www.samajalive.in
Tuesday, December 9, 2025
16.1 C
Bhubaneswar

ବଜାରକୁ ଆସିଲା ମାରୁତିର ଇଲେକ୍ଟ୍ରିକ୍‍ କାର୍‍, ଥରେ ଚାର୍ଜ କଲେ ଯିବ ୫ଶହ କିମି

ନୂଆଦିଲ୍ଲୀ: କାର୍‍ କିଣିବାକୁ ଇଚ୍ଛୁକ ଥିବା ଗ୍ରାହକଙ୍କ ପାଇଁ ଖୁସି ଖବର । ବଜାରକୁ ଆସିଲାଣି ମାରୁତିର ଇଲେକ୍ଟ୍ରିକ୍‍ କାର୍‍ । ମାତ୍ର ଗୋଟିଏ ଥର ଚାର୍ଜ କରିବା ଦ୍ୱାରା ଏହି କାର୍‍ ୫ଶହ କିମି ପର୍ଯ୍ୟନ୍ତ ଯାଇପାରିବ । ଅଟୋମୋବାଇଲ କ୍ଷେତ୍ରରେ ପ୍ରାୟ ସମସ୍ତ କମ୍ପାନୀ ବର୍ତ୍ତମାନ ବୈଦ୍ୟୁତିକ ଯାନ ନିର୍ମାଣ କରିବାକୁ ନେଇ ପ୍ରୟାସ ଜାରି ରଖିଛନ୍ତି । ଏହି ସମୟରେ ମାରୁତି ସୁଜୁକି ଏବଂ ଟୟୋଟା ସହଭାଗିତାରେ ଏକ ବୈଦ୍ୟୁତିକ କାର୍‍ ଲଞ୍ଚ କରିବାକୁ ଯୋଜନା କରୁଛନ୍ତି । ଯାହାର ନାଁ YY8 ରଖାଯାଇଛି ।

ଏହି କାର୍‍ ବଜାରକୁ ଏକ ନୂଆ ଡିଜାଇନରେ ଆସିବ ଏବଂ ଏହାର ମୂଲ୍ୟ ମଧ୍ୟ ଅଧିକ ରଖାଯାଇନାହିଁ । ଏହି କାରର ମୂଲ୍ୟ ୧୩ରୁ ୧୫ ଲକ୍ଷ ଟଙ୍କା ରଖାଯାଇପାରେ ବୋଲି କୁହାଯାଉଛି । ହୁଣ୍ଡାଇ କୋନା ଏବଂ ଟାଟା ନକ୍ସନ୍ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ ଏହି ବୈଦ୍ୟୁତିକ କାର୍‍ । ସୂଚନା ମୁତାବକ ଏହି କାର୍‍ ପାଇଁ ଲିଥିୟମ ବ୍ୟାଟେରୀ ଚାଇନାରୁ ଆମଦାନୀ କରାଯିବ । କାରର ଅନ୍ୟାନ୍ୟ ସୁବିଧା ପାଇଁ କମ୍ପାନୀ ବ୍ୟବସ୍ଥା କରୁଛି ।

- Advertisement -

ଏହି କାର୍‍ ପ୍ରାୟ ୪୦୦ କିଲୋମିଟର ଯାଏ ଯାଇପାରିବ ବୋଲି କୁହାଯାଇଛି । ଗୋଟିଏ ଇଲେକ୍ଟ୍ରିକ୍ ମୋଟର ବ୍ୟବହାର କରି ୧୩୮ hp ଉତ୍ପାଦନ କରିବାରେ ସକ୍ଷମ ହେବ ଏହି କାର୍‍ । ଆସିବାକୁ ଥିବା ଏହି ଇଲେକ୍ଟ୍ରକ୍‍ କାରରେ ୪୮ kWh ବ୍ୟାଟେରୀ ପ୍ୟାକ୍ ମଧ୍ୟ ବ୍ୟବହୃତ ହେବ । ଯାହା ଗୋଟିଏ ଚାର୍ଜରେ ୫୦୦ କିଲୋମିଟର ଯାଇପାରିବ ବୋଲି କମ୍ପାନୀ କହିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories