www.samajalive.in
Monday, December 8, 2025
13.1 C
Bhubaneswar

ବନ୍ଦ ହେବ ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ର ବେବି ପାଉଡର !

ଲଣ୍ଡନ: ଏକଦା ଫାର୍ମା କମ୍ପାନୀ ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ର ବେବି ପାଉଡର ଛୋଟ ପିଲା ଓ ମହିଳାଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ ଥିଲା। କିନ୍ତୁ ଏହାଦ୍ବାରା କର୍କଟ ରୋଗ ହେଉଥିବା ଖବର ସାମ୍ନାକୁ ଆସିବା ପରେ ସାରା ବିଶ୍ବରେ ଏବେ ଏହା ଉପରେ  ପ୍ରତିବନ୍ଧକ ଲଗାଯାଇପାରେ ବୋଲି ସୂଚନା ମିଳିଛି। ବ୍ରିଟେନରେ କମ୍ପାନୀର ଅଂଶୀଦାରମାନେ ଏକାଠି ହୋଇ ପାଉଡର ବିକ୍ରି ଉପରେ ବିଶ୍ୱବ୍ୟାପୀ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି। ସୂଚନାଯୋଗ୍ୟ, ଏହି ପାଉଡର କାରଣରୁ ମହିଳାମାନଙ୍କୁ କର୍କଟ ହେଉଥିବା ନେଇ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ କମ୍ପାନୀ ଉପରେ ୩୪ ହଜାର ମୋକଦ୍ଦମା ଚାଲୁଛି।

ଆମେରିକାରେ ଏହି ପାଉଡରରେ ଆଜ୍‌ବେସ୍‌ଟସ୍‌ର ଏକ ପ୍ରକାର କ୍ରାଇସୋଟାଇଲ ଫାଇବର ମିଳିଥିଲା ଏବଂ ଏହି ଉପାଦାନକୁ କର୍କଟ ରୋଗ କାରକ ବୋଲି କୁହାଯାଏ। ଏହି ପାଉଡର ଦ୍ବାରା ଗର୍ଭାଶୟ କର୍କଟ ରୋଗ ହେବା ଅଭିଯୋଗରେ ହଜାର ହଜାର ମହିଳା ମୋକଦ୍ଦମା ଦାୟର କରିଛନ୍ତି। ଏହାପରେ ବିକ୍ରୟ ହ୍ରାସ ହେବା ବାହାନା କରି କମ୍ପାନୀ ୨୦୨୦ରେ ଆମେରିକା ଏବଂ କାନାଡାରେ ବେବି ପାଉଡର ବିକ୍ରୟ ବନ୍ଦ କରିଦେଇଥିଲା। କିନ୍ତୁ ଆଜି ବି ଏହା ବ୍ରିଟେନ ସହିତ ବିଶ୍ବର ଅନ୍ୟ ଦେଶମାନଙ୍କରେ ବିକ୍ରି ହେଉଛି। ବର୍ତ୍ତମାନ ବ୍ରିଟେନର ଟ୍ୟୁଲିପଶେୟାର ନାମକ ଏକ ବିନିଯୋଗ ପ୍ଲାଟଫର୍ମ କମ୍ପାନୀର ଅଂଶୀଦାରମାନଙ୍କ ତରଫରୁ ବିକ୍ରୟ ବନ୍ଦ କରିବାକୁ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛି। ଅଂଶୀଦାରମାନେ ସେମାନଙ୍କର ଅଂଶଧନକୁ ଏକତ୍ର କରି ପ୍ରସ୍ତାବ ପାଇଁ ଆବଶ୍ୟକ ଅଂଶୀଦାର ସଂଖ୍ୟା ସଂଗ୍ରହ କରୁଛନ୍ତି। ଆମେରିକାର ଷ୍ଟକ୍ ମାର୍କେଟ ନିୟାମକ ଏଜେନ୍ସି ଏସ୍‌ଇସିକୁ ଏହି ପ୍ରସ୍ତାବ ପଠାଯାଇଛି। ଏପ୍ରିଲରେ କମ୍ପାନୀର ବାର୍ଷିକ ବୈଠକ ଅଛି, ଯେଉଁଠାରେ ଏହି ପ୍ରସ୍ତାବ ଆଣିବା ପାଇଁ ପ୍ରୟାସ କରାଯାଉଛି।

- Advertisement -

ଆମେରିକାରେ ମିଜୌରୀ ଅଦାଲତ କର୍କଟରେ ପୀଡିତ ମହିଳାଙ୍କ ୨୨ଟି ପିଟିସନରେ ଜନସନ ଆଣ୍ଡ ଜନସନ ବିରୋଧରେ ରାୟ ଦେଇଥିଲେ। କମ୍ପାନୀ କ୍ଷତିପୂରଣ ଏବଂ ମୋକଦ୍ଦମା ଖର୍ଚ୍ଚ ବାବଦରେ ୨୦୦ ମିଲିୟନ୍ ଡଲାର୍ (ପ୍ରାୟ ୧୫ ହଜାର କୋଟି) ପ୍ରଦାନ କରିସାରିଛି। ଭବିଷ୍ୟତରେ ଯେପରି ଏପରି କ୍ଷତିପୂରଣ ଦେବାକୁ ନ ପଡ଼େ, ସେଥିପାଇଁ କମ୍ପାନୀ ଏହାର ପାଉଡର ଉତ୍ପାଦନ ଶାଖାକୁ ଏକ ପୃଥକ କମ୍ପାନୀ କରିଦେଲା ଏବଂ ପରବର୍ତ୍ତୀ ସମୟରେ ଏହାକୁ ଦେବାଳିଆ ଘୋଷଣା କରିଥିଲା। ଏସବୁ ସତ୍ତ୍ବେ କମ୍ପାନୀ ତା’ର ବେବି ପାଉଡର କର୍କଟ ରୋଗ ସୃଷ୍ଟି କରେ ନାହିଁ ବୋଲି ଅନେକ ରିପୋର୍ଟରେ ଦର୍ଶାଇଛି।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories