www.samajalive.in
Monday, December 8, 2025
13.1 C
Bhubaneswar

ଶାସକ ଦଳକୁ ସହଯୋଗ କରୁଥିବା କର୍ମଚାରୀ ନିର୍ବାଚନ ଦାୟିତ୍ବରୁ ବାଦ

ଲକ୍ଷ୍ମୀପୁର :  ସୁସ୍ଥ ସବଳ କର୍ମଚାରୀଙ୍କୁ ଛାଡି ଭିନ୍ନକ୍ଷମ କର୍ମଚାରୀଙ୍କୁ ନିର୍ବାଚନ ଦାୟିତ୍ବ ଦିଆଯାଇଛି । ଏହି ଭଳି ଘଟଣା କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଦେଖିବାକୁ ମିଳିଛି । ଅନେକ ସୁସ୍ଥ ସବଳ କର୍ମଚାରୀମାନେ ବୁଲୁଥିବା ଦେଖିବାକୁ ମିଳୁଥିବା ବେଳେ ଭିନ୍ନକ୍ଷମ ମାନଙ୍କୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ଗ୍ରହଣ ପାଇଁ ନିୟୋଜିତ କରାଯାଇଛି । ଯେଉଁ ମାନେ କି ବାହାରକୁ ଗଲେ ଚଳିବା କଷ୍ଟକର ସେଭଳି ବ୍ୟକ୍ତି ମାନଙ୍କୁ ଦାୟିତ୍ବ ଦିଅଯାଇଛି। ଏହି ବ୍ଲକରେ ଶିକ୍ଷକ ଥିବା ବୁଦ୍ଧ ଗରଡ଼ାର ଜଣେ ଭିନ୍ନ କ୍ଷମ ବ୍ୟକ୍ତି । ସେ ଏହି ବର୍ଗ ଭାବରେ ନିଯୁକ୍ତି ପାଇଛନ୍ତି, କିନ୍ତୁ ଆଶ୍ଚର୍ଯ୍ୟ ତାଙ୍କ ଭଳି ଜଣେ କର୍ମଚାରୀଙ୍କୁ ଚଳିତ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଇଛି । ସେ ବର୍ତ୍ତମାନ ଲକ୍ଷ୍ମୀପୁର ସ୍ଥିତ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଅଛନ୍ତି, ଏପରିକି ଦୀର୍ଘ ପନ୍ଦର ବର୍ଷରୁ ଅଧିକ ସମୟ ଚାକିରୀ କାଳ ମଧ୍ୟରେ ତାଙ୍କୁ କୌଣସି ନିର୍ବାଚନରେ କାର୍ଯ୍ୟ ପାଇଁ ନିୟୋଜିତ କରାଯାଇ ନଥିଲା। କିନ୍ତୁ ଚଳିତ ନିର୍ବାଚନରେ ଶ୍ରୀ ଗରଡାଙ୍କୁ କୋଟପାଡ଼ ଓ ବୈପାରୀଗୁଡ଼ା ବ୍ଲକରେ ନିର୍ବାଚନ କାର୍ଯ୍ୟରେ ପ୍ରଥମ ପୁଲିଂ ଅଫିସର ଭାବେ ନିଯୁକ୍ତ କରାଯାଇଛି । ଏପରିକି ସେ ପ୍ରତିଷେଧାତ୍ମକ ବା  ବୁଷ୍ଟର ପାନ ଟିକା ନେଇ ନାହାନ୍ତି।

ତେବେ ଏନେଇ ଗୋଷ୍ଠୀ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ବେହେରାଙ୍କୁ ପଚାରିବାରୁ ସେ କହିଲେ ଆମକୁ ବ୍ଲକର ସମସ୍ତ ଶିକ୍ଷକ ମାନଙ୍କ ସମନ୍ଧରେ ତାଲିକା ପଠାଇବା ପାଇଁ କୁହାଯାଇଥିଲା । ଏପରିକି ଶିକ୍ଷକ ମାନଙ୍କ ତଥ୍ୟ ଆମେ ପ୍ରଦାନ କରିଛୁ ତେବେ କଣ ପାଇଁ ଏଭଳି ହୋଇଛି ଆମେ ଜାଣିନାହୁଁ ବୋଲି ଶ୍ରୀ ବେହେରା କହିଥିଲେ । ଅନ୍ୟ ପକ୍ଷରେ ଜଣେ ଶିକ୍ଷକ ଯିଏ କି ନିର୍ବାଚନ ପରିଚାଳନା ପାଇଁ ତାଲିମ ନେଇ ନଥିଲେ ତାଙ୍କୁ ଆଜି ଚିଠି ଆସିଥିଲା ଦିନ ୧୨ଟାରେ କାର୍ଯ୍ୟରେ ଯୋଗଦେବାକୁ । ଏପରିକି ଦିନ ୨ଟା ସୁଦ୍ଧା ଯାଇ ବୋରିଗୁମ୍ମା ବ୍ଲକରେ ଯୋଗ ଦେବାପାଇଁ । ସେହିପରି ଅନ୍ୟ ଜଣେ ଶିକ୍ଷକ ଯାହାଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା,  ସେ ତାଲିମ ନେଇ ନଥିଲେ, କିନ୍ତୁ ତାଙ୍କ ପାଇଁ ସ୍ବତନ୍ତ୍ର ଭାବେ ତାଲିମ୍ ଦିଆଯାଇ ଆକ୍ରୋଶ ମୂଳକ ଭାବେ ନିଯୁକ୍ତ କରାଯାଇଛି। ତେବେ ବିରୋଧୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେଉଁ ମାନେ ଶାସକ ଦଳ ପ୍ରାର୍ଥୀ ମାନଙ୍କ ପାଇଁ କାମ କରୁଛନ୍ତି ସେମାନଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଇନାହିଁ ସେମାନେ ବୁଲୁଛନ୍ତି କିନ୍ତୁ ଆକ୍ରୋଶ ମୂଳକ ଭାବେ ଅନ୍ୟ ମାନଙ୍କୁ ନିଯୁକ୍ତ କରାଯାଉଛି । ସେହିପରି ଜଣେ ବ୍ୟକ୍ତିଙ୍କ ସମ୍ପର୍କୀୟ ଯଦି ନିର୍ବାଚନରେ ପ୍ରାର୍ଥୀ ହୋଇଥାନ୍ତି ତା’ ହେଲେ ତାଙ୍କୁ ନିର୍ବାଚନ ପାଇଁ ନିୟୋଜିତ କରିବା କଥା ନୁହେଁ, କିନ୍ତୁ ଆକ୍ରୋଶ ମୂଳକ ଭାବେ ନିଯୁକ୍ତ କରାଯାଉଥିବା ବିରୋଧୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories