www.samajalive.in
Wednesday, December 10, 2025
26.1 C
Bhubaneswar

କେମିତି ଖୋଲିବ ସ୍କୁଲ? ୨୮ରେ ଗଣତି, ୧ରେ ମହାଶିବରାତ୍ରି

ଭୁବନେଶ୍ବର: ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ତାରିଖ ବାରମ୍ବାର ବଦଳୁଛି। ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଦୀର୍ଘ ଦିନ ପରେ ଜାନୁଆରୀ ୩ରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହେବ ବୋଲି ଘୋଷଣା ହୋଇଥିଲା। ସବୁ ପ୍ରସ୍ତୁତି ସରିଥିବାବେଳେ ଶେଷ ମୁହୂର୍ତ୍ତରେ ତାରିଖ ପରିବର୍ତ୍ତନ କରାଯାଇଥିଲା। କରୋନା ସଂକ୍ରମଣ ଯୋଗୁଁ ନିଷ୍ପତ୍ତି ବଦଳାଇବାକୁ ପଡ଼ିଥିଲା। ଏବେ ପୁନର୍ବାର ନିଷ୍ପତ୍ତି ବଦଳିଛି। ବାରମ୍ବାର ତାରିଖ ବଦଳୁଥିବାରୁ ବିଦ୍ୟାର୍ଥୀଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡୁଥିବା କୁହାଯାଇଛି।

ଆସନ୍ତା ୧୪ରୁ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଖୋଲିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଚଳିତ ମାସ ୩ ତାରିଖରେ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ବିଦ୍ୟାଳୟ ଆସିବାକୁ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ସହ ଅଭିଭାବକଙ୍କୁ ଆତ୍ମବିଶ୍ବାସ ଦେଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଓ ସଚିବ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଖୋଲିବା ନେଇ ସୁନିଶ୍ଚିତ କରାଇଥିଲେ। ବିଦ୍ୟାଳୟ ଖୋଲିବାକୁ ଆଉ ୩ ଦିନ ଥିବାବେଳେ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ବଦଳିଛି। ଆସନ୍ତା ୧୪ ନୁହେଁ ଫେବୃଆରୀ ୨୮ରେ ବିଦ୍ୟାଳୟ ଖୋଲିବ ବୋଲି ପୁଣି ଘୋଷଣା କରାଯାଇଛି।

- Advertisement -

ଆସନ୍ତା ୨୮ରୁ ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହେବ ବୋଲି କୁହାଯାଇଛି। ପଞ୍ଚାୟତ ନିର୍ବାଚନ ଯୋଗୁଁ ନିଷ୍ପତ୍ତି ବଦଳିଥିବା‌ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କହିଛି। ଆସନ୍ତା ୨୮ରେ ପଞ୍ଚାୟତ ନିର୍ବାଚନର ଭୋଟଗଣତି ରହିଛି। ଏହି କାର୍ଯ୍ୟରେ ଶିକ୍ଷକଶିକ୍ଷୟିତ୍ରୀ ନିୟୋଜିତ ହେବେ। ସେହିପରି ମାର୍ଚ୍ଚ ପହିଲାରେ ମହାଶିବରାତ୍ରି। ଶିକ୍ଷକଶିକ୍ଷୟିତ୍ରୀ ଭୋଟଗଣତି ଦିନ କିପରି ବିଦ୍ୟାଳୟ ଆସିବେ ତା’କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିର୍ବାଚନ ପରିପ୍ରେକ୍ଷୀରେ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି ବଦଳାଯାଇଥିବା କୁହାଯାଉଥିଲେ ହେଁ ପୂର୍ବ ନିଷ୍ପତ୍ତି କାଳରେ ଏହି ଦିଗପ୍ରତି ଦୃଷ୍ଟି ଦିଆ ନଯାଇ ବାରମ୍ବାର ତାରିଖ ବଦଳାଇବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories