ବାଙ୍କୀ: ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମଙ୍ଗଳବାର ସକାଳେ ଏକ ଶୋଭାଯାତ୍ରାରେ ଡମପଡା ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚ, ସମିତିସଭ୍ୟ ପ୍ରାର୍ଥୀ ଏବଂ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ସ୍ଥାନୀୟ ଜାଡୁମଲ୍ଲ ଠାକୁରାଣୀଙ୍କ ନିକଟରୁ ଦଳୀୟ କର୍ମୀମାନେ ବିଧାୟକ ଓ ପ୍ରାର୍ଥୀମାନଙ୍କୁ ଏକ ଖୋଲା ଗାଡିରେ ଯାତ୍ରା କରାଇ ପ୍ରତି ୱାର୍ଡରେ ଭୋଟ ଭିକ୍ଷା କରିଛନ୍ତି। ଡମପଡା ପଞ୍ଚାୟତ ପାଇଁ ସରପଞ୍ଚ ପ୍ରାର୍ଥୀ ଭାବରେ ରୁପାଲି ପରିଜା ଏବଂ ସମିତିସଭ୍ୟ ପ୍ରାର୍ଥୀ ଗୋଲାପ ମାଝୀ ଜୋଡହସ୍ତରେ ଭୋଟ ଭିକ୍ଷା କରିଛନ୍ତି। ସେହିପରି ଜିଲ୍ଲାପରିଷଦ ପ୍ରାର୍ଥୀ ଆଶିଷ କୁମାର ସାହୁ ଭୋଟ ଭିକ୍ଷା କରି ୩୮ନଂ ଜୋନର ଜିଲ୍ଲାପରିଷଦ ପ୍ରାର୍ଥୀ ଭାବରେ ମୋହର ଦେଇ ତାଙ୍କୁ ଜୟଯୁକ୍ତ କରିବା ପାଇଁ ନିବେଦନ କରିଛନ୍ତି। ଡମପଡା ବ୍ଲକର ଏହି ପଞ୍ଚାୟତରେ ଫେବୃୟାରୀ ୨୨ତାରିଖରେ ୧୬ଟି ୱାର୍ଡର ୧୫ଟି କେନ୍ଦ୍ରରେ ୨୨୯୫ପୁରୁଷ ଓ ୨୧୪୧ଜଣ ମହିଳା ମତଦାତା ମତଦାନ କରି ନିଜର ପ୍ରାର୍ଥୀ ଚୟନର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ।
Popular Categories



