www.samajalive.in
Sunday, December 7, 2025
15.1 C
Bhubaneswar

ଗଞ୍ଜାମ ବ୍ଲକ ବିଜେଡି ପକ୍ଷରୁ ଦୁଇଟି ଜିଲ୍ଲା ପରିଷଦ ଜୋନ ପାଇଁ ନିର୍ବାଚନ ପ୍ରଚାର ଗାଡି ଶୁଭାରମ୍ଭ ଓ ସାଂଗଠନିକ ବୈଠକ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତର ଗୋପାଳପୁର ସ୍ଥିତ ମଲ୍ଲିକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବୁଧବାର ବିଜୁ ଜନତା ଦଳର ଦୁଇଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ପାଇଁ ପ୍ରଚାରଗାଡ଼ି ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ଦଳୀୟ ସାଙ୍ଗଠନିକ ସଭା ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀ, ୧୪ ନମ୍ବର ଜିଲାପରିଷଦ ପ୍ରାର୍ଥିନୀ ସସ୍ମିତା ସ୍ୱାଇଁ, ୧୫ ନମ୍ବର ଜିଲା ପରିଷଦ ପ୍ରାର୍ଥୀ ସନାତନ ବେହେରା, ନିର୍ଦ୍ୱନ୍ଦ୍ବରେ ନିର୍ବାଚତ ସରପଞ୍ଚ କବିତା ସାହୁ, ସମିତିସଭ୍ୟା କବିତା ରେଡ଼ି ପ୍ରମୁଖ ମଞ୍ଚାସୀନ ରହିଥିଲେ। ସରପଞ୍ଚ ନିରଞ୍ଜନ ରେଡି ସ୍ବାଗତ ଭାଷଣ ଦେଇଥିଲେ। ସରକାରଙ୍କ ବିଭିନ୍ନ ଜନାଭିମୁଖୀ ଯୋଜନା ସମ୍ପର୍କରେ କହିଥିଲେ। ଦଳୀୟ କର୍ମୀ ଓ ନେତାମାନେ ବ୍ୟକ୍ତିଗତ ମତ ଭେଦ ଭୁଲି କିଭଳି ଦୁଇଟି ଜୋନ ଦଳୀୟ ପ୍ରାର୍ଥୀ ବିପୁଳ ଭୋଟରେ ବିଜୟୀ ହେବେ ସେଥିପାଇଁ ସମସ୍ତଙ୍କୁ କାର୍ୟ୍ୟ କରିବାକୁ ପଡିବ ବୋଲି ନେତାମାନେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ସମ୍ପାଦକ ଉମା ଜେନା, ସମିତି ସଭ୍ୟ କୈଳାଶ ସ୍ୱାଇଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରତ ପାହାନ, ରଘୁନାଥ ସାହୁ, ଜିଲ୍ଲା ଯୁବ ବିଜେଡ଼ିର ଉପସଭାପତି ଶିବ ପ୍ରସାଦ ସ୍ୱାଇଁ, ବ୍ଲକ ଯୁବ ସଭାପତି ଅନ୍ତର୍ଯ୍ୟାମୀ ବେହେରା, ଏନଏସି ପୂର୍ବତନ ଅଧ୍ୟକ୍ଷା ଉର୍ମିଳା ପଳାଇ, ପୂର୍ଵତନ ଉପାଧ୍ୟକ୍ଷା ନୀଳାଞ୍ଚଳ ବାରିକ, ବିଜେଡି ଏନଏସି ସଭାପତି ସୁଧୀର କୁମାର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ଗଞ୍ଜାମ ବ୍ଲକ ସଭାନେତ୍ରୀ ଜୟନ୍ତୀ ରେଡ଼ି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବରିଷ୍ଠ ନେତା ବାନାମ୍ବର ପଳାଇ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପ୍ରଚାର ଗାଡି ବିଭିନ୍ନ ପଂଚାୟତରେ ପ୍ରଚାର ଆରମ୍ଭ କରିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories