www.samajalive.in
Monday, December 8, 2025
24.1 C
Bhubaneswar

କଂଗ୍ରେସକୁ ମୋଦୀଙ୍କ ସିଧା ନିଶାନା- କହିଲେ ମହାତ୍ମାଗାନ୍ଧୀଙ୍କ ସ୍ବପ୍ନ ସାକାର ହେବା କଂଗ୍ରେସ ଚାହୁଁନି

ନୂଆଦିଲ୍ଲୀ: ସଂସଦ ଅଭିଭାଷଣରେ କଂଗ୍ରେସକୁ ସିଧା ନିଶାନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୧୯୯୫ ପରେ ଓଡ଼ିଶାରେ କଂଗ୍ରେସ ଜିତି ପାରିନାହିଁ। ନାଗାଲାଣ୍ଡ ଓ ଗୋଆରେ ବି ୨୮ ବର୍ଷ ହେଲା ଜିତିପାରି ନାହିଁ। ତାମିଲନାଡୁରେ ୧୯୬୨ ପରେ କଂଗ୍ରେସ ଆଉ କ୍ଷମତାକୁ ଫେରିନାହିଁ। ଗୁଜୁରାଟ ଓ ଉତ୍ତର ପ୍ରଦେଶରେ ମଧ୍ୟ କଂଗ୍ରେସ ପରାଜିତ ହୋଇଛି। ଏତେ ପରାଜୟ ପରେ ବି କଂଗ୍ରେସ ତାର ଅହଂକାର ଛାଡ଼ି ପାରିନାହିଁ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।

 

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ  କରୋନା ଲକଡାଉନ ଚାଲିଥିବାବେଳେ କଂଗ୍ରେସ ସବୁ ସୀମା ଡେଇଁଗଲା। ଶ୍ରମିକମାନଙ୍କୁ ମାଗଣା ଟିକଟ ଦେଇ ସଂକ୍ରମଣ ବଢ଼ାଇଥିଲା। କରୋନା ମୋଦୀ ଛବିକୁ ମଳିନ କରିଦେବ ବୋଲି କିଛି ଲୋକ ଭାବି ଥିଲେ। କଂଗ୍ରେସର କେତେ ନେତା ଲୋକଙ୍କୁ ସତେତନ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ ଉଠାଇଛନ୍ତି। ତେବେ ମହାତ୍ମାଗାନ୍ଧୀଙ୍କ ସ୍ବପ୍ନ ସାକାର ହେବା କଂଗ୍ରେସ ଚାହୁଁନି। ଆପଣଙ୍କ ବିରୋଧ ଦେଖିଲେ ଲାଗୁଛି ଆପଣମାନେ ମନସ୍ଥିର କରିଛନ୍ତି। ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ କ୍ଷମତାକୁ ନ ଆସିବାକୁ ମନ ସ୍ଥିର କରିଛନ୍ତି। ଯଦି ଆପଣମାନେ ଏ କଥା ସ୍ଥିର କରିଛନ୍ତି ମୁଁ ବି ମନ ସ୍ଥିର କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀନ ପ୍ରକାଶ କରିଛନ୍ତି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories