ଏହି ନୀତିକୁ ପ୍ରଣୟନ କରିଛନ୍ତି । ଗତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଘୋଷଣା କରିଥିଲେ। ଏହା ପ୍ରଦୂଷଣକୁ ହ୍ରାସ କରିବା ସହିତ ପାରମ୍ପାରିକ ଶକ୍ତି ଉତ୍ସ ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ସାହାଯ୍ୟ କରିବ ।
ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏହି ନୀତି ପ୍ରଣୟନ କରାଯାଇଛି । ଏଥିରେ ଦର୍ଶାଯାଇଛି ସବୁଜ ଉଦଜାନର ନିର୍ମାତାମାନେ ବିଦ୍ୟୁତ୍ ବିନିମୟରୁ ଅକ୍ଷୟ ଶକ୍ତି କ୍ରୟ କରିପାରିବେ । ଯଦି ସେମାନେ ଚାହାଁନ୍ତି, ସେମାନେ ନିଜର ଅକ୍ଷୟ ଶକ୍ତି ସୁବିଧା ସ୍ଥାପନ କରିପାରିବେ ।
ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ସବୁଜ ହାଇଡ୍ରୋଜେନର ଉତ୍ପାଦକମାନେ ବିତରଣ କମ୍ପାନୀ ସହିତ ସେମାନଙ୍କର ଅକ୍ଷୟ ଶକ୍ତି ୩୦ ଦିନ ପର୍ୟ୍ୟନ୍ତ ରଖିପାରିବେ । ଆବଶ୍ୟକ ହେଲେ ସେମାନେ ଏହାକୁ ଫେରାଇ ନେଇପାରିବେ । ସବୁଜ ଉଦଜାନ ନୀତି ଉତ୍ପାଦନକାରୀ ମାନଙ୍କୁ କିଛି ରିହାତି ପ୍ରଦାନ କରିବ । ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଏନେଇ ଘୋଷଣା କରିଥିବା ବେଳେ, ଭାରତକୁ ସବୁଜ ଉଦଜାନ କେନ୍ଦ୍ର କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ୨୦୩୦ ସୁଦ୍ଧା ସରକାର ୫ ନିୟୁତ ଟନ୍ ସବୁଜ ଉଦଜାନ ଉତ୍ପାଦନ କରିବାକୁ ଚାହୁଁଛନ୍ତି ।
ଆପଣ ଜାଣିଛନ୍ତି କି ଏ ସବୁଜ ଉଦଜାନ କ’ଣ ?
ସବୁଜ ଉଦଜାନ ହେଉଛି ଏକ ଶକ୍ତିର ଉତ୍ସ । ଏଥିରେ ରାସାୟନିକ ପଦାର୍ଥ, ଲୁହା, ପରିବହନ, ଗରମ ଏବଂ ଶକ୍ତି ଅନ୍ତର୍ଭୁକ୍ତ । ଉଦଜାନର ବ୍ୟବହାର ପ୍ରଦୂଷଣର କାରଣ ହୁଏ ନାହିଁ । ସବୁଜ ଉଦଯାନ ଉତ୍ପାଦନରେ ବୈଦ୍ୟୁତିକର ସ୍ୱଳ୍ପ ଯୋଗାଣ ଏକ ପ୍ରମୁଖ ପ୍ରତିବନ୍ଧକ । ବିଶେଷଜ୍ଞମାନେ କହିଛନ୍ତି ଯେ ସବୁକିଛି ପାଇଁ ବିଦ୍ୟୁତ୍ ବ୍ୟବହାର କରାଯାଇପାରିବ ନାହିଁ । ଏପରି ପରିସ୍ଥିତିରେ ଗ୍ୟାସକୁ କେତେକ ଶିଳ୍ପ ପ୍ରକ୍ରିୟା ଏବଂ ଭାରୀ ପରିବହନ ପାଇଁ ବ୍ୟବହାର କରାଯାଇପାରିବ । ନବୀକରଣ ଯୋଗ୍ୟ ହାଇଡ୍ରୋଜେନ ହେଉଛି ସର୍ବୋତ୍ତମ ଗ୍ୟାସ । ଏହା ସମ୍ପୂର୍ଣ୍ଣ ପରିଷ୍କାର ଅଟେ । ନବୀକରଣ ଯୋଗ୍ୟ ଶକ୍ତିର ମୂଲ୍ୟ ହ୍ରାସ ହେବା ସହିତ ସବୁଜ ଉଦଜାନ ଉତ୍ପାଦନ ମୂଲ୍ୟ ହ୍ରାସ ପାଉଛି ।



