www.samajalive.in
Monday, December 8, 2025
27.1 C
Bhubaneswar

ପଦାରେ ପଡ଼ିଲା ଚୀନର ମିଛ, ମରିଥିଲେ ୩୮ ସୈନିକ

ନୂଆଦିଲ୍ଲୀ: ପଦାରେ ପଡ଼ିଲା ଚୀନର ମିଛ । ଗଲୱାନ ଘାଟିରେ ଚୀନର ୩୮ ସୈନିକଙ୍କ ମୃତ୍ୟୁ ହୋଇଥିଲା । ଭାରତ ଓ ଚୀନ ସୀମା ଗଲୱାନ ଘାଟିରେ ୩୮ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ଅଷ୍ଟ୍ରେଲିଆର ଏକ ଖବରକାଗଜ ‘ଦ କ୍ଲେକ୍ସନ୍’। ଏନେଇ ଅଷ୍ଟ୍ରେଲିଆର ଗଣମାଧ୍ୟମ ‘ଦ କ୍ଲାକ୍ସନ’ ବର୍ଷେ ଧରି ଅନୁଧ୍ୟାନ କରିବାର ପରେ ରିପୋର୍ଟ ପ୍ରକାଶ କରିଛି । ସୂଚନା ମୁତାବକ ‘ଦ କ୍ଲାକ୍ସନ’ କହିଛି ଗଲୱାନରେ ୪ ପିଏଲଏ ସୈନିକଙ୍କ ମୃତ୍ୟୁ ସୂଚନା ଠିକ୍‍ ନୁହେଁ । ଗଲୱାନ ନଦୀ ପାର ବେଳେ ଚୀନର ସୈନିକ ମାନେ ଭାସିଯାଇଥିବା ବେଳେ ସେମାନଙ୍କର ମୃତ୍ୟୁ ହୋଇଛି । ୨୦୨୦ ଜୁନ୍ ମାସ ୧୫ ତାରିଖରେ ଘଟିଥିବା ଏହି ଘଟଣାରେ ଚୀନର ମାତ୍ର ୪ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲା  । ଏନେଇ ଚୀନର ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇଥିଲା । ହେଲେ ବର୍ତ୍ତମାନ ସଠିକ୍‍ ଖବର ସାମ୍ନାକୁ ଆସିଥିବା କୁହାଯାଉଛି । ସେହି ସମୟର ଗଲୱାନ ଲଢ଼େଇରେ ୨୦ ଭାରତୀୟ ଯବାନ ମଧ୍ୟ ସହିଦ ହୋଇଥିଲେ ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories