www.samajalive.in
Monday, December 8, 2025
24.1 C
Bhubaneswar

ଆଜି ମାଟିର ମଣିଷଙ୍କ ଜନ୍ମଦିନ

କଟକ: ଆଉ ନାହାନ୍ତି ମାଟିର ମଣିଷ । ହେଲେ ମାଟିର ପୁଅକୁ ଝୁରୁଛି ସାରା ଓଡ଼ିଶା । ଆଜି ବର୍ଷିଆନ ଅଭିନେତା ତଥା ସ୍ୱର୍ଗତ ମିହିର ଦାସଙ୍କ ଜନ୍ମଦିନ । ମହିରଙ୍କ ୬୩ତମ ଜନ୍ମଦିନ ପାଳୁଛି ସିଲଭର ସିଟି କଟକ । କଟକର କୁମ୍ଭାର ସାହି ପକ୍ଷରୁ ମିହିରଙ୍କ ଏକ ମାଟି ପ୍ରତିମୂର୍ତ୍ତି କରାଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ମିହିର ଅତିତରେ ବହୁ ଓଡ଼ିଆ ଚଳଚ୍ଚିତ୍ର ଓ ମେଗା ଧାରାବାହିକରେ ନିଚ୍ଛକ ଅଭିନୟ କରି ଲୋକଙ୍କ ହୃଦୟ ଜିତିଛନ୍ତି । ଏବଂ କଟକର କୁମ୍ଭାର ସହିକୁ ନେଇ ରହିଥିଲା ତାଙ୍କର କିଛି ସ୍ୱତନ୍ତ୍ର ଅନୁଭୂତି । କଟକ ସହର ଓ ମୂର୍ତ୍ତି କାରିଗରଙ୍କ ଜୀବନକୁ ନେଇ ତାଙ୍କ ଶ୍ରେଷ୍ଠ କୃତୀ ‘ମାଟିର ବନ୍ଧନ’ ନିର୍ମାଣ ହୋଇଥିଲା । ହେଲେ ଏଯାଏ ତାହା ମୁକ୍ତିଲାଭ କରିପାରିନାହିଁ । ଚଳଚ୍ଚିତ୍ର ‘ମାଟିର ବନ୍ଧନ’ରେ ମିହିର ଜଣେ ମୂର୍ତ୍ତି କାରିଗର ଭୂମିକା ଲିଭାଇଥିଲେ । ମାଟି ଚକଟାରୁ ଆରମ୍ଭ କରି ନଡ଼ା ବାନ୍ଧିବା ପର୍ୟ୍ୟନ୍ତ ମିହିର ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

- Advertisement -

ଶୀତ ଦିନେ ମହାନଦୀର ଥଣ୍ଡା ପାଣିରେ ଗାଧୋଇବା ସହିତ ଚଳଚ୍ଚିତ୍ର ନିର୍ମାଣରେ ନିଜକୁ ପୂର୍ଣ୍ଣ ସମର୍ପିତ କରିଥିଲେ। କିଭଳି ଭଲ ଚଳଚ୍ଚିତ୍ରଟିଏ ହୋଇପାରିବ ଏବଂ ଦର୍ଶକଙ୍କ ହୃଦୟକୁ ଛୁଇଁପାରିବ ସେ ନେଇ ନିଜକୁ ପ୍ରସ୍ତୁତ କରିଥିଲେ ବରିଷ୍ଠ ଅଭିନେତା ମିହିର । କଟକର କୁମ୍ଭାର ସାହିରୁ ନେଇ ଦେବୀଗଡ଼ା ଘାଟ ଏବଂ ଅନ୍ୟାନ୍ୟ ସ୍ଥାନରେ ଏହାର ସୁଟିଂ ହୋଇଥିଲା। ଯାହାକୁ ଆଜି ଯାଏ ଭୁଲିପାରିନାହାନ୍ତି କଟକର କୁମ୍ଭାର ସାହିରବାସୀ । ସେଥି ପାଇଁ ମିହିରଙ୍କ ଏକ ପ୍ରତିମୂର୍ତ୍ତି ତିଆରି କରିବା ସହ ତାଙ୍କ ଜନ୍ମଦିନ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories