www.samajalive.in
Friday, December 12, 2025
17.1 C
Bhubaneswar

ପୋଷ୍ଟର ଚିରାକୁ ନେଇ ବିଡ଼ିଓଙ୍କୁ ଫେରାଦ

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ଜୋନ ନଂ ୮ର ବିଭିନ୍ନ ପଞ୍ଚାୟତରେ ନିର୍ବାଚନ ପ୍ରଚାର ପାଇଁ  ଲଗାଯାଇଥିବା ବିଜେପି ସମର୍ଥିତ ପ୍ରାର୍ଥୀଙ୍କର ପୋଷ୍ଟର ଓ ବ୍ୟାନର ଉଠାଇ ଆଣିବା ଓ ଚିରି ଦେବା ଦୁର୍ଭାଗ୍ୟ ଜନକ ବୋଲି ମଣ୍ଡଳ ବିଜେପି ଅଭିଯୋଗ ଆଣିଛି। ଶାସକ ଦଳ ପକ୍ଷରୁ ବେଆଇନ ଭାବେ  ସରକାରୀ କାର୍ଯ୍ୟାଳୟ, ସରକାରୀ ଜାଗା, ଇଲେକ୍ଟ୍ରି ଖୁଣ୍ଟରେ ପୋଷ୍ଟର ଓ ବ୍ୟାନର ଲଗାଯାଇଥିଲେ ମଧ୍ୟ ପ୍ରଶାସନ ଶାସକ ଦଳକୁ ଖୁସ କରିବା ପାଇଁ ଏପରି କାର୍ଯ୍ୟ କରିଥିବା ଦେଖିବା କୁ ମିଳିଛି । ଏହାର ପ୍ରତିବାଦରେ ଘଟଗାଁ ବ୍ଲକ ବିଜେପି ତରଫରୁ ବ୍ଲକ ନିର୍ବାଚନ ଅଧିକାରୀ ତଥା ଘଟଗାଁ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ ଦେବା ସହିତ ଶତାଧିକ କାର୍ଯ୍ୟକର୍ତ୍ତା ପ୍ରତିବାଦ କରିଛନ୍ତି । ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ପକ୍ଷ ପାତିତା ନ କରି ନିରପେକ୍ଷ ନିର୍ବାଚନ କରିବା ପାଇଁ ଦାବି କରାଯାଇଥିଲା । ଏ ବିଷୟରେ ପ୍ରମାଣ ସହିତ ଢେଙ୍କିକୋଟ ମଣ୍ଡଳ ସଭାପତି ଜିତେନ୍ଦ୍ର ପଲେଇ ଓ ପଇଦାପାଟଣା ସରପଞ୍ଚ ପ୍ରାର୍ଥୀ ମୁକୁନ୍ଦ ମୁଣ୍ଡା ଲିଖିତ ଭାବେ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସିଂ, ଢେଙ୍କିକୋଟ ମଣ୍ଡଳ ସଭାପତି ଜିତେନ୍ଦ୍ର ପଲେଇ, ଘଟଗାଁ ମଣ୍ଡଳ ସଭାପତି ଗୋଲକ ବଳ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଅମର ସିଂ, ସାଧାରଣ ସମ୍ପାଦକ ତ୍ରିନାଥ ମହାରଣା, ଢେଙ୍କିକୋଟ ମଣ୍ଡଳ ଓବିସି ମୋର୍ଚ୍ଚା ସଭାପତି ପ୍ରଶାନ୍ତ ଗିରି, ପଇଦାପାଟଣା ସରପଞ୍ଚ ପ୍ରାର୍ଥୀ ମୁକୁନ୍ଦ ମୁଣ୍ଡା, ସମିତି ସଭ୍ୟ ପ୍ରାର୍ଥୀ ପ୍ରଶାନ୍ତ ସିଂ, ଆନନ୍ଦ ମହାନ୍ତ, ଦୁର୍ଯ୍ୟଧନ ମହାନ୍ତ, ରତିକାନ୍ତ ବେହେରା, ଯଯାତି ନାଏକ, ରଂଜନ ପାତ୍ର, ଅନାଦି ମହାନ୍ତ ସହିତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories