ଠିକା ସଂସ୍ଥାର ଗୋଦାମରେ ନିଆଁ, ପୋଡିଗଲା ଲକ୍ଷାଧିକ ଟଙ୍କାର ପାଇପ

ବୌଦ୍ଧ: ବୌଦ୍ଧ ବ୍ଳକରେ ବେସରକାରୀ ଠିକା ସଂସ୍ଥା ଏଲଏଣ୍ଡଟି ପକ୍ଷରୁ ଗାଁଗୁଡିକରେ ପାନୀୟ ଜଳ ଯୋଗାଣ ପାଇ ପାଇପ ଲାଇନ କାମ ଚାଲୁଅଛି। ଏହି କାର୍ଯ୍ୟ ପାଇଁ କମ୍ପାନୀ ପକ୍ଷରୁ ବହିରା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ବହୁ ସଂଖ୍ୟାରେ ପାଇପ ଗଛିତ କରାଯାଇଛି। ହଠାତ ସୋମବାର ଦିନ ପାଇପ ଗଛିତ ସ୍ଥାନରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ ଠିକା ସଂସ୍ଥାର ଲକ୍ଷ୍ୟାଧିକ ଟଙ୍କାର ପାଇପ ପୋଡି ନଷ୍ଟ ହୋଇଯାଇଛି। ବାଉଁଶୁଣୀ ଠାରୁ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ।

kalyan agarbati

Comments are closed.