www.samajalive.in
Monday, December 8, 2025
13.1 C
Bhubaneswar

ଭାରତରେ ବଢ଼ୁଛି ସନରୁଫ କାରର ଚାହିଦା, ଜାଣନ୍ତୁ କ’ଣ ରହିଛି ଏହାର ଅସୁବିଧା

ନୂଆଦିଲ୍ଲୀ: କାରରେ ବଢ଼ୁଛି ସନରୁଫର ଚାହିଦା । ଫ୍ୟାସନେବୁଲ କାର୍‍ ହେଉକି କି ଅନ୍ୟ କିଛି ସବୁଠି ସନରୁଫ ପ୍ରତି ଆକର୍ଷିତ ହେଉଛନ୍ତି ଗ୍ରାହକ । ଏହି ସନରୁଫକୁ ମଧ୍ୟ କମ୍ପାନୀ ଗୁଡ଼ିକ ସୁଲଭ ମୂଲ୍ୟ ଗ୍ରାହକଙ୍କୁ ଯୋଗାଇ ଦେଉଛନ୍ତି । ଏହି ବ୍ୟବସ୍ଥା ଯୋଗୁ ଗ୍ରୀଷ୍ମ, ବର୍ଷା ଓ ଶୀତ ଋତୁର ଭରପୂର ଆନ୍ଦ ନେଇଥାନ୍ତି ଉପଭୋକ୍ତା ।
ଜାଣନ୍ତୁ ଏହି ସନରୁଫ କ’ଣ ?

- Advertisement -

ସନରୁଫ ହେଉଛି ଏକ ସ୍ୱଚ୍ଛ ଚଳନଶୀଳ ପ୍ୟାନେଲ । ଯାହା କାରର ଛାତରେ ରଖାଯାଇଥାଏ । ଏହାକୁ ଆମେ ଟେଲିଂ କିମ୍ବା ସ୍ଲାଇଡ୍ କରି ଖୋଲିପାରିବା । ଆଜିକାଲି ପାନୋରାମିକ୍ ସନରୁଫ ହେଉଛି ଟ୍ରେଣ୍ଡ । ଏହି ସନରୁଫ ଉଭୟ ଆଗ ଏବଂ ପଛ ସିଟକୁ ଆବୃତ୍ତ କରି ରଖିଥାଏ । ସୂର୍ଯ୍ୟକିରଣ ଥିବାବେଳେ କ୍ୟାବିନରେ ପ୍ରାକୃତିକ ଆଲୋକ ଉପଲବ୍ଧ କରେ ଏହି ସନରୁଫ । କାର୍ ଚାଳକ ମଧ୍ୟ ସନରୁଫ ଯୋଗୁ ବାହାର ପବନର ସୁବିଧା ନେଇଥାନ୍ତି । ସନରୁଫ ଦ୍ୱାରା ବାହ୍ୟ ଦୃଶ୍ୟ ମଧ୍ୟ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହୁଏ । କ୍ୟାବିନରେ ବାୟୁକୁ ସନ୍ତୁଳନ କରିବା ପାଇଁ ୱିଣ୍ଡୋ ଅପେକ୍ଷା ସନରୁଫ ଅଧିକ ଉପଯୋଗୀ ।

ହେଲେ ଏହି କାର୍‍ ଖରାପ ହେଲେ କାର ମାଲିକ ବହୁ ଅସୁବିଧାରେ ପଡ଼ିଥାନ୍ତି । କାରଣ ଏହି କାର ଖରାପ ହେଲେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । କାରକୁ ବିକ୍ରି କିମ୍ବା ବଦଳାଇବାକୁ ହେଲ କାର୍‍ ମାଲିକଙ୍କୁ ବହୁତ ଭାବିବାକୁ ପଡ଼ିଥାଏ । ତେଣୁ ଏହି କାରକୁ ଭାବିଚିନ୍ତି କିଣିବା ନିହାତି ଆବଶ୍ୟକ ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories