www.samajalive.in
Monday, December 8, 2025
24.1 C
Bhubaneswar

ମାର୍ଚ୍ଚରେ ପ୍ରେକ୍ଷାଳୟକୁ ଆସିବ ‘ଝୁଣ୍ଡ୍‌’: ବିଗ୍‌ ବି ଶେୟାର କଲେ ପୋଷ୍ଟର

ମୁମ୍ବଇ: ଅମିତାଭ ବଚ୍ଚନ ଅଭିନୀତ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଝୁଣ୍ଡ୍‌’ର ମୁକ୍ତିଲାଭ ତାରିଖ ଘୋଷଣା ହୋଇଛି। ମାର୍ଚ୍ଚ ୪ ତାରିଖରେ ପ୍ରେକ୍ଷାଳୟକୁ ଆସିବ ‘ଝୁଣ୍ଡ୍‌’। କରୋନା ଯୋଗୁଁ ନିର୍ମାତାଙ୍କୁ ଅନେକ ଥର ରିଲିଜ୍‌ ତାରିଖ ଘୁଞ୍ଚାଇବାକୁ ପଡ଼ିଥିଲା। ମାତ୍ର ଏବେ ଅପେକ୍ଷାର ଅନ୍ତ ଘଟିଛି।

ଅମିତାଭ ସାମାଜିକ ଗଣମାଧ୍ୟମରେ ଫିଲ୍ମର ଏକ ନୂଆ ପୋଷ୍ଟର ଶେୟାର କରିଛନ୍ତି। ଏଥିସହ ସେ ଲେଖିଛନ୍ତି, ‘‘ଏହି ଦଳ ସହିତ ମୁକାବିଲା କରିବାକୁ ପ୍ରସ୍ତୁତ ରୁହନ୍ତୁ, ଆମ ଟିମ୍‌ ଆସୁଛି… ୪ ମାର୍ଚ୍ଚରେ ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି ‘ଝୁଣ୍ଡ’।

- Advertisement -

ଏହା ନାଗରାଜ ପୋପଟରାଓ ମଞ୍ଜୁଲେଙ୍କ ନିର୍ଦେଶନାରେ ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର। ମରାଠୀ ବ୍ଲକବଷ୍ଟର ଫିଲ୍ମ ‘‘ସୈରାଟ’’ ଓ ‘‘ଫେଣ୍ଡ୍ରି’’ ପାଇଁ ସେ ଖୁବ୍‌ ଜଣାଶୁଣା। ‘ଝୁଣ୍ଡ୍‌’ର କାହାଣୀ ସ୍ଲମ ସକର୍‌ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ପ୍ରଶିକ୍ଷକ ବିଜୟ ବରସେଙ୍କ ଜୀବନ କାହାଣୀ ଉପରେ ଆଧାରିତ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories