www.samajalive.in
Friday, December 12, 2025
19.1 C
Bhubaneswar

ପାନୀୟ ଜଳଯୋଗାଣ ବନ୍ଦ ଯୋଗୁଁ ଜାତୀୟ ରାଜପଥ ଅବରୋଧ

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ବୁର୍ଜା ପଞ୍ଚାୟତ ସଦର ମହକୁମାରେ ଚାରି ଦିନ ହେଲା ପାନୀୟ ଜଲକ ଯୋଗାଣ ବନ୍ଦ ଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଳରେ ଗ୍ରାମର ଶତାଧିକ ମହିଳା ମାନେ ହାଣ୍ଡି ବାଲ୍ଟି ରଖି ରାଞ୍ଚି ବିଜୱାଡା ୩୨୬ ନମ୍ବର ଜାତୀୟ ରାଜପଥକୁ ସୋମବାର ସକାଳେ ଅବରୋଧ କରିଥିଲେ। ଯେଉଁଥିପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ଅନେକ ଯାନବାହାନ ଅଟକି ରହିଥିଲା। ଖବର ପାଇ ଗୋଷ୍ଠୀ ଊନ୍ନୟନ ଅଧିକାରୀ ପ୍ରୀତିରଞ୍ଜନ ରଥଙ୍କ ନିର୍ଦ୍ଦେଶ କ୍ରମେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସୁଧୀର କୁମାର ବେହେରା, ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ପ୍ରଦୀପ୍ତ ସିଂ, ବୁର୍ଜା ପଞ୍ଚାୟତ ନିର୍ବାହୀ ଅଧିକାରୀ ଜୟରାମ ସାଙ୍କିଆ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ। ଯଥା ଶୀଘ୍ର ପାନୀୟ ଜଳ ଯୋଗାଇ ଦିଆଯିବାର ବ୍ୟବସ୍ଥା କରା ଯିବା ପାଇଁ ପ୍ରଶାସନିକ ଅଧିକାରୀଙ୍କଠାରୁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ରୋକ ହଟିଥିଲା।

ଆନ୍ଦୋଳନକାରୀ କହିଛନ୍ତି ଯେ ଖରା ଦିନ ଆରମ୍ଭ ନହେଉଣୁ ପାନୀୟ ଜଳଯୋଗାଣରେ ଏପରି ସମସ୍ୟା ଦେଖା ଦେଇଥିଲା ବେଳେ ଆଗାମୀ ଦିନରେ କିପରି ଦୁର୍ଦ୍ଦଶାର ସମ୍ମୁଖୀନ ହେବେ ତାହା ନକହିବା ଭଲ। ବିଭାଗୀୟ ଅଧିକାରୀଙ୍କୁ କହିବା ପରେ ବି କିଛି ପ୍ରତିକାର ହେଲା ନାହିଁ ଯେଉଁଥିପାଇଁ ଆମେ ବାଧ୍ୟ ହୋଇ ରାଜରାସ୍ତା ଅବରୋଧ କରିଛୁ। ସ୍ଥାନୀୟ ପୁଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲା।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories