www.samajalive.in
Tuesday, December 9, 2025
16.1 C
Bhubaneswar

ନବରଙ୍ଗପୁର ପୌରପାଳିକାରେ ୨୪,୭୮୫ ଭୋଟର; ୧୭ଟି ୱାର୍ଡରେ ୨୯ଟି ବୁଥ୍‍

ନବରଙ୍ଗପୁର: ଆଗାମୀ ପୌରପରିଷଦ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି ଅବସରରେ ନବରଙ୍ଗପୁର ପୌରପାଳିକା କାର୍ଯ୍ୟାଳୟଠାରେ ଏକ ସାମ୍ବଦିକ ସମ୍ମିଳନୀ କରାଯାଇ ଆଗାମୀ ନିର୍ବାଚନ ସଂପର୍କରେ ସୂଚନା ଦିଆଯାଇଥିଲା। ଏଥିରେ ପୌରପରିଷଦ ନିର୍ବାଚନ ଅଧିକାରୀ ତଥା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଅଭିମନ୍ୟୁ ମାଝୀ ଯୋଗଦେଇ ନବରଙ୍ଗପୁର ପୌରପରିଷଦ ନିର୍ବାଚନକୁ ନେଇ ଭୋଟର ତାଲିକା ପ୍ରସ୍ତୁତି ପାଇଁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିବା କହିଥିଲେ। ଜାନୁୟାରୀ ୨୨ ରେ ପ୍ରକାଶିତ ବିଧାନସଭା ଭୋଟର ତାଲିକାକୁ ଭତ୍ତିକରି ନବରଙ୍ଗପୁର ପୌରପରିଷଦରେ ୧୭ଟି ୱାର୍ଡର ପ୍ରାଥମିକ ଭୋଟର ତାଲିକା ପୌରପରିଷଦ କାର୍ଯ୍ୟାଳୟରେ ପ୍ରକାଶିତ କରାଯାଇଛି। ଏହି ତାଲିକା ସର୍ବସାଧାରଣ ଦେଖିବା ପାଇଁ ୧୧.୨.୨୨ରୁ ୧୫.୨.୨୨ ପର୍ଯ୍ୟନ୍ତ ଉନ୍ମୁକ୍ତ ରହିବ। ଭୋଟରମାନେ ସେମାନଙ୍କର ନାମ ରହିଛି କି ନାହିଁ ତାହା ତନଖି କରିବାକୁ କୁହାଯାଇଛି।

ଭୋଟର ତାଲିକାରେ ସ୍ଥାନ ପାଇନଥିଲେ ତାଲିକାରେ ନାମ, ବୟସ, ସାହି ଇତ୍ୟାଦି ୯ଟି ପଏଣ୍ଟ ଅନ୍ତର୍ଭୁକ୍ତ ଓ ସଂଶୋଧନ କରିବା ପାଇଁ ଫର୍ମ ନମ୍ବର- ୩ ଓ ଭୁଲ ୱାର୍ଡର ସଂଶୋଧନ ପାଇଁ ଫର୍ମ ନମ୍ବର- ୪ ରେ ଦରଖାସ୍ତ ଫେବୃୟାରୀ ୧୧ ତାରିଖରୁ ୧୬ ତାରିଖ ମଧ୍ୟରେ ଆବେଦନ କରିବାକୁ କହିଛନ୍ତି। ଏହି ଫର୍ମ ବିନାମୂଲ୍ୟରେ ନିର୍ବାଚନ ଅଧିକାରୀଙ୍କର କାର୍ଯ୍ୟାଳୟରେ ମିଳିପାରିବ। ୧୮ରେ ଅଭିଯୋଗର ଶୁଣାଣୀ କରାଯାଇ ୧୯ରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶିତ ହେବାପରେ ୨୪ରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶିତ ହେବ। ୨୮ରେ ରାଜ୍ୟନିର୍ବାଚନ କମିଶନଙ୍କୁ ଏହାର ନକଲ ପଠାଯିବ ବୋଲି କହିଥିଲେ। ଏହି ପୌରାଞ୍ଚଳରେ ମୋଟ ୧୭ଟି ୱାର୍ଡ ରହିଥିବାବେଳେ ଭୋଟ ଗ୍ରହଣ କେନ୍ଦ୍ର(ବୁଥ୍‍) ସଂଖ୍ୟା ୨୯ କରାଯାଇଛି। ମୋଟ ଭୋଟର ସଂଖ୍ୟା ୨୪୭୮୫ ରହିଛି। ୧୭ଟି ୱାର୍ଡରେ ୨୯ଟି ବୁଥର ତାଲିକା ସହିତ ଆବଣ୍ଟିତ ଭୋଟରଙ୍କର କ୍ରମିକ ସଂଖ୍ୟା ପ୍ରକାଶ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ତଥା ଉପଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଆଗାମୀ ପୌରନିର୍ବାଚନ ଭୋଟର ତାଲିକା କାର୍ଯ୍ୟ ପାଇଁ ସମସ୍ତ ଭୋଟର ସଚେତନ ହେବା ସହିତ ଅଗାମୀ ୧୬ ତାରିଖ ସୁଦ୍ଧା ଆବେଦନ କରିବା ସହ ସହଯୋଗ କାମନା କରିଥିଲେ। ଭୋଟର ସଚେତନତା ପାଇଁ ମାଇକ ଯୋଗେ ସୂଚନା ଦିଆଯିବ ବୋଲି କହିଥିଲୋ ଏହି ଅବସରରେ ରାଜନୈତିକ ଦଳକୁ ମଧ୍ୟ ଡକାଯାଇ ସୂଚନା ଦିଆଯିବା ସହିତ ଭୋଟର ତାଲିକା ପ୍ରଦାନ କରାଯାଇଥିଲା। ବିଜେଡି ପକ୍ଷରୁ ନଗର ସଭାପତି ପ୍ରମୋଦ କୁମାର ରଥ, ବିଜେପିର ଜିଲା ଉପସଭାପତି ସତ୍ୟବାଦୀ ଷଡଙ୍ଗୀ, ଜିଲା ଯୁବମୋର୍ଚ୍ଚା ପ୍ରଭାରୀ କାହ୍ନୁ ଦାଶ, ନଗର ଭସାପତି ପିଣ୍ଟୁ ମିଶ୍ର ଓ ଶୁଭମ ଚୈାଧୂରୀ, କଂଗ୍ରେସ ପକ୍ଷରୁ ଜିଲା ସାଧାରଣ ସମ୍ପାଦକ ପ୍ରଦୀପ ସାହୁ ଓ ନଗର ସଭାପତି ଭୀମ ହରିଜନ ପ୍ରମୁଖ ଯୋଗ ଦେଇଥିଲେ।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories