www.samajalive.in
Monday, December 8, 2025
17.1 C
Bhubaneswar

ପ୍ରଧାନମନ୍ତ୍ରୀ ହେଲେ ପ୍ରଥମ ଦସ୍ତଖତ ଆନ୍ଧ୍ରକୁ ସ୍ୱତନ୍ତ୍ର ମାନ୍ୟତା ଫାଇଲରେ କରିବି: ରାହୁଲ୍‍

କୁର୍ନୁଲ୍‍: ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ମିଳିବ। ପ୍ରଧାନମନ୍ତ୍ରୀ ହେବା ପରେ ମୁଁ ମୋର ପ୍ରଥମ ଦସ୍ତଖତ ଏ ସମ୍ପର୍କିତ ନିର୍ଦେଶନାମାରେ କରିବି। ଆନ୍ଧ୍ରବାସୀଙ୍କୁ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‍ ଗାନ୍ଧି। ଏଭଳି ପ୍ରତିଶ୍ରୁତି ଦେଇ ରାହୁଲ୍‍ ଆନ୍ଧ୍ରବାସୀଙ୍କ ମନ ଜିଣିବାକୁ ପ୍ରୟାସ କରିଛନ୍ତି।
ସ୍ଥାନୀୟ ଅଞ୍ଚଳରେ ଅନୁଷ୍ଠିତ ଏକ ଜନସମାବେଶକୁ ସମ୍ବୋଧିତ କରିବା ଅବସରରେ ରାହୁଲ୍‍ କହିଛନ୍ତି ଯେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେବା କେନ୍ଦ୍ରର ଦାୟିତ୍ୱ, ଉପହାର ନୁହେଁ। ଆନ୍ଧ୍ରପ୍ରଦେଶ ବିଭାଜନ ବେଳେ ଆନ୍ଧ୍ରବାସୀଙ୍କୁ ଦିଆଯାଇଥିବା ସ୍ୱତନ୍ତ୍ର ପାହ୍ୟା ପ୍ରଦାନର ପ୍ରତିଶ୍ରୁତି ମୋର ମନେ ଅଛି। ଆନ୍ଧ୍ର ପୁନର୍ଗଠନ ଆଇନ୍‍ରେ ମଧ୍ୟ ସ୍ୱତନ୍ତ୍ର ପାହ୍ୟା କଥା ଉଲ୍ଲେଖ ରହିଛି। କିନ୍ତୁ କେନ୍ଦ୍ରର ବିଜେପି ସରକାର ଆନ୍ଧ୍ରବାସୀଙ୍କ ସହିତ ବିଶ୍ୱାସଘାତକତା କରିଛି। ଆଗାମୀ ନିର୍ବାଚନରେ କେନ୍ଦ୍ରରେ କଂଗ୍ରେସ କ୍ଷମତାକୁ ଆସିଲେ ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ନିଶ୍ଚିତ ମିଳିବ। ଯଦି କୌଣସି କାରଣବଶତଃ ଆନ୍ଧ୍ରପ୍ରଦେଶକୁ ଏହି ମାନ୍ୟତା ଦେବାରେ ମୁଁ ବିଫଳ ହୁଏ ତେବେ କେବେ ବି ଆନ୍ଧ୍ରପ୍ରଦେଶ ମାଟିରେ ପାଦ ଦେବିନି।
ରାହୁଲ୍‍ ଆହୁରି କହିଲେ ଯେ ପ୍ରଧାନମନ୍ତ୍ରୀ ଓ ବିଜେପି ଦେଶକୁ ଲୁଟିବା ପାଇଁ ବ୍ୟବସାୟୀଙ୍କୁ ସୁଯୋଗ ଦେଇଛନ୍ତି। ବିଭିନ୍ନ ବ୍ୟାଙ୍କର ୪୫ ହଜାର କୋଟି ଟଙ୍କା ଠକିଥିବା ଅନୀଲ ଅମ୍ବାନୀଙ୍କ ଫାଇଦା ପାଇଁ ପ୍ରଧାନମନ୍ତ୍ରୀ ରାଫେଲ୍‍ କ୍ରୟ ଚୁକ୍ତି ଜରିଆରେ ବଡ଼ ଧରଣର ଦୁର୍ନୀତି କରିଛନ୍ତି। ସେହିପରି ବ୍ୟାଙ୍କ ଠକେଇର ଅନ୍ୟତମ ଅଭିଯୁକ୍ତ ବିଜୟ ମାଲ୍ୟା କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‍ଲୀଙ୍କ ମିଶି ଷଡ଼ଯନ୍ତ୍ର ରଚନା କରିଛନ୍ତି। ମାଲ୍ୟାଙ୍କୁ ବିଦେଶ ଚାଲିଯିବାରେ ଜେଟ୍‍ଲୀ ସହଯୋଗ କରିଛନ୍ତି। ମହିଳା ଓ ପଛୁଆ ବର୍ଗଙ୍କୁ ସୁରକ୍ଷା ଦେବାରେ କେନ୍ଦ୍ରର ବିଜେପି ସରକାର ବିଫଳ ହୋଇଛନ୍ତି। ଏବେ ସମୟ ଆସିଛି ଆମେ ସମସ୍ତେ ମିଶି ଆହ୍ୱାନର ମୁକାବିଲା କରିବା। କଂଗ୍ରେସ ଲୋକମାନଙ୍କ ମଧ୍ୟରୁ ସୃଷ୍ଟି ହୋଇଛି ଓ କଂଗ୍ରେସ ହିଁ ଭାରତର ଆତ୍ମା ବୋଲି ରାହୁଲ୍‍ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories