ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗାର ଅବନୀ ସାହୁଙ୍କ ଘର ପଛ ପାଖରେ ଠିଆ ହୋଇଥିବା ଦୁଇଟି ଟ୍ରକରୁ ଗତକାଲି ବିଳମ୍ବିତ ରାତିରେ ଚାରିଟି ବ୍ୟାଟେରୀକୁ ଚୋର ମାନେ ଚୋରିକରି ନେଇଥିବା ଅଭିଯୋଗ ହୋଇଛି । ଏନେଇ ତୁରୁମୁଙ୍ଗା ଥାନାରେ ମୌଖିକ ସୂଚନା ଦିଆଯାଥିବା ବେଳେ, ଥାନାରେ ଲିଖିତ ଅଭିଯୋଗ ହୋଇନାହିଁ । ତୁରୁମୁଙ୍ଗା ଥାନା ଅଞ୍ଚଳରେ ଗାଡ଼ି ଗୁଡ଼ିକରୁ ବ୍ୟାଟେରୀ, ଚକ ଓ ଡିଜେଲ ଚୋରି ଆଦି ଘଟଣା ନିୟମିତ ବ୍ୟବଧାନରେ ହେଉଥିବାରୁ ଏନେଇ ଗାଡ଼ି ମାଲିକ ମାନେ ଚିନ୍ତିତ ଅଛନ୍ତି । ତୁରୁମୁଙ୍ଗା ପୋଲିସ ରାତ୍ରୀକାଳୀନ ପଇଁତରା ଦେବାକୁ ଦାବି ହେଉଛି।
Popular Categories



