www.samajalive.in
Tuesday, December 9, 2025
16.1 C
Bhubaneswar

ସମଲିଙ୍ଗୀ ନଣଦ-ଭାଉଜ ଅଭିଯୋଗ ନେଇ ଥାନାରେ ସ୍ୱାମୀ: ଆଇନ୍‍କୁ ନେଇ ଦୋଛକିରେ ପୁଲିସ

କାନପୁର: ଉତ୍ତରପ୍ରଦେଶର କାନପୁରରେ ସମଲିଙ୍ଗୀ ସମ୍ବନ୍ଧକୁ ନେଇ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଜଣେ ସ୍ୱାମୀ ନିଜ ପତ୍ନୀଙ୍କୁ ସମଲିଙ୍ଗୀ ବୋଲି ଥାନାରେ ଅଭିଯୋଗ କରିଛି। ସ୍ୱାମୀଙ୍କୁ ଛାଡ଼ି ପତ୍ନୀ ତାଙ୍କ ସମ୍ପର୍କିୟ ଭଉଣୀଙ୍କ ସହ ସମ୍ପର୍କ ସ୍ଥାପନ କରୁଛନ୍ତି ବୋଲି ଥାନାରେ ଅଭିଯୋଗ ହୋଇଛି।
ଦିନେ ଘରେ ଫେରି ତାଙ୍କ ପତ୍ନୀଙ୍କ ସହ ସମ୍ପର୍କିୟା ଭଉଣୀଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ସ୍ୱାମୀ ଘଟଣା ସମ୍ପର୍କରେ ଜାଣି ପାରିଥିଲେ। ଏହାକୁ କେନ୍ଦ୍ର କରି ସ୍ୱାମୀଜଣକ ନିଜ ପତ୍ନୀ ଓ ଭଉଣୀଙ୍କୁ ଧମକଚମକ ଦେବା ସହ ବୁଝାଇବାକୁ ଚେଷ୍ଟା କରିଥିଲେ। ତେବେ ପତ୍ନୀ ଓ ଭଉଣୀ ପାଲଟା ଆତ୍ମହତ୍ୟା କରିବାର ଧମକ ଦେଇ ସ୍ୱାମୀଙ୍କୁ ଚୁପ୍‍ କରାଇ ଦେଇଥିଲେ।
ପରେ ଏହି ମାମଲା ପରିବାରବର୍ଗ ଜାଣିବା ପରେ ଉଭୟଙ୍କୁ ବୁଝେଇବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। ତେବେ ଉଭୟଙ୍କ ମଧ୍ୟରୁ କେହି ପରିବାରବର୍ଗଙ୍କ କଥା ଶୁଣି ନଥିଲେ। ଶେଷରେ ବାଧ୍ୟ ହୋଇ ସ୍ୱାମୀ ଥାନାର ଦ୍ୱାରସ୍ଥ ହୋଇଥିଲେ।

ପୁଲିସ ସୂଚନା ଅନୁଯାୟୀ ଅଭିଯୋଗକାରୀଙ୍କ ବିବାହ ୫ମାସ ପୂର୍ବେ ଫତେପୁର ନିବାସୀ କନ୍ୟାଙ୍କ ସହ ହୋଇଥିଲା। ବିବାହର କିଛି ଦିନ ମଧ୍ୟରେ ହିଁ ପତ୍ନୀ ସ୍ୱାମୀଙ୍କୁ ଛାଡ଼ି ଘର ନିକଟରେ ଥିବା ସମ୍ପର୍କିୟା ଭଉଣୀଙ୍କ ସହ ଅଧିକ ସମୟ ବିତାଇବା ଆରମ୍ଭ କରିଦେଇଥିଲେ। ଏହି ଘଟଣା ଗୋପନରେ ଚାଲିଥିବାବେଳେ ସୁପ୍ରିମ କୋର୍ଟର ରାୟ ପ୍ରକାଶ ପାଇବା ପରେ ଉଭୟେ ଖୋଲାଖୋଲି ଭାବେ ନିଜ ସମ୍ପର୍କକୁ ସ୍ୱୀକାର କରିବା ଆରମ୍ଭ କରି ଦେଇଥିଲେ।
ସ୍ୱାମୀ ବାହାରକୁ ଗଲା ମାତ୍ରେ ପତ୍ନୀ ସମ୍ପର୍କିୟା ଭଉଣୀ ଘରକୁ ଚାଲିଯାଏ ବୋଲି ସ୍ବାମୀ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ଏହି ଘଟଣା ଆଖପାଖ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ଅଞ୍ଚଳବାସୀ ଉଭୟଙ୍କ ଏଭଳି କାର୍ଯ୍ୟକଳାପ ପାଇଁ ସେମାନଙ୍କ ପରିବାରବର୍ଗଙ୍କୁ ସାମାଜିକ ବାସନ୍ଦ କରିବାକୁ ଯୋଜନା କରୁଛନ୍ତି।
କାନପୁର ଏସପି(ରୁରାଲ) ପ୍ରଦ୍ୟୁମ୍ନ ସିଂହ ଏ ସମ୍ପର୍କରେ ସୂଚନା ଦେଇ ପତିଙ୍କ ଅଭିଯୋଗ ଗ୍ରହଣ କରାଯାଇଛି ବୋଲି ପ୍ରକାଶ କରିଛନ୍ତି। ତେବେ ସୁପ୍ରିମ କୋର୍ଟର ଆଇନକୁ ତର୍ଜମା କରିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ସିଂହ ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories