www.samajalive.in
Friday, December 12, 2025
17.1 C
Bhubaneswar

ଦୁଇ ନାବଳିକା ଭଉଣୀଙ୍କ ବିବାହ ରୋକିଲା ପ୍ରଶାସନ

ବୌଦ୍ଧ: ବାଲ୍ୟ ବିବାହ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ମଧ୍ୟ କୋଭିଡର ପ୍ରଭାବ ଦେଖାଯାଇଛି । କୋଭିଡ ଯୋଗୁଁ ସାରା ରାଜ୍ୟରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାବେଳେ ଘରେ ବସାଇ ଝିଅମାନଙ୍କ ବୋଝ ଉଠାଇନପାରି ଦୁଇ ନାବାଳିକା ଭଉଣୀଙ୍କ ବାହାଘର ପାଇଁ ନିର୍ବନ୍ଧ କରାଇଦେଉଥିବାବେଳେ ସୂଚନା ପାଇ ପ୍ରଶାସନ ପକ୍ଷରୁ ଏହି ନିର୍ବନ୍ଧକୁ ରୋକାଯାଇପାରିଛି । ଏହି ସମ୍ବେଦନଶୀଳ ଘଟଣାଟି ଘଟିଛି ବୌଦ୍ଧ ସହରଠାରୁ ମାତ୍ର ଦୁଇକିଲୋମିଟର ଦୂରରେ ଥିବା ଏକ ଗ୍ରାମରେ । ସୂଚନା ମୁତାବକ ହରଭଙ୍ଗା ବ୍ଲକ ଅର୍ନ୍ତଗତ ସରସରା ପଞ୍ଚାୟତର କୁଡାସାହିରେ ଜଣେ ବିଧବା ମହିଳାଙ୍କ ୬ ଜଣ ପୁଅଝିଅଙ୍କ ମଧ୍ୟରୁ ଗୋଟିଏ ଝିଅର ବାହାଘର ସରିଥିବାବେଳେ ଅନ୍ୟ ୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ଜିଲା ଶିଶୁ ମଙ୍ଗଳ ସମିତି ପକ୍ଷରୁ ଆଶୀର୍ବାଦ ଯୋଜନାରେ ୧୮ବର୍ଷ ହେବା ପର୍ଯ୍ୟନ୍ତ ମାସିକ ୧୫୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇଦିଆଯାଇଛି । ସେମାନଙ୍କ ମଧ୍ୟରୁ ହରଭଙ୍ଗାବ୍ଲକ ସ୍ଥିତ କସ୍ତୁରବା ଗାନ୍ଧୀ ବିଦ୍ୟାଳୟରେ ନବମ ଶ୍ରେଣୀ ପଢୁଥିବା(୧୪ବର୍ଷ) ଓ ଯୁକ୍ତଦୁଇ ପଢିଥିବା (୧୭.୨ବର୍ଷ) ନାବାଳିକା ଭଉଣୀଙ୍କୁ ବିଧବା ମା ପରିବାରର ବୋଝ ଉଠାଇନପାରି ବିବାହ କରାଇଦେବାକୁ ଯୋଜନା କରି ସୋମବାର ଦିନ ନିର୍ବନ୍ଧ କରାଉଥିବା ସୂଚନା ପ୍ରଥମେ କସ୍ତୁରବା ଗାନ୍ଧୀ ବିଦ୍ୟାଳୟର ୱାଡେନ ଆରତୀ ହୋତାଙ୍କ ନିକଟରେ ପ୍ରଥମେ ପହଞ୍ଚିଥିଲା ।

ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ଏ ବୟସରେ ବିବାହ ପାଇଁ ରାଜି ନଥିବା ନାବଳିକା ଝିଅ ଜଣକ ଏ ସଂପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବାପରେ ବିଦ୍ୟାଳୟ ପକ୍ଷରୁ ବାଳିକା ଜିଲା ଶିକ୍ଷା ସଂଯୋଜିକା ରାଜଲକ୍ଷ୍ମୀ ପଣ୍ଡାଙ୍କୁ ଏ ସଂପର୍କରେ ସୂଚନା ଦିଆଯାଇଥିଲା । ଘଟଣା ସଂପର୍କରେ ଶିକ୍ଷା ବିଭାଗରୁ ସୂଚନା ପାଇ ତୁରନ୍ତ ଏକ୍ସନ ମୋଡକୁ ଆସିଥିଲା ଜିଲା ସମାଜ ମଙ୍ଗଳ ବିଭାଗ । ଜିଲା ପ୍ରଶାସନ ପକ୍ଷରୁ ବାଲ୍ୟ ବିବାହ ଜିଲା ପରାମର୍ଶଦାତ୍ରୀ ପ୍ରବିଜ୍ଞା ଦାଶ,ପ୍ରୋଗ୍ରାମ ଅଫିସର ସର୍ମିଷ୍ଠା ହୋତା, ସେକ୍ଟର ସୁପରଭାଇଜର ବାସନ୍ତି ମହାକୁଡ,ସରସରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବସନ୍ତ କୁମାର ସାହୁ , ସମଗ୍ର ଶିକ୍ଷା ଅଭିଯାନର ଯୋଜନା ସଂଯୋଜକ ଦେବାଶିଷ ସାମନ୍ତରାୟ ଓ ସ୍ଥାନୀୟ ଅଙ୍ଗନବାଡି କର୍ମୀଙ୍କୁ ନେଇ ଏକ ଟିମ ସରସରା କୁଡାସାହିରେ ପହଞ୍ଚିଥିଲା । ସଂପୃକ୍ତ ଦୁଇ ନବାଳିକାଙ୍କ ମା ବିଧବା ମହିଳାଙ୍କୁ ଏହି ଟିମର ସଦସ୍ୟମାନେ ବୟସ ପୂର୍ବରୁ ଝିଅମାନଙ୍କୁ ବିବାହ ନକରାଇବାକୁ ବୁଝାଶୁଝା କରିବା ସହିତ ସେମାନଙ୍କ ନିର୍ବନ୍ଧ କାର୍ଯ୍ୟକ୍ରମକୁ ବନ୍ଦ କରିଥିଲେ । ଏଥିସହିତ ଦୁଇ ନାବାଳିକା ଓ ପରିବାର ସଦସ୍ୟଙ୍କୁ ଶିଶୁ ମଙ୍ଗଳ ସମିତିରେ ହାଜର କରାଯିବା ସହିତ ବୟସ ପୂର୍ବରୁ ଝିଅମାନଙ୍କୁ ବିବାହ ନକରାଇବାକୁ ଚୁକ୍ତି କରାଯାଇଥିବା ଜଣାଯାଇଛି । କୋଭିଡ ସଂକ୍ରମଣ ଭୟରେ ଦୀର୍ଘ ଦୁଇବର୍ଷ ହେଲା ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାବେଳେ ଅନେକ ଗରିବ ପରିବାରର ପିଲାଙ୍କ ସ୍କୁଲ ବ୍ୟାଗରେ ଡୋର ବନ୍ଧା ହୋଇରହିଛି । ଏହାର ପ୍ରଭାବ ବିଶେଷ ଭାବରେ ଝିଅମାନଙ୍କ ଉପରେ ପରିଲକ୍ଷିତ ହେଉଅଛି । ଅନେକ ଗରିବ ପରିବାର ଆଉ ଝିଅଙ୍କୁ ପାଠ ପଢାଇବାର ଆଶାଛାଡି ସେମାନଙ୍କ ବିବାହ କରି ଦାୟିତ୍ୱ ସାରିବାକୁ ଉଦ୍ୟମ କରୁଥିବା ଦେଖାଯାଉଅଛି । ସରସରା କୁଡାସାହିର ଦୁଇ ନାବାଳିକା ଭଉଣୀଙ୍କ ବାହାଘର ଉଦ୍ୟମ ରୋକିବାରେ ଜିଲା ପ୍ରଶାସନ ପକ୍ଷରୁ ବନ୍ଦ କରାଯିବା ଏହାର ଏକ ଜ୍ୱଳନ୍ତ ଉଦାହରଣ । ସବୁ ଘଟଣା ଲୋକଲୋଚନକୁ ଆସିପାରୁନଥିବାବେଳେ ସାଧାରଣଲୋକ ସଚେତନ  ହୋଇ ଯେକøଣସି ସ୍ଥାନରେ ନାବଳିକାଙ୍କୁ ପରିବାରଲୋକ ବିବାହ କରାଉଥିବା ସଂପର୍କରେ ସୂଚନା ଦେଲେ ଜିଲା ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇପାରନ୍ତା ।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories