www.samajalive.in
Monday, December 8, 2025
14.1 C
Bhubaneswar

କୋଣାର୍କ ଇକୋ ରିଟ୍ରିଟ୍ : ଖାଲି ପଡୁଛି ତମ୍ବୁ ଗୃହ, ତଥ୍ୟ ଦେଉନି ବିଭାଗ

କୋଣାର୍କ : ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳୀ କୋଣାର୍କସ୍ଥିତ ଚନ୍ଦ୍ରଭାଗା ସ୍ବର୍ଣ୍ଣାଭ ବେଳାଭୂମିରେ ଗତ ଡିସେମ୍ବର ୧୫ରୁ ଇକୋ ରିଟ୍ରିଟ୍ ଆରମ୍ଭ ହୋଇଛି। ଏହା ଆସନ୍ତା ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଚାଲିବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଏହି ଇକୋ ରିଟ୍ରିଟ୍ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁନାହିଁ। ଏଥିପାଇଁ ପାଖାପାଖି ଦେଢ଼ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ା ଖର୍ଚ୍ଚ ଟଙ୍କା ଭରଣା ହେବା ନେଇ ଆଶଙ୍କା ଉପୁଜିଛି। ପର୍ଯ୍ୟଟନ ବିଭାଗ ଇକୋ ରିଟ୍ରିଟ୍‌କୁ ଏକ ଲାଭଜନକ ବ୍ୟବସାୟ କହୁଥିବାବେଳେ ଗଣମାଧ୍ୟମକୁ ଏ ସଂକ୍ରାନ୍ତରେ କୌଣସି ତଥ୍ୟ ଦିଆଯାଉ ନାହିଁ। ବିଭିନ୍ନ ସମୟରେ କଟେଜ ଖାଲି ପଡୁଥିବାବେଳେ ବ୍ୟବସାୟ ସମ୍ପର୍କରେ ସୂଚନା ମିଳିପାରୁନାହିଁ। ସେହିପରି ଅବ୍ୟବସ୍ଥା ଯୋଗୁଁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଚଳିତ ବର୍ଷ ଉତ୍ସବସ୍ଥଳରେ ମିଳୁଥିବା ଖାଦ୍ୟର ମାନ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ପର୍ଯ୍ୟଟକ ମହଲରେ ଅସନ୍ତୋଷ ବଢ଼଼ିବାରେ ଲାଗିଛି। ଇକୋ ରିଟ୍ରିଟ୍‌ ପରିଚାଳନାକୁ ପର୍ଯ୍ୟଟନ ବିଭାଗ ଏକ ଅଣଓଡ଼ିଆ ସଂସ୍ଥାକୁ ଟେକି ଦେଇଥିବାବେଳେ ଏହି ସଂସ୍ଥା ବେଫିକର ଭାବେ କାର୍ଯ୍ୟ କରୁଛି। ପର୍ଯ୍ୟଟକଙ୍କ ରାତ୍ରି ରହଣି ପାଇଁ ତମ୍ବୁ ଗୃହ ନିର୍ମାଣ କରାଯାଇଛି। ଉକ୍ତ ଗୃହରେ ପଞ୍ଚତାରକା ହୋଟେଲ ଭଳି ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ ରହିଥିବାବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ରାତ୍ରି ରହଣି ଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି। ସଂସ୍ଥା ସଠିକ୍ ଭାବେ ଇକୋ ରିଟ୍ରିଟ୍ ପରିଚାଳନା କରୁନଥିବା ଯୋଗୁଁ ଅସନ୍ତୋଷ ବଢ଼଼ିବାରେ ଲାଗିଛି। ପୂର୍ବରୁ ଇକୋ ରିଟ୍ରିଟ୍‌ରେ ମେ ଫାୟାର, ସ୍ୱସ୍ତି ପ୍ରିମିୟମ ଭଳି ବଡ଼ ବଡ଼ ପଞ୍ଚତାରକା ହୋଟେଲକୁ ଖାଦ୍ୟ ଯୋଗାଇବା ଲାଗି ଦାୟିତ୍ୱ ଦିଆଯାଇଥିଲା। ମାତ୍ର ଚଳିତ ବର୍ଷ ଦାୟିତ୍ୱ ନେଇଥିବା ସଂସ୍ଥା ନିଜେ ଖାଦ୍ୟ ପ୍ରସ୍ତୁତ କରୁଛି। ହେଲେ ଖାଦ୍ୟର ମାନକୁ ନେଇ ପର୍ଯ୍ୟଟକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅପରପକ୍ଷେ ବନ୍ୟଜନ୍ତୁଙ୍କ ରହଣିସ୍ଥଳ ଓ ବିରଳ ଅଲିଭ୍ ରିଡ଼ଲେ କଇଁଛ ଅଣ୍ଡାଦାନ ସ୍ଥାନରେ ଏହି ଇକୋ ରିଟ୍ରିଟ୍ ଆୟୋଜନ କରାଯାଇଥିବା ଯୋଗୁଁ ପରିବେଶପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପରିବେଶ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଉପରେ ଦୃଷ୍ଟି ନଦେଇ ପର୍ଯ୍ୟଟନ ବିଭାଗ ଏହି ଉତ୍ସବ ଆୟୋଜନ କରୁଥିବା ସେମାନେ ଅଭିଯୋଗ କରିଛନ୍ତି।
ସଞ୍ଚାର ମାଧ୍ୟମରେ କଟେଜ୍ ବୁକିଂ ପାଇଁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ କେଉଁଦିନ କେତେ ବୁକିଂ କରାଯାଉଛି ଓ ପର୍ଯ୍ୟଟନ ବିଭାଗ କେତେ ପରିମାଣର ରାଜସ୍ବ ସଂଗ୍ରହ କରୁଛି ତା’ର ହିସାବ ମିଳୁନି। କେତେ ପର୍ଯ୍ୟଟକ ଇକୋ ରିଟ୍ରିଟ୍ ପରିଦର୍ଶନ କରିବାକୁ ଯାଉଛନ୍ତି କିମ୍ବା ରାତ୍ରି ରହଣି କରୁଛନ୍ତି ସେ ସମ୍ପର୍କରେ ବିଭାଗ ଠିକଣା ତଥ୍ୟ ଦେଉନାହିଁ। ଇକୋ ରିଟ୍ରିଟ୍ କ୍ଷତିରେ ଚାଲୁଥିବା ଚର୍ଚ୍ଚା ଜୋର୍‌ ଧରିଛି। ଏ ସମ୍ପର୍କରେ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ କୌଣସି ପ୍ରତିକ୍ରିୟା ରଖିନଥିଲେ। ଅନ୍ୟପକ୍ଷରେ ବନ ବିଭାଗ ଅଧିକାରୀ ବେଣୁଧର ବେହେରା କହିଛନ୍ତି, ଉତ୍ସବ ଆୟୋଜନ ଯୋଗୁଁ କଇଁଛ ଅଣ୍ଡାଦାନରେ ବାଧକ ହେଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories