www.samajalive.in
Monday, December 8, 2025
27.1 C
Bhubaneswar

ବିବାଦୀୟ ବିଚାରପତି ପୁଷ୍ପାଙ୍କ ଇସ୍ତଫା

ମୁମ୍ବଇ: ଯୌନ ନିର୍ଯାତନା ସମ୍ପର୍କିତ ମାମଲାରେ ବିବାଦୀୟ ରାୟ ଦେଇ ସମାଲୋଚିତ ହୋଇଥିବା ବମ୍ବେ ଉଚ୍ଚ ନ୍ୟାୟାଳୟ ବିଚାରପତି ପୁଷ୍ପା ଗାନେଡିୱାଲା ଚାକିରିରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାପତ୍ର ଗୁରୁବାର ଗୃହୀତ ହୋଇଥିବା ସୂଚନା ମିଳିଛି। ପୁଷ୍ପା ସମ୍ପ୍ରତି ବମ୍ବେ ଉଚ୍ଚ ନ୍ୟାୟାଳୟର ନାଗପୁର ପୀଠରେ ଅତିରିକ୍ତ ବିଚାରପତି ଥିବାବେଳେ ବିବାଦୀୟ ରାୟ ଯୋଗୁଁ ସର୍ବୋଚ୍ଚ ନ୍ୟାୟାଳୟ କଲେଜିୟମ ତାଙ୍କ ନିଯୁକ୍ତିକୁ ସ୍ଥାୟୀ କରି ନ ଥିଲେ କିମ୍ବା ନିଯୁକ୍ତି ଅବଧି ବୃଦ୍ଧି କରି ନ ଥିଲେ; ତେଣୁ କାର୍ଯ୍ୟକାଳ ଶେଷ ହେବାର ଦିନକ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି। ମନ୍ଦ ଉଦ୍ଦେଶ୍ୟ ରଖି ଚର୍ମ ସ୍ପର୍ଶ କଲେ ଯାଇ ଏହା ‘ପକ୍ସୋ’ ଆଇନାନୁସାରେ ଯୌନ ଅପରାଧ ପଦବାଚ୍ୟ ହେବ ବୋଲି ଏକ ମାମଲାରେ ପୁଷ୍ପା ରାୟ ଦେଇଥିଲେ।

ସେହିପରି ନାବାଳିକାର ହାତକୁ ଧରି ପୁରୁଷ ନିଜ ପ୍ୟାଣ୍ଟ ଜିପ୍‌ ଖୋଲିଲେ ମଧ୍ୟ ଯୌନ ନିର୍ଯାତନା ନୁହେଁ ବୋଲି ସେ ରାୟ ଦେଇଥିଲେ; ଯାହାକୁ ନେଇ ବିତର୍କ ହୋଇଥିଲା ଏବଂ ସର୍ବୋଚ୍ଚ ନ୍ୟାୟାଳୟ ଏହି ରାୟକୁ ଖାରଜ କରିଥିଲେ। ୨୦୨୧ ଫେବୃଆରୀରେ ସର୍ବୋଚ୍ଚ ନ୍ୟାୟାଳୟ କଲେଜିୟମ ପୁଷ୍ପାଙ୍କୁ ସ୍ଥାୟୀ ବିଚାରପତି ନିଯୁକ୍ତି ସଂକ୍ରାନ୍ତ ନିର୍ଦେଶନାମାକୁ ପ୍ରତ୍ୟାହାର କରିନେବା ସହ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ଅବଧି ଗୋଟିଏ ବର୍ଷ ବୃଦ୍ଧି କରିଥିଲେ। ଏହି ନିଯୁକ୍ତି କାର୍ଯ୍ୟକାଳ ଶୁକ୍ରବାର ଶେଷ ହେଉଥିବାବେଳେ ପୁଷ୍ପା ଗୁରୁବାର ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେଇ ନ ଥିଲେ ଜିଲା ବିଚାରପତି ପାହ୍ୟାକୁ ତାଙ୍କର ପଦାବନତି ଘଟି ଥାଆନ୍ତା। ଭବିଷ୍ୟତରେ ସେ ଏକ ଘରୋଇ ଆଇନ ବ୍ୟବସାୟ ପ୍ରତିଷ୍ଠାନରେ କାର୍ଯ୍ୟ କରିବେ ବୋଲି ସୂଚନା ମିଳିଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories