ନୂଆଦିଲ୍ଲୀ, ୧।୨: ପ୍ରଥମଥର ପାଇଁ ଭାରତର ନାମୀ ଟେବୁଲ ଟେନିସ୍ ଖେଳାଳି ମାନିକା ବାତ୍ରା ବିଶ୍ବ ମାନ୍ୟତାରେ ଶ୍ରେଷ୍ଠ-୫୦ରେ ସ୍ଥାନ ପାଇଛନ୍ତି। ମଙ୍ଗଳବାର ବିଶ୍ବ ଟେବୁଲ୍ ଟେନିସ ମହାସଂଘ (ଆଟିଟିଏଫ୍) ପକ୍ଷରୁ ପ୍ରକାଶ ପାଇଥିବା ମହିଳା ସିଙ୍ଗଲ୍ସ ମାନ୍ୟତା ତାଲିକାରେ ଦିଲ୍ଲୀର ମାନିକା ୬ଟି ସ୍ଥାନର ଉନ୍ନତି ଘଟାଇଛନ୍ତି। ବର୍ତ୍ତମାନ ମାନିକା ୫୦ତମ ସ୍ଥାନରେ ରହିଛନ୍ତି; ଯାହା ତାଙ୍କର ସର୍ବଶ୍ରେଷ୍ଠ ମାନ୍ୟତା। ପୁରୁଷ ସିଙ୍ଗଲ୍ସ ମାନ୍ୟତାରେ ଭାରତର ଜି. ସତ୍ୟନ୍ ୩୩ତମ ସ୍ଥାନକୁ ଉଠିଥିବା ବେଳେ ବରିଷ୍ଠ ଖେଳାଳି ଏ. ଶରତ କମଲ ୨ଟି ସ୍ଥାନ ଦଳକୁ ଖସି ୩୪ତମ ସ୍ଥାନରେ ରହିଛନ୍ତି। ମାନିକା ଓ ବାତ୍ରା ମିଶ୍ରିତ ଯୁଗଳ ବା ମିକ୍ସଡ୍ ଡବଲ୍ସରେ ୧୧ଶ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ମହିଳା ଯୁଗଳରେ ମାନିକା ଓ ଅର୍ଚ୍ଚନା କାମତ୍ ବିଶ୍ବରେ ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।
Popular Categories



