www.samajalive.in
Friday, December 12, 2025
19.1 C
Bhubaneswar

ଧାମରା ପଞ୍ଚାୟତରେ ଶାସକ ଦଳର ଦାଦାଗିରିକୁ ନେଇ ଧାମରା-ଭଦ୍ରକ ରାସ୍ତା ରୋକ

ଧାମରା: ଧାମରା ପଞ୍ଚାୟତରେ ଶାସକ ଦଳର ଦାଦାଗିରୀ ଅସହ୍ୟ ହୋଇ ପଡିଛି। ଏହାର ଜବାବରେ ବିରୋଧୀ ଦଳ ଧାମରା ବିକାଶ ମଞ୍ଚ ଆଜି ଧାମରା-ଭଦ୍ରକ ରାଜରାସ୍ତାକୁ ଦୀର୍ଘ ୩ଘଣ୍ଟା ବନ୍ଦ କରି ରଖିଥିଲେ, ପରେ ପୁଲିସ ପ୍ରଶାସନର ହସ୍ତକ୍ଷେପ ପରେ ଏହି ରାସ୍ତାରେ ଯାତାୟତ ସ୍ୱାଭାବିକ ହୋଇଥିଲା। ଘଟଣାରୁ ପ୍ରକାଶ ଗତକାଲି ଧାମରା ପଞ୍ଚାୟତର ଶାସକ ଦଳର କିଛି ଅସାମାଜିକ ଯୁବକ ସେହି ପଂଚାୟତର ଝାଡକାଟି ଗ୍ରାମର ବନ ମଣ୍ଡଳଙ୍କ ପୁଅ ଗୁରୁପଦ ମଣ୍ଡଳ ଙ୍କ ଘରେ ଦାଦାଗିରୀ କରିବା ସହ ଗୁରୁପଦଙ୍କ ସ୍ତ୍ରୀକୁ ଅଶାଳୀନ ବ୍ୟବହାର କରିବା ସହ ଗୁରୁପଦକୁୁ ଜୋର ଜବରଦସ୍ତ ମଧ୍ୟରାତ୍ରିରେ ଅପହରଣ କରିନେଇଥିଲେ। ଏହି ଅପହରଣ ବିଷୟରେ ଧାମରା ପୁଲିସ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ ଧାମରା ଥାନାରେ ଷ୍ଟାଫ କମ ଦର୍ଶାଇ ସଂପୃକ୍ତ ଅଧିକାରୀ ଶ୍ରୀ କାନ୍ତ ପତି ଠିକ ସମୟରେ ଅପହୃତଙ୍କ ଘରେ ପହଞ୍ଚି ପାରି ନଥିଲେ ଏ ନେଇ ଗୁରୁପଦଙ୍କ ସ୍ତ୍ରୀ ରିଙ୍କି ମଣ୍ଡଳ ଗତକାଲି ରାତ୍ର ୨ଘଟିକା ସମୟରେ ଧାମରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଧାମରା ଥାନାରେ ଧାମରା ପଞ୍ଚାୟତର ଶାସକ ଦଳର ୬ଜଣ ବ୍ୟକ୍ତିଙ୍କ ନାମରେ ମକଦମା ରୁଜୁ କରାଯାଇଛି। ଗତକାଲି ଠାରୁ ଆଜି ସକାଳ ପର୍ଯ୍ୟନ୍ତ ଗୁରୁପଦର ଖୋଜ ଖବର ନ ମିଳିବାରୁ ଧାମରା ବିକାଶ ମଞ୍ଚ ଡିଆଇ ରୋଡ ଠାରେ ଧାମରା-ଭଦ୍ରକ ରାସ୍ତାକୁ ବନ୍ଦ କରି ଧାରଣାରେ ବସିଥିଲେ। ଏହି ଖବର ପାଇବା ପରେ ଧାମରା ପୁଲିସ ଧାରଣା ସ୍ଥାନକୁ ଯିବାକୁ ନିଜର ଅକ୍ଷମତା ପ୍ରକାଶ କରିଥିଲେ। ପରେ ନିର୍ବାଚନ ଦାୟିତ୍ୱରେ ଥିବା ଡିଏସପି ଶ୍ରୀ ନିବାସ ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ଆନ୍ଦୋଳନ କାରୀ ଘଟଣା ସ୍ଥଳରୁ ଉଠି ନଥିଲେ, ଖୁବଶୀଘ୍ର ଗୁଣ୍ଡାଗର୍ଦୀ କରିଥିବା ଦୋଷୀଙ୍କ ଗିରଫ କରାଯିବ ବୋଲି ପୁନଶ୍ଚ ଆଶ୍ୱସନା ଦେବା ପରେ ଆନ୍ଦୋଳନକାରୀ ଘଟଣାସ୍ଥଳରୁ ଉଠିଥିଲେ। ଅପରାହ୍ନ ୧୨ଟା ରୁ ୩ଟା ପର୍ଯ୍ୟନ୍ତ ଧାମରା-ଭଦ୍ରକ ରାସ୍ତାରେ ସଂପୂର୍ଣ୍ଣ ଯାତାୟତ ବନ୍ଦ ଥିଲା। ଆଜିର ଏହି ଆନ୍ଦୋଳନରେ ଧାମରା ବିକାଶ ମଞ୍ଚ ପକ୍ଷରୁ ବାମଦେବ ନାୟକ, ପ୍ରଦୀପ ରାଉତ, ବାପୁଜୀ ମାଝୀ, ଗଦାଧର ନାୟକ, ନରେନ୍ଦ୍ର ନାୟକଙ୍କ ସମେତ ବିକାଶ ମଞ୍ଚ ପକ୍ଷରୁ ଶତାଧିକ ମହିଳା ଏହି ଆନ୍ଦୋଳନରେ ସାମିଲଥିଲେ।

 

- Advertisement -

 

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories