www.samajalive.in
Monday, December 8, 2025
13.1 C
Bhubaneswar

ରାସ୍ତା ନିର୍ମାଣରେ ଅବହେଳା ଯୋଗୁଁ ରାସ୍ତାରୋକ

ଲକ୍ଷ୍ମୀପୁର: ରାସ୍ତା ନିର୍ମାଣରେ ବିଳମ୍ବ ହେବାରୁ କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କୋରାପୁଟ-ରାୟଗଡା ୩୨୬ନମ୍ବର ଜାତୀୟ ରାଜପଥକୁ ଲୋକମାନେ ଅବରୋଧ କରିଛନ୍ତି। କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ଚମ୍ପିପୁର ଦଶମନ୍ତପୁର ବ୍ଲକର କୁନ୍ତେସ ପର୍ୟ୍ୟନ୍ତ ପ୍ରାୟ ୭କିମିର ରାସ୍ତା ଦୀର୍ଘ ୧୦ବର୍ଷ ହେଲା ନିର୍ମାଣ ହୋଇ ପାରୁନାହିଁ। ତେଣୁ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦରେ ବୁଧବାର ଦିନ ଲୋକମାନେ ରାସ୍ତାରୋକ କରିଛନ୍ତି। ଲକ୍ଷ୍ମୀପୁର ତହସିଲଦାର, ଅତିରିକ୍ତ ତହସିଲଦାର, ଲକ୍ଷ୍ମୀପୁର ପୁଲିସ, ଦଶମନ୍ତପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଛନ୍ତି। ରାସ୍ତାରୋକ ଯୋଗୁଁ ଉଭୟ ପାର୍ଶ୍ବରେ ଅନେକ ଗାଡି ଅଟକି ରହିଛି। ସରପଞ୍ଚ ଦଶମନ୍ତପୁରର ବ୍ଲକ ଉପାଧ୍ୟକ୍ଷଙ୍କ ସହ ସ୍ଥାନୀୟ ଅଞ୍ଚର ଅନେକ ନେତା ଜନସାଧାରଣଙ୍କୁ ସମର୍ଥନ କରି ରାସ୍ତାରେ ବସିଥିବା ଦେଖିବାକୁ ମିଳିଛି।
ସଦ୍ୟତମ ସୂଚନା ଅନୁଯାୟୀ, କୋରାପୁଟ ଉପ ଜିଲାପାଳ ଆଲୋକ ରଞ୍ଜନ କଅଁର ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଛନ୍ତି। ନଭେମ୍ବର ମାସରେ ରାସ୍ତା କାମ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଅପରାହ୍ଣ ୨ଟାରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଛି।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories