www.samajalive.in
Saturday, December 13, 2025
17.1 C
Bhubaneswar

ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ପୁଣି କିଟ୍‍ର ସଫଳତା

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟ ଅନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ପୁଣି ସଫଳତା ହାସଲ କରିଛି। ମଙ୍ଗଳବାର ଟାଇମ୍‍ସ ହାଇୟର ଏଜୁକେସନ୍‍ ପକ୍ଷରୁ ପ୍ରକାଶ ପାଇଛି ବିଶ୍ୱର ଶ୍ରେଷ୍ଠ ୟଙ୍ଗ ୟୁନିଭରସିଟି ତାଲିକା। ୫୦ବର୍ଷରୁ କମ୍‍ ସମୟ ମଧ୍ୟରେ ପ୍ରତିଷ୍ଠା ଲାଭ କରିଥିବା ବିଶ୍ୱର ଖ୍ୟାତି ସମ୍ପନ୍ନ ବିଶ୍ୱବିଦ୍ୟାଳୟକୁ ନେଇ ଟାଇମ୍‍ସ ହାଇୟର ଏଜୁକେସନ୍‍ ପକ୍ଷରୁ ପ୍ରତିବର୍ଷ ରାଙ୍କିଙ୍ଗ କରାଯାଇଆସୁଛି। ୨୦୨୨ ବର୍ଷ ପାଇଁ ଟାଇମ୍‍ସ ହାଇୟର ଏଜୁକେସନ୍‍ ପକ୍ଷରୁ କରାଯାଇଥିବା ଏହି ରାଙ୍କିଙ୍ଗରେ କିଟ୍‍ ବିଶ୍ୱବିଦ୍ୟାଳୟ ୨୫୧+ ସ୍ଥାନରେ ରହି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଦେଇଛି । ଏହା ସହ କିଟ୍‍ ଭାରତର ଅନେକ ଲବ୍‍ଧ ପ୍ରତିଷ୍ଠିତ ଡିମ୍‍ଡ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସର୍ବୋତ୍ତମ ସ୍ଥାନ ଅଧିକାର କରିବା ସହ ଓଡ଼ିଶାରେ ଶ୍ରେଷ୍ଠ ସ୍ଥାନରେ ରହିଛି।
ଟାଇମ୍‍ସ ହାଇୟର ଏଜୁକେସନ୍‍ ପକ୍ଷରୁ ଶିକ୍ଷାଦାନ, ଗବେଷଣା, ଅନ୍ତର୍ଜାତିକ ଦୃଷ୍ଟିଭଙ୍ଗୀ ଓ ଔଦ୍ୟୋଗିକ ଉତ୍ପାଦନ ଆଦି ୫ଟି ମାନଦଣ୍ଡକୁ ବିଚାରକୁ ନେଇ ଏହି ରାଙ୍କିଙ୍ଗ କରାଯାଇଛି ।

 

- Advertisement -

କିଟ୍‍ ବିଶ୍ୱବିଦ୍ୟାଳୟ ମାତ୍ର ୧୮ବର୍ଷର ବିଶ୍ୱବିଦ୍ୟାଳୟ ହୋଇଥିବା ବେଳେ ୨୫ବର୍ଷର ଅନୁଷ୍ଠାନ । ଖୁବ୍‍ କମ ସମୟ ମଧ୍ୟରେ ଗୁଣାତ୍ମକ ଶିକ୍ଷାଦାନ, ଗବେଷଣା, ଶୈକ୍ଷିକ ପରିବେଶ, ଛାତ୍ର ଓ କର୍ମଚାରୀ ଅନୁକୂଳ ପରିବେଶ ଏବଂ ବିଶେଷ କରି ଅନ୍ତର୍ଜାତିକ ଦୃଷ୍ଟିଭଙ୍ଗୀ ଯୋଗୁଁ କିଟ୍‍ ବିଶ୍ୱବିଦ୍ୟାଳୟକୁ ଏଭଳି ସମ୍ମାନ ମିଳିପାରୁଛି ବୋଲି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ପ୍ରକାଶ କରିଛନ୍ତି । କିଟ୍‍ର ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀଙ୍କ ସହଯୋଗ ଓ ନିଷ୍ଠା ଯୋଗୁଁ ଏହି ସଫଳତା ମିଳିବା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି।
୨୦୨୧ରେ କିଟ୍‍ ବିଶ୍ୱବିଦ୍ୟାଳୟ ଟାଇମ୍‍ସ ହାଇୟର ଏଜୁକେସନ୍‍ ପକ୍ଷରୁ ପ୍ରକାଶିତ ବିଶ୍ୱର ୟଙ୍ଗ ୟୁନିଭରସିଟି ତାଲିକାର ୩୦୧+ ସ୍ଥାନରେ ରହିଥିଲା।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories