ନିଆରା ଢଙ୍ଗରେ ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରଚାର

କଲ୍ୟାଣସିଂ ହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ’ କ ‘ଜୋନ ର ସ୍ୱାଧୀନ ପ୍ରାର୍ଥୀଙ୍କ ନିଆରା ଢଙ୍ଗରେ ପ୍ରଚାର ପ୍ରସାର କରୁଥିବା ଦେଖିବାକୁ ମିଳିଛି । ସନ୍ତୋଷ କୁମାର ବଛା ଜଣେ ଯୁବକ ସାମ୍ବାଦିକ ତଥା ଆଧୁନିକ ଗୀତିକାର ଭାବରେ ପରିଚିତ । ସେ ନିଜ ବାପା ରାଜାରାଓ ବଛା, ସାଙ୍ଗ ସୋରଜ ଗାଣ୍ଟ।,ବିଜୟ କୁଲେସିକା, ବଦୁ ହିକକା ସହ ନିଜ ଦଳୀୟ ଚିହ୍ନ ର ନାଗରାକୁ ସାଙ୍ଗରେ ନେଇ ୭ଟି ପଞ୍ଚାୟତ ବୁଡ଼ାଗୁଡା, କରପା,ନାରାୟଣ ପୁର, ଧାମୁଣି ପଙ୍ଗା, ସିଙ୍ଗାରି, କଲ୍ୟାଣସିଂ ହପୁର ଓ ପାର୍ଶାଲି ପଞ୍ଚାୟତ ନିୟମଗିରି ପାହାଡର ୩୨ ଖଣ୍ଡ ଗାଁ ର ପ୍ରତ୍ୟେକ ଘରଘର ବୁଲି ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।ଦଳୀୟ ନାଗରା ବଜାଇ ନିଜେ ଗୀତ ଗାଇ ଗାଇ ଭୋଟରଙ୍କୁ ଆକୃଷ୍ଟ କରି ଭୋଟ ଭିକ୍ଷା କରୁଛନ୍ତି ।
ଅଞ୍ଚଳରେ ସରକାର ଙ୍କ ବିକାଶ ମୂଳକ କାର୍ୟ୍ୟ ପହଞ୍ଚି ପରିନି ,ଯଦି ମୋତେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟ ଯୁକ୍ତ କରନ୍ତି ତାହାହେଲେ ପ୍ରତ୍ୟେକ ଗାଁ ଗାଁ ରେ ଗୋଟିଏ ଲେଖାଏଁ କୋର କମିଟି ଗଠନ କରି ସେମାନଙ୍କ ଦ୍ବାରା ସମସ୍ୟା ସମାଧାନ କରାଯାଇପାରିବ ବୋଲି ଭୋଟର ଙ୍କୁ କହି ପ୍ରଚାର କରୁଛନ୍ତି । କୋଭିଡ଼ ନିୟମକୁ ମାନି ୪ ରୁ୫ ଜଣ ଲୋକଙ୍କୁ ନେଇ ପ୍ରଚାର କରୁଛନ୍ତି । ଦେଖାଯାଉ ୫ଟି ଦଳ ମଧ୍ୟରୁ କେଉଁ ଦଳ ବିଜୟୀ ହେବ ତାହା ଦେଖିବାକୁ ବାକି ରହିଲା

Comments are closed.