ଦୃତ ଗତିରେ ହ୍ରାସ ପାଉଛି କରୋନା ସଂକ୍ରମଣ: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ
ନୂଆଦିଲ୍ଲୀ:ଜାନୁଆରୀ ୨୪ରେ ସଂକ୍ରମିତ ହାର ୨୦.୭୫ ପ୍ରତିଶତ ରହିଥିଲା। ବର୍ତ୍ତମାନ ସଂକ୍ରମିତ ହାର ୪.୪୪ ପ୍ରତିଶତକୁ ଖସି ଆସିଛି। ତେଣୁ ସଂକ୍ରମଣ ଦୃତଗତିରେ ହ୍ରାସ ପାଉଥିବା ଏହା ଦର୍ଶାଉଛି। ତଥାପି କେରଳ, ମିଜୋରାମ, ହିମାଚଳ ପ୍ରଦେଶରରେ ସଂକ୍ରମଣ ଅଧିକ ରହୁଛି ବୋଲି ଦେଶରେ କରୋନା ସଂକ୍ରମଣ ନେଇ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀ କହିଛନ୍ତି ଯେ ୪ ରାଜ୍ୟରେ ୫୦ହଜାରରୁ ଊର୍ଦ୍ଧ୍ବ ଲେଖାଏଁ ସକ୍ରିୟ ମାମଲା ରହିଛି। କେରଳ, ମହାରାଷ୍ଟ୍ର, ତାମିଲନାଡୁ ଓ କର୍ଣ୍ଣାଟକରେ ୫୦ରୁ ଊର୍ଦ୍ଧ୍ବ ସକ୍ରିୟ ମାମଲା ରହିଛି। ୧୧ ରାଜ୍ୟରେ ୧୦ହଜାରରୁ ୫୦ ହଜାର ମଧ୍ୟରେ ସକ୍ରିୟ ମାମଲା ରହିଥିବା ଜଣାପଡ଼ିଛି।
Comments are closed.