www.samajalive.in
Monday, December 8, 2025
14.1 C
Bhubaneswar

ଘର ଛାଡ଼ିଲେ ତୃତୀୟ ପତ୍ନୀ, ଶୁକ୍ରବାର ଅନାସ୍ଥା ପ୍ରସ୍ତାବ

ପେଟ୍ରୋଲ ୧୫୦, ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୯୮୪୭ ଟଙ୍କା

ପାକିସ୍ତାନ ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହାର ପ୍ରଭାବ ସେଠାକାର ଲୋକଙ୍କ ଉପରେ ପଡ଼ୁଛି। ପରିସ୍ଥିତି ଏପରି ହୋଇଛି ଯେ ପାକିସ୍ତାନରେ ପ୍ରଥମ ଥର ପାଇଁ ପେଟ୍ରୋଲ ଦର ଲିଟର ପିଛା ୧୫୦ ଟଙ୍କାରୁ ଅଧିକ ହୋଇଛି। ରନ୍ଧନ ଗ୍ୟାସର ଦର ମଧ୍ୟ ଆକାଶଛୁଆଁ ହୋଇଛି। ଗୋଟିଏ ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡରର ଦାମ୍ ୨୫୬୦ ଟଙ୍କା ହୋଇଥିବାବେଳେ ବାଣିଜ୍ୟିକ ବ୍ୟବହାର ପାଇଁ ଉପଲବ୍ଧ ସିଲିଣ୍ଡରର ମୂଲ୍ୟ ୯୮୪୭ ଟଙ୍କାରେ ପହଞ୍ଚିଛି।

- Advertisement -

ଇସଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସମୟ ଭଲ ନାହିଁ। ସେ ଉଭୟ ପରିବାର ଓ ସରକାରରୁ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ତିନି ଦିନ ପୂର୍ବେ ନିଜ ଦଳର ସାଂସଦ ଅମିର୍ ଲିୟାକତଙ୍କୁ ତୃତୀୟ ବିବାହ ପାଇଁ ଶୁଭେଚ୍ଛା ଜଣାଇଥିବା ଇମ୍ରାନଙ୍କ ନିଜ ଘର ଭାଙ୍ଗି ଯାଇଛି। ତୃତୀୟ ପତ୍ନୀ ବୁସ୍ରା ବିବି ମାନେକା ତାଙ୍କୁ ଛାଡ଼ି ଚାଲିଯାଇଛନ୍ତି। ଇମ୍ରାନଙ୍କ ସହ ଝଗଡ଼ା ପରେ ବୁସ୍ରା ଇସଲାମାବାଦସ୍ଥିତ ଇମ୍ରାନଙ୍କ ଘର ଛାଡ଼ି ଲାହୋର ପଳାଇଛନ୍ତି। ସେ ସେଠାରେ ବାନ୍ଧବୀ ସାନିଆ ଶାହାଙ୍କ ଘରେ ରହୁଥିବା ସୂଚନା ମିଳିଛି। ବୁସ୍ରା ବିବି ଇମ୍ରାନଙ୍କଠାରୁ ୨୫ବର୍ଷ ସାନ। ଉଭୟ ୨୦୧୮ରେ ବିବାହ କରିଥିଲେ। ଏହି ଘଟଣା ପରେ ଇମ୍ରାନ ନିଜ ଘରର ସମସ୍ତ କର୍ମଚାରୀଙ୍କୁ ହଟାଇ ନୂଆ କର୍ମଚାରୀ ନିଯୁକ୍ତ କରିଛନ୍ତି।
ଇମ୍ରାନ ୧୯୯୫ରେ ବ୍ରିଟିଶ ସୁନ୍ଦରୀ ଜେମିମା ଗୋଲ୍ଡସ୍ମିଥ୍‌ଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇ ପୁଅ ଥିଲେ; ତେବେ ୨୦୦୪ରେ ଉଭୟଙ୍କର ବିବାହ ବିଚ୍ଛେଦ ଘଟିଥିଲା। ପରେ ଇମ୍ରାନ ବିବିସି ଟିଭି ଖବର ଉପସ୍ଥାପିକା ରେହମ୍ ଖାଁଙ୍କୁ ଦ୍ବିତୀୟ ବିବାହ କରିଥିଲେ। ସେମାନଙ୍କ ବିବାହ ମାତ୍ର ୮ମାସ ତିଷ୍ଠିଥିଲା। ବୁସ୍ରାଙ୍କ ପ୍ରେମକୁ ନେଇ ଦ୍ବିତୀୟ ବିବାହ ବିଫଳ ହୋଇଥିଲା।ବ୍ୟକ୍ତିଗତ ଜୀବନକୁ ନେଇ ସଙ୍କଟରେ ଥିବା ଇମ୍ରାନଙ୍କୁ ପଦଚ୍ୟୁତ କରିବା ପାଇଁ ବିରୋଧୀ ଦଳ ​‌େ​ଜ‌ାର୍‌ଦାର ଅଣ୍ଟା ଭିଡ଼ିଛନ୍ତି। ଆସନ୍ତା ଶୁକ୍ରବାର ତାଙ୍କ ବିରୋଧରେ ସଂସଦରେ ଦ୍ବିତୀୟ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ନିଷ୍ପତ୍ତି ହୋଇଛି। ଗତ ବର୍ଷ ଆସିଥିବା ଅନାସ୍ଥା ପ୍ରସ୍ତାବ ଅଳ୍ପକେ କାଟ୍‌ ଖାଇଯାଇଥିଲା। ସୂଚନାନୁଯାୟୀ, ପାକିସ୍ତାନର ବିରୋଧୀ ଦଳ ମେଣ୍ଟ ପାକିସ୍ତାନ ଡେମୋକ୍ରାଟିକ୍‌ ମୁଭ୍‌ମେଣ୍ଟ (ପିଡିଏମ୍‌) ଏ ନେଇ ସବୁ ପ୍ରସ୍ତୁତି ସାରିଛି। ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି), ପିଏମ୍‌ଏଲ୍‌ (ଏନ୍‌), ପିଏମ୍‌ଏଲ୍‌ (କ୍ୟୁ) ସମେତ ସମସ୍ତ ବିରୋଧୀ ଦଳ ଏହାକୁ ସମର୍ଥନ କରିଛନ୍ତି। ଇମ୍ରାନଙ୍କ ଶାସନ କାଳରେ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡ଼ିଥିବାବେଳେ ବିଭିନ୍ନ କ୍ଷେତ୍ରରେ ଦେଶବାସୀ ଲଜ୍ଜିତ ହୋଇଛନ୍ତି। ଦରଦାମ୍‌ ସହ ଦୁର୍ନୀତି ମାମଲା ମଧ୍ୟ ବଢ଼ିଛି। ଏପରି ସ୍ଥିତିରେ ଇମ୍ରାନଙ୍କ ଗାଦି ଟଳମଳ ଅବସ୍ଥାରେ ରହିଛି। ଦେଶର ସେନା ମଧ୍ୟ ଇମ୍ରାନଙ୍କ ନେତୃତ୍ବ ଉପରେ ଆଉ ଭରସା ରଖିପାରୁ ନାହିଁ। ଏପରି ସ୍ଥିତି ପ୍ରଧାନମନ୍ତ୍ରୀ ପଦରୁ ଇମ୍ରାନଙ୍କୁ ହଟାଇବା ପାଇଁ ପ୍ରକୃଷ୍ଟ ସମୟ ବୋଲି ବିରୋଧୀ ଦଳଗୁଡ଼ିକ ମନେ କରୁଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories