www.samajalive.in
Monday, December 8, 2025
27.1 C
Bhubaneswar

ଦିବ୍ୟାଙ୍ଗଜନ ଓ ସେମାନଙ୍କ ଅଭିଭାବକ ମାନଙ୍କୁ ପ୍ରଶିକ୍ଷଣ ଶିବିର ଶେଷ

ସମ୍ବଲପୁର : ଭାରତ ସରକାରଙ୍କ ଜାତୀୟ ଅନୁଷ୍ଠାନ ନେସନାଲ ଇନଷ୍ଟିଟ୍ୟୁଟ ଫର ଦି ଏମପାୱାରମେଣ୍ଟ ଅଫ ପରସନ ୱିଥ ଇନଟେଲେକଟ୍ୟୁଆଲ ଡିସାବିଲିଟୀ (ନିପିଡ) ସିକନ୍ଦରାବାଦ, ତେଲେଙ୍ଗାନା ଓ ସମ୍ବଲପୁର ଜିଲା ପ୍ରଶାସନର ମିଳିତ ସହଯୋଗରେ ମାନସିକ ସ୍ତର ଅଥବା ବୈଦ୍ଧିକ ସ୍ତରରେ ଅନଗ୍ରସର ଥିବା ଭିନ୍ନକ୍ଷମ ଶିଶୁ ଓ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ସୋମବାର ଦିନ ଆରମ୍ଭ ହୋଇଥିବା ଏହି ତିନି ଦିନିଆ କର୍ମଶାଳା ବୁଧବାର ଦିନ ଉଦଯାପିତ ହୋଇଯାଇଛି। କର୍ମଶାଳାରେ ସମ୍ବଲପୁର ଜିଲାର ୯ଟି ବ୍ଲକର ୩୦୦ ଜଣ ଅନୁସୁଚିତ ଜାତି ଓ ଜନଜାତିର ଶିଶୁ ଓ ସେମାନଙ୍କର ଅଭିଭାବକ ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା। କର୍ମଶାଳାରେ ଉଭୟ ଗୃହ ଓ ବିଦ୍ୟାଳୟରେ ଶିକ୍ଷା ଏବଂ ଦୈନନ୍ଦିନ ଜୀବନଯାପନରେ ସହାୟତା ପ୍ରଦାନ କରିବା ପାଇଁ ପ୍ରାୟ ୧୦ ହଜାର ଟଙ୍କା ମୁଲ୍ୟର ବିଭିନ୍ନ ପ୍ରକାରର ଶିକ୍ଷା ସମ୍ବନ୍ଧୀୟ ସ୍ୱତନ୍ତ୍ର ଉପକରଣ ବଣ୍ଟନ କରାଯାଇଥିଲା। କର୍ମଶାଳାରେ ବଣ୍ଟନ କରାଯାଇଥିବା କିଟ ମାଧ୍ୟମରେ ପ୍ରଶିକ୍ଷଣ ଦିଆଗଲେ ଶିଶୁ ମାନଙ୍କର ମାନସିକ ବିକାଶ ସହିତ ସେମାନେ ଲେଖିବା, ପଢିବା, କୁଶଳୀ ଶିକ୍ଷା, ସାମାଜିକ ଯୋଗାଯୋଗ ଦକ୍ଷତା, ଧନ୍ଦାମୁଳକ ଓ ଅଣ ଧନ୍ଦାମୁଳକ ଶିକ୍ଷା ଆଦି ଲାଭ କରି ଦୈନନ୍ଦିନ ଜୀବନଯାପନ ସୁରୁଖୁରୁ ରେ କରିପାରିବେ। ଏହି କର୍ମଶାଳାରେ ତିନି ପ୍ରକାରର କିଟ ବଣ୍ଟନ କରାଯାଇଛି। ୩ ବର୍ଷରୁ ୬ ବର୍ଷର ଶିଶୁ ପାଇଁ କିଟ-୨, ୭ ରୁ ୧୧ ବର୍ଷର ଶିଶୁ ପାଇଁ କିଟ – ୩ ଓ ୧୨ ଉପରର ଶିଶୁ ମାନଙ୍କ ପାଇଁ କିଟ – ୪ ଦିଆଯାଇଛି।

କର୍ମଶାଳାର ପ୍ରଥମ ଦିନରେ ୧୨୬ ଜଣ ଶିଶୁଙ୍କୁ କିଟ୍ ପ୍ରଦାନ କରାଯାଇଥିବା ବେଳେ ମଙ୍ଗଳବାର ଦିନ ୧୨୪ଟି ଏବଂ ବୁଧବାର ଦିନ ୫୦ଟି କିଟ୍ ସହିତ ସମୁଦାୟ ୩୦୦ ଜଣ ଶିଶୁଙ୍କୁ ବଣ୍ଟନ କରାଯାଇଛି ବୋଲି ଆଞ୍ଚଳିକ ଭିନ୍ନକ୍ଷମ ପୁର୍ନବାସ କେନ୍ଦ୍ରର ଅଧିକାରୀ ରବିନ୍ଦ୍ର ଶତପଥୀ କହିଛନ୍ତି। ଏଭଳି କର୍ମଶାଳା ପ୍ରଥମ ଥର ପାଇଁ ଓଡିଶାରେ ଅନୁଷ୍ଠିତ ହୋଇଛି ବୋଲି ଅଧିକାରୀ ଶତପଥୀ କହିଛନ୍ତି।

- Advertisement -

ପୁର୍ବରୁ ଏଭଳି କର୍ମଶାଳା ମାନ ଦେଶର ଅନ୍ୟ ରାଜ୍ୟ ମାନଙ୍କରେ ଆୟୋଜିତ ହୋଇଥିବା ବେଳେ ଏହା ପ୍ରଥମ ଥର ପାଇଁ ଓଡିଶାରେ ଆୟୋଜିତ କରାଯାଉଛି। ଏହି କିଟ୍ ଦେଶର ଅନ୍ୟ ରାଜ୍ୟ ମାନଙ୍କରେ ନିପିଡ, ସିକନ୍ଦରାବାଦ ପକ୍ଷରୁ ବଣ୍ଟନ କରାଯାଇ ଆସୁଛି ଏବଂ ଏହି କିଟ୍ ବ୍ୟବହାର ଦ୍ୱାରା ଶିଶୁ ମାନଙ୍କର ମାନସିକ ଓ ବୈଦ୍ଧିକ ବିକାଶ ହେଉଛି ବୋଲି ଅଭିଭାବକ ମାନେ ପ୍ରତିକ୍ରିୟା ଦେଇଛନ୍ତି।

ତିନି ଦିନ ଧରି ଚାଲିଥିବା ଏହି କର୍ମଶାଳାକୁ ସମ୍ବଲପୁର ବିଧାୟିକ ଡା. ରାସେଶ୍ୱରୀ ପାଣିଗ୍ରାହୀ ମୂଖ୍ୟ ଅତିଥି ରୁପେ ଯୋଗଦେଇ ସୋମବାର ଦିନ ଉଦଘାଟନ କରିଥିଲେ। ଏହି ଅବସରରେ ନିପିଡର ଏନ. ଦେଶପାଣ୍ଡେ, କେ. ସୁଜିତ, ଜିଲାପାଳ ସମର୍ଥ ବର୍ମା, ଜିଲା ଭିନ୍ନକ୍ଷମ ପୁର୍ନବାସର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ଅନୁସୁଚୀତ ଜାତି ଓ ଜନଜାତି ର ଶିଶୁ ମାନଙ୍କ ପାଇଁ ଏକ ପାଇଲଟ ପ୍ରୋଜେକ୍ଟ ରୁପେ ଆରମ୍ଭ କରାଯାଇଥିବା ଏହି କର୍ମଶାଳାର ସଫଳତାକୁ ନେଇ ଆଗାମୀ ଦିନରେ ଅନ୍ୟ ବର୍ଗର ମାନସିକ ସ୍ତର ଅଥବା ବୈଦ୍ଧିକ ସ୍ତରରେ ଅନଗ୍ରସର ଥିବା ଭିନ୍ନକ୍ଷମ ଶିଶୁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ କର୍ମଶାଳା ଆୟୋଜନ କରାଯିବ ବୋଲି ଆନଚଳିକ ଭିନ୍ନକ୍ଷମ ପୁର୍ନବାସ କେନ୍ଦ୍ର ପକ୍ଷରୁ ସୁଚନା ଦିଆଯାଇଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories