www.samajalive.in
Wednesday, December 10, 2025
26.1 C
Bhubaneswar

ଓଡିଶା ପାଇଁ ରେଳ ବଜେଟ୍‌ ଅନୁଦାନ ଘୋଷଣା – ଜାଣନ୍ତୁ କେଉଁ ପ୍ରକଳ୍ପକୁ ମିଳିଛି କେତେ ଅନୁଦାନ

ଭୁବନେଶ୍ୱର – କେନ୍ଦ୍ର ସରକାର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ  ରେଳ ବଜେଟରେ ଓଡ଼ିଶା ପାଇଁ ଅନୁଦାନ ଘୋଷଣା କରିଛନ୍ତି । ଏଥିରେ ଖୋର୍ଦ୍ଧା ବଲାଙ୍ଗୀର ପାଇଁ ୮୯୧ କୋଟି ଟଙ୍କା ଘୋଷଣା କରାଯାଇଛି । ସମ୍ବଲପୁର ଟିଟିଲାଗଡ ପାଇଁ ୭୯ କୋଟି ୫୦ ଲକ୍ଷ , ସମ୍ବଲପୁର ତାଳଚେର ପାଇଁ ୧୭୨ କୋଟି ୫୦ ଲକ୍ଷ, ବାଂଶପାଣି- ଦୈତାରୀ-ଟମକା-ୟଖପୁରା ପାଇଁ ୩ଶହ କୋଟି ,ଅନୁଗୁଳ ସୁକିନ୍ଦା ପାଇଁ ୪୭୫ କୋଟିଟଙ୍କା , ଭଦ୍ରକ ନିର୍ଗୁଣ୍ଡି ପାଇଁ ୩୫୧ କୋଟି ଟଙ୍କା , ହରିଦାସପୁର ପାରାଦୀପ ପାଇଁ ୮୫ କୋଟି ଟଙ୍କା ଘୋଷଣା କରାଯାଇଛି ।

ହରିଦାସପୁର-ପାରାଦୀପ ଲାଇନ ପାଇଁ ୮୫ କୋଟି, ତାଳଚେର-ବିମଳାଗଡ଼ ଲାଇନ ପାଇଁ ୨୫୦ କୋଟି, ଜୟପୁର-ମାଲକାନଗିରି ପାଇଁ ୧୩ କୋଟି ୮୦ ଲକ୍ଷ, ଜୟପୁର-ନବରଙ୍ଗପୁର ଲାଇନ ପାଇଁ ୮୧ କୋଟି , ନୌପଡ଼ା-ଗୁଣପୁର-ଥେରୁବାଲି ପାଇଁ ୧୦ କୋଟି, ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ଲାଇନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଖୋର୍ଦ୍ଧା-ବାରଙ୍ଗ ତୃତୀୟ ଲାଇନ ପାଇଁ ୧୬୪ କୋଟି , ସମ୍ବଲପୁର-ଟିଟିଲାଗଡ଼ ଲାଇନ ପାଇଁ ୭୯ କୋଟି ୫୦ ଲକ୍ଷ, ବାଂଶପାଣି-ଦୈତାରୀ-ଟମକା-ଯଖପୁରା ପାଇଁ ୩ ଶହ କୋଟି, ସମ୍ବଲପୁର-ତାଳଚେର ଲାଇନ ପାଇଁ ୧୭୨ କୋଟି ୫୦ ଲକ୍ଷ , ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପାଇଁ ୩୫୧ କୋଟି ଟଙ୍କା ଅର୍ଥରାଶି ମଞ୍ଜୁର କରାଯାଇଛି ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories