www.samajalive.in
Friday, December 12, 2025
19.1 C
Bhubaneswar

ଦିଲ୍ଲୀରେ କଟକଣା ସହ ଖୋଲିବ ସ୍କୁଲ: ମାସ୍କକୁ ନେଇ ବଦଳିଲା ନିୟମ, ଜାଣନ୍ତୁ ଆଉ କ’ଣ ହେଲା କୋହଳ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ହାର କମିବା ପରେ କଟକଣା ଧିରେ ଧିରେ କୋହଳ ହେବା ଆରମ୍ଭ କରିଛି। ଶୁକ୍ରବାର ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ବୈଠକରେ ଅନେକ କଟକଣା କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀରେ ଏବେ ସ୍କୁଲ, କଲେଜ ଓ ଜିମ୍‌ ଖୋଲିବାକୁ ଅନୁମତି ମିଳିଛି। ଏଥିସହ ସେଠାରେ ଏବେ ଅନେକ କଟକଣା ଉଠାଇ ଦିଆଯାଇଛି। ତେବେ ଜିମ୍‌ ଓ ସ୍ପା ପାଇଁ ସରକାର ନିର୍ଦେଶାବଳୀ ଜାରି କରିବେ, ଯାହାକୁ ପାଳନ କରିବା ବାଧ୍ୟତାମୂଳକ।

୧. ଖୋଲିବ ସ୍କୁଲ-କଲେଜ :

- Advertisement -

– ଓମିକ୍ରମକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସ୍କୁଲ-କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ଡିସେମ୍ବର ୨୯ ତାରିଖରୁ ବନ୍ଦ କରିଦିଆ ଯାଇଥିଲା। ବର୍ତ୍ତମାନ ଏସବୁ ଖୋଲିବାକୁ ଅନୁମତି ମିଳିଛି।

– ସବୁ ଶ୍ରେଣୀ ଏକାଠି ଖୋଲିବ ନାହିଁ। ବିଭିନ୍ନ ଶ୍ରେଣୀ ଅନୁଯାୟୀ ବିଭିନ୍ନ ପର୍ଯ୍ୟାୟରେ ସ୍କୁଲ ଖୋଲାଯିବ।

– ପ୍ରଥମେ ଫେବୃୟାରୀ ୭ ତାରିଖରୁ ନବମରୁ ଦ୍ବାଦଶ ଶ୍ରେଣୀ ଖୋଲିବ। ନର୍ସରୀରୁ ଅଷ୍ଟମ ଶ୍ରେଣୀ ଫେବୃୟାରୀ ୧୪ରୁ ଖୋଲିବ। ଏଥିସହ ଅନଲାଇନ ପାଠପଢା ଜାରି ରହିବ।

– ବିଦ୍ୟାଳୟଗୁଡ଼ିକ ଖୋଲାଯାଇଛି, କିନ୍ତୁ କେବଳ ସେହି ଶିକ୍ଷକମାନଙ୍କୁ ଆସିବାକୁ ଅନୁମତି ଦିଆଯିବ ଯେଉଁମାନେ ଉଭୟ ଡୋଜ ଟିକା ନେଇଥିବେ।

– ଫେବୃଆରୀ ୭ରୁ ସମସ୍ତ କଲେଜ ମଧ୍ୟ ଖୋଲିବ। କଲେଜ ଛାତ୍ରଛାତ୍ରୀମାନଙ୍କ ପାଇଁ  ଅନଲାଇନ୍ କ୍ଲାସ୍ ହେବ ନାହିଁ । ଅଫଲାଇନ୍ ମୋଡ୍‌ରେ ହିଁ ପାଠ ପଢାଯିବ।

୨. ଖୋଲିବ ଜିମ୍‌:

– ରାଜଧାନୀର ଜିମ୍, ସ୍ପା ଏବଂ ସୁଇମିଂ ପୁଲ୍ ଦୀର୍ଘ ଦିନ ଧରି ବନ୍ଦ ରହିଥିଲା। ସେଗୁଡ଼ିକୁ ପୁନର୍ବାର ଖୋଲିବା ପାଇଁ ଅନୁମତି ଦେବାକୁ ଦାବି ହେଉଥିଲା।

– ବର୍ତ୍ତମାନ ସରକାର ପୁଣି ଜିମ୍, ସ୍ପା ଏବଂ ସୁଇମିଂ ପୁଲକୁ ୭ ଫେବୃଆରୀରୁ ଖୋଲିବାକୁ ଅନୁମତି ଦେଇଛନ୍ତି । ଏଠାରେ କୋଭିଡ଼୍‌ ନିୟମ ଅନୁସରଣ କରାଯିବ।

୩. ୧୦୦% କର୍ମଚାରୀରେ ଚାଲିବ କାର୍ଯ୍ୟାଳୟ:

-ଅଦ୍ୟାବଧି କେବଳ ୫୦ ପ୍ରତିଶତ କର୍ମଚାରୀଙ୍କୁ ଦିଲ୍ଲୀର ସରକାରୀ ଏବଂ ବେସରକାରୀ କାର୍ୟ୍ୟାଳୟକୁ ଆସିବାକୁ ଅନୁମତି ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ୧୦୦% କର୍ମଚାରୀ ଆସିବାକୁ ଅନୁମତି ମିଳିଛି।

୪. ରାତ୍ରୀକାଳିନ କଟକଣା ସମୟ କମିଲା:

– ଦିଲ୍ଲୀରେ ୨୭ ଡିସେମ୍ବରରୁ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଥିଲା। ଏହା ଏବେ ମଧ୍ୟ ଜାରି ରହିବ। ମାତ୍ର ସରକାର ବର୍ତ୍ତମାନ ଏହାର ସମୟ ହ୍ରାସ କରିଛନ୍ତି।

-ରାଜଧାନୀରେ ଏଣିକି ରାତି ୧୧ଟାରୁ ସକାଳ ୫ଟା ଯାଏ ରାତ୍ରୀକାଳିନ କଟକଣା ଲାଗୁ ହେବ।

୫. କାରରେ ଏକୁଟିଆ ଥିଲେ ମାସ୍କ ଜରୁରୀ ନୁହେଁ:

– ଏପ୍ରିଲ୍ ୨୦୨୦ରେ ଦିଲ୍ଲୀ ସରକାର ଏକ ନିର୍ଦ୍ଦେଶ ଜାରି କରିଥିଲେ, ଯାହା ଅନୁଯାୟୀ କାରରେ ଏକୁଟିଆ ଥାଇ ମଧ୍ୟ ମାସ୍କ ପିନ୍ଧିବା ଆବଶ୍ୟକ ଥିଲା। ଏପରି ନକଲେ ୨,୦୦୦ ଟଙ୍କା ଜରିମାନା ହେଉଥିଲା।

– ଦିଲ୍ଲୀ ହାଇକୋର୍ଟଙ୍କ ତାଗିଦ ପରେ ଏହି ଆଦେଶକୁ ହଟାଇ ଦିଆଯାଇଛି। ଦୁଇ ଦିନ ପୂର୍ବେ ହାଇକୋର୍ଟ ଏହି ନିର୍ଦ୍ଦେଶ ପ୍ରତ୍ୟାହାର କରିବାକୁ କହିଥିଲେ। ବର୍ତ୍ତମାନ ଯଦି ଆପଣ ଦିଲ୍ଲୀରେ କାରରେ ଏକୁଟିଆ ଯାତ୍ରା କରୁଛନ୍ତି, ତେବେ ମାସ୍କ ପିନ୍ଧିବା ଜରୁରୀ ନୁହେଁ।

୬. ଏଣିକି ୧୧ଟା ଯାଏ ଖୋଲା ରହିବ ରେଷ୍ଟୁରାଷ୍ଟ:

– ବର୍ତ୍ତମାନ ପର୍ଯ୍ୟନ୍ତ ରେଷ୍ଟୁରାଣ୍ଟ ଏବଂ ବାରଗୁଡ଼ିକ ରାତି ୧୦ ଟାରେ ବନ୍ଦ ହୋଇଯାଉଥିଲା। କିନ୍ତୁ ଏଣିକି ରାତି ୧୧ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି।

– ରେଷ୍ଟୁରାଣ୍ଟ ଏବଂ ବାରଗୁଡିକରେ କେବଳ ୫୦% ବସିବା କ୍ଷମତା ଅନୁମତି ଦିଆଯିବ।  ଏହାସହିତ ରେଷ୍ଟୁରାଣ୍ଟଗୁଡିକ ହୋମ ଡେଲିଭରୀ ମଧ୍ୟ କରିପାରିବେ।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories