www.samajalive.in
Wednesday, December 10, 2025
26.1 C
Bhubaneswar

ଦାଉଦର ଭଉଣୀ ହାସିନା ଘରେ ଇଡି ଚଢଉ

ମୁମ୍ବଇ, : ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ୍‌ର ଭଉଣୀ ହାସିନ ପାରକରଙ୍କ ଘରେ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଚଢଉ କରିଛି। ଇଡି ଅଧିକାରୀଙ୍କ କହିବା ଅନୁଯାୟୀ ଦାଉଦ ବିରୋଧରେ ଚାଲିଥିବା ବେଆଇନ ଅର୍ଥ କାରବାର ମାମଲାର ତଦନ୍ତ କ୍ରମରେ ହାସିନାଙ୍କ ବାସଭବନ ସମେତ ୧୦ଟି ସ୍ଥାନରେ ଚଢଉ କରାଯାଇଛି। ଦାଉଦର ବେଆଇନ ସମ୍ପତ୍ତି ଓ ହାୱଲା ମାଧ୍ୟମରେ ଅର୍ଥ କାରବାର କାର୍ଯ୍ୟରେ ଭଉଣୀ ହାସିନା ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଦାଉଦ ବିରୋଧରେ ବେଆଇନ ଅର୍ଥ କାରବାର ମାମଲାର ଚଢଉ ବେଳେ ଇଡି ମୁମ୍ବଇରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ୧୯୯୩ ମୁମ୍ବଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଦାଉଦ ବିରୋଧରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ନିକଟରେ ରୁଜୁ କରିଥିବା ଏକ ମାମଲାକୁ ଆଧାର କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବେଆଇନ ଅର୍ଥ କାରବାର ନିରୋଧୀ ଏଜେନ୍ସି ଇଡି ଦାଉଦର ଚାନ୍ଦା ଆଦାୟ, ବେଆଇନ ସମ୍ପତ୍ତି ଜମା ଓ ଅନ୍ୟାନ୍ୟ ସମ୍ପତ୍ତି କାରବାର ଉପରେ ତଦନ୍ତ କରୁଛି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories