www.samajalive.in
Monday, December 8, 2025
24.1 C
Bhubaneswar

ଜର୍ମାନୀ ମସଜିଦରେ ଭଙ୍ଗାରୁଜା; କବାଟରେ ଆଙ୍କିଲେ ସ୍ବସ୍ତିକ

ନୂଆଦିଲ୍ଲୀ: ଜର୍ମାନୀର ଏକ ମସଜିଦ୍‌ରେ ଭଙ୍ଗାରୁଜା କରାଯାଇଛି। ଅଜ୍ଞାତ ଆତତାୟୀମାନେ ମସଜିଦ୍‌ର ଏକ କବାଟରେ ସ୍ବସ୍ତିକ ଚିହ୍ନ ଆଙ୍କିଛନ୍ତି। ଜର୍ମାନୀର ଡର୍ଟମୁଣ୍ଡ୍‌ ସହରରେ ବୁଧବାର ଏହି ଘଟଣା ଘଟିଥିବା ଜଣାପଡ଼ିିଛି। କୁହାଯାଉଛି ଯେ, ଗତ କିଛି ଦିନ ହେବ ମସଜିଦ୍‌ଗୁଡ଼ିକ ଉପରେ ଏଭଳି ଆକ୍ରମଣ ବଢିଚାଲିଛି।

ଏକ ଅନ୍ତର୍ଜାତୀୟ ସମ୍ବାଦ ସରବରାହ ସଂସ୍ଥାର ରିପୋର୍ଟ ମୁତାବକ, ତୁର୍କୀ-ଇସଲାମିକ୍ ୟୁନିଅନ୍ ଫର ରିଲିଜିୟସ ଆଫେୟର୍ସ(ଡିଆଇଟିଆଇବି)ର ତୁର୍ଗୁତ ଅଲକର କହିଛନ୍ତି ଯେ, ଗତ ମାସରେ ଡର୍ଟମୁଣ୍ଡର ମସଜିଦ ଉପରେ ଏହିପରି ଆକ୍ରମଣ କରାଯାଇଥିଲା। ସମ୍ପ୍ରତି ଏ ପ୍ରକାର ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି, ଯାହା ଏକ ଚିନ୍ତାର ବିଷୟ। ସେ କହିଛନ୍ତି, କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଏବଂ ଆମ ମସଜିଦଗୁଡ଼ିକୁ ସୁରକ୍ଷା ଦିଅନ୍ତୁ। ଆମେ ସମସ୍ତ ଗଣତାନ୍ତ୍ରିକ ଅନୁଷ୍ଠାନ ସହିତ ମିଶି ଡର୍ଟମୁଣ୍ଡରେ ଜାତିଭେଦ ବିରୋଧରେ ଲଢେଇ ଜାରି ରଖିବୁ। ଡର୍ଟମୁଣ୍ଡକୁ ସହନଶୀଳତାର ସହର କରି ରଖିବାକୁ ଆମେ ଯଥାସମ୍ଭବ ଉଦ୍ୟମ ଜାରି ରଖିବୁ। ମସଜିଦର ଯାଞ୍ଚ କରିବାକୁ ପହଞ୍ଚିଥିବା ଜର୍ମାନୀ ପୁଲିସ ସ୍ବସ୍ତିକ ଚିହ୍ନକୁ ସ୍ପ୍ରେ ପେଣ୍ଟ୍‌ ଦ୍ବାରା ଆଚ୍ଛାଦିତ କରିଦେଇଛି। ଜର୍ମାନୀ​‌ରେ ସ୍ବସ୍ତିକକୁ ନାଜିମାନଙ୍କ ପ୍ରତୀକ ଭାବେ ବିବେଚନା କରାଯାଏ।

- Advertisement -

 

 

 

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories