www.samajalive.in
Monday, December 8, 2025
14.1 C
Bhubaneswar

ମୃତ ସାମ୍ବାଦିକଙ୍କର ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା ଦାବି

ନବରଙ୍ଗପୁର: ଗତ ୫ତାରିଖ ଦିନ କଳାହାଣ୍ଡି ଜିଲା ମୋହିନିଗିରିର ସାମ୍ବାଦିକ ରୋହିତ ବିଶ୍ୱାଳ ମାଓବାଦୀଙ୍କର ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇଥିବା ବେଳେ ତାଙ୍କୁ ଶହୀଦର ମାନ୍ୟତା ଦେବା ସହ ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି। ଓଡିଶା ସାମ୍ବାଦିକ ସଂଘ (ଓଜେୟୁ), ନବରଙ୍ଗପୁର ଜିଲା ଶାଖା ପକ୍ଷରୁ ଜିଲାପାଳ ଡଃ.କମଳଲୋଚନ ମିଶ୍ରଙ୍କୁ ଆବାସିକ କାର୍ଯ୍ୟାଳୟରେ ଭେଟି ୬ଦଫା ଦାବି ପ୍ରଦାନ କରାଯାଇଛି। ସ୍ୱର୍ଗତ ବିଶ୍ୱାଳଙ୍କର ପରିବାର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ ପ୍ରଦାନ କରିବା ଓ ପରିବାରକୁ ପେନସନ ବ୍ୟବସ୍ଥା କରିବା, ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ, ସାମ୍ବାଦିକଙ୍କର ସ୍ୱାସ୍ଥ୍ୟବୀମା ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା, ସାମ୍ବାଦିକ କଲ୍ୟାଣ ପାଣ୍ଠିକୁ ୪ଲକ୍ଷ ଟଙ୍କାରୁ ବୃଦ୍ଧି କରି ୧୫ ଲକ୍ଷ ଟଙ୍କା କରିବା, ସମ୍ବେଦନଶୀଳ ଘଟଣାର ଅନୁସନ୍ଧାନ ଓ ଖବର ସଂଗ୍ରହବେଳେ ସାମ୍ବାଦିକଙ୍କୁ ଭୂମିକା ନେଇ ଏକ ଆଦର୍ଶ ମାର୍ଗଦର୍ଶିକା କାର୍ଯ୍ୟାବଳୀ ଜାରି କରାଯିବା ସହ ପର୍ଯ୍ୟାୟକ୍ରମେ ପ୍ରଶିକ୍ଷଣ ଦିଆଯିବାକୁ ଦାବି କରାଯାଇଛି। ରାଜ୍ୟସରକାରଙ୍କର ଦ୍ୱାରା ସ୍ୱର୍ଗତ ବିଶ୍ୱାଳଙ୍କର ପରିବାରକୁ ୧୩ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଥିବାରୁ ସଂଘ ତରଫରୁ ସାଧୁବାଦ ଜ୍ଞାପନ କରାଯାଇଛି। ତେବେ ଦାବିଗୁଡିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହୃଦୟତାର ସହ ବିଚାର କରି ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ଏହି ଦାବିପତ୍ର ପ୍ରଦାନ ବେଳେ ସଂଘର ରାଜ୍ୟ ସମ୍ପାଦକ ବାଙ୍କ ବିହାରୀ ବିଷୋୟୀ, ଜିଲା ଉପସଭାପତି ରଞନ କୁମାର ପଟ୍ଟନାୟକ ଓ ଜାନକୀକାନ୍ତ ବିଷୋୟୀ, ଉପଦେଷ୍ଟା ଭାଗୀରଥୀ ମଲ୍ଲିକ, ସାଧାରଣ ସମ୍ପାଦକ ଜ୍ୟୋତିପ୍ରକାଶ ଦାଶ, ସହ-ସମ୍ପାଦକ କେ.ବେଣୁ ଗୋପାଳରାଓ, ଜିତେନ୍ଦ୍ର କାନୁନଗୋ, କୋଷାଧ୍ୟକ୍ଷ ଶିବ ଶଙ୍କର ତ୍ରିପାଠୀ ଓ ପ୍ରମିଳା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories