www.samajalive.in
Saturday, December 6, 2025
26.1 C
Bhubaneswar

ଲକ୍ଷ୍ମୀପୁର ଷ୍ଟେଟ ବ୍ୟାଙ୍କ ସୁନା ଚୋରି ଘଟଣା,ସୁନା କଣିଥିବା କାରିଗର ଠାରୁ ବାକି ସୁନା ଜବତ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ଷ୍ଟେଟ ବ୍ୟାଙ୍କରୁ ସୁନା ଚୋରି ଘଟଣାରେ ସୁନା କିଣଥିବା କାରିଗର (ବଣିଆ)ଠାରୁ ବାକି ସୁନା ତକ ଜବତ ହେବା ସହିତ ସମ୍ପୃକ୍ତ ବଣିଆଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୂଚନା ଯୋଗ୍ୟ ଗତ ନଭେମ୍ବର ମାସ ୩୦ ତାରିଖରେ ଲକ୍ଷ୍ମୀପୁର ଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ୧୬୧୦ ଗ୍ରାମ ସୁନା ଅଳଙ୍କାର ଚୋରି ହୋଇଥିଲା । ପ୍ରାୟ ୪୦ ଦିନ ପରେ ଘଟଣା ସମ୍ପର୍କରେ ଶାଖା ପରିଚାଳକ ଜାଣିବା ପରେ ଏନେଇ ଲକ୍ଷ୍ମୀପୁର ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ପରେ ସିସିଟିଭି ଫୁଟେଜରୁ ଜଣାପଡ଼ିଥିଲା।

ଏହି ଘଟଣାରେ ସମ୍ପୃକ୍ତ ବ୍ୟାଙ୍କର ପୁର୍ବତ୍ତନ ଅସ୍ଥାୟୀ କର୍ମଚାରୀ ନାରାୟଣପାଟଣା ଥାନା ଅନ୍ତର୍ଗତ ବିକ୍ରମପୁର ଗ୍ରାମର ଗଙ୍ଗା କୁଲଦୀପିଆଙ୍କ ପୁଅ ଶେଖର କୁଲଦୀପିଆଙ୍କୁ ଗିରଫ କରାଯାଇ ଶନିବାର କୋର୍ଟ ଚାଲାଣ କରାଯାଇଥି।

- Advertisement -

ଚୋରି ୧ କିଲୋ ୬୧୦ ଗ୍ରାମ ସୁନା ମଧ୍ୟରୁ ୧ କିଗ୍ରା ୧୮୯ ଗ୍ରାମ ସୁନା ଜବତ କରାଯିବା ସହିତ ସୁନା ବିକ୍ରି କରି ରଖିଥିବା ୨ ଲକ୍ଷ ୯୫ ହଜାର ଟଙ୍କା, ପ୍ରାୟ ୧ ଲକ୍ଷର ଅଧିକ ଟଙ୍କାର ଘର କରଣା ସାମଗ୍ରି ସହିତ ଏଥିରେ ମଧ୍ୟରେ ଲକ୍ଷ୍ମୀପୁର ସଦର ମହକୁମାରେ ୪ ଲକ୍ଷ ଟଙ୍କାର ଜାଗା ଅନ୍ତର୍ଭୁକ୍ତ। ପୁଲିସ ଶେଖର କୁ ଆଣି ପଚରାଉଚରା କରି ସମସ୍ତ ତଥ୍ୟ ସଂଗ୍ରହ କରିବା ସହିତ ତାକୁ ନେଇ ବିକ୍ରମପୁର ଗାଁ କୁ ଯାଇ ଖୋଜାଖୋଜି କରିବା ପରେ ତା’ ଘରୁ ଏପରିକି ଭାତ ହାଣ୍ଡି, ଡାଲି ହାଣ୍ଡି ସହିତ ଚୁଲିରୁ ଏହି ସୁନା ସବୁ ଜବତ କରାଯାଇଥିଲା ।

ସେହିପରି ନାରାୟଣପାଟଣା ଅଞ୍ଚଳର ମୌଳି ନାମକ ଜଣେ ବଣିଆ ଉକ୍ତ ସୁନାରୁ ପ୍ରାୟ ଶହେ ଗ୍ରାମ ସୁନା କିଣଥିବା ନେଇ ସେତେବେଳେ ସୁଲିସ ସୂଚନା ଦେଇଥିଲା।  ତାଙ୍କୁ ମଧ୍ୟ ଅଟକ ରଖାଯାଇଥିବା ସୂଚନା ମିଳିବା ସହିତ କେତେକ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଥିଲା। ତେବେ ପୁଲିସ ଏନେଇ ସମ୍ପୃକ୍ତ ବଣିଆଙ୍କ ନାମ ପ୍ରକାଶ କରିନଥିଲା । ଏପରିକି ଯେଉଁ ସିସିଟିଭି ଲାଗିଛି ତା’ର ସଂଯୋଗ ଛିନ୍ନ କରିବା ପାଇଁ ଚାହିଁ ସେଥିରେ ବିଫଳ ହୋଇଥିଲା।

ଏପରିକି ଯେଉଁ ସିସିଟିଭି ଲାଗିଛି ସଂଯୋଗ ଛିନ୍ନ କରିବା ପାଇଁ ଚାହିଁ ସେଥିରେ ବିଫଳ ହୋଇଥିଲା, କିନ୍ତୁ ସତର୍କ ଘଣ୍ଟିର ସଂଯୋଗକୁ  ଛିନ୍ନ କରିବା ପରେ ଶାଖା ପରିଚାଳକଙ୍କ କୋଠରୀରେ ଥିବା ଚାବି କାଠି ବାହାର କରି ଷ୍ଟ୍ରଙ୍ଗ ରୁମ ଖୋଲିବା ସହିତ ଲକର ଖୋଲି ସୁନା ଅଳଙ୍କାର ଗୁଡ଼ିକ ସେ ପିନ୍ଧିଥିବା ଶୀତ ବସ୍ତ୍ର ଭିତରେ ଲୁଚାଇ ରଖି ଚାବିକୁ ପୁଣି ଶାଖା ପରିଚାଳକଙ୍କ କୋଠରୀରେ ରଖି ପାଇଖାନାରେ ଲୁଚି ରହିଥିଲା। ସକାଳେ ବ୍ୟାଙ୍କ ଖୋଲା ଯିବା ପରେ ଗ୍ରାହକଙ୍କ ଭିଡ଼ ହୋଇ ଯାଇଥିଲା। ଏହାର ସୁଯୋଗ ନେଇ ଶେଖର ଖସି ପଳାଇ ଯାଇଥିଲା ବୋଲି ଜେରା ବେଳେ ସ୍ବୀକାର କରିଥିବା ଜଣାପଡିଛି।

ତେବେ ସମ୍ପୃକ୍ତ ବଣିଆଙ୍କୁ  ଜଣେ ପୁଲିସ ଅଧିକାରୀ କିଛି ମୋଟାଅଙ୍କର ହାତଗୁଞ୍ଜା ଦେଇ ଫେରାର କରାଇ ଦେଇଥିଲେ ବୋଲି ଶୁଣିବାକୁ ମିଳିଥିଲା। ଚୋରି ୧ କିଲୋ ୬୧୦ ଗ୍ରାମ ସୁନା ମଧ୍ଯରୁ ୧ କୋଲ ୧୮୯ ଜବତ ହୋଇଥିବା ବେଳେ ବଳକା ସୁନା ମିଳିନଥିଲା। ତେବେ ଚାପ ପରେ ପୁଲିସ ସମ୍ପୃକ୍ତ ବଣିଆଙ୍କ ଫୋନ୍ କୁ ଟ୍ରାକ କରି ଜଣେ ଡ୍ରାଇଭର ସହିତ ସେ କଥା ହେଉଥିବା ଜଣାପଡ଼ିବା ପରେ ତାଙ୍କୁ ଆଣି ଅଟକ ରଖିବା ସହିତ ସୁନା କିଣଥିବା ଲୋକଙ୍କୁ ଆଣି ପଚରାଉଚରା କରି ଗିରଫ କରିବା ଭୟ ଦେଖାଇବାରୁ ସେ ଆସି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ।

ସୂଚନା ଅନୁଯାୟୀ ତାଙ୍କଠାରୁ ସମସ୍ତ ସୁନା ଜବତ କରାଯାଇଛି । ଗତକାଲି ରାତିରେ ଏନେଇ କଥା ପ୍ରଘଟ ହେବା ସହିତ ଖବର ପ୍ରକାଶ ହେବା ଆଶଙ୍କା କରି ସୁନା କିଣଥିବା ବଣିଆଙ୍କୁ ରାତି ଅଧିଆ ଅଦାଲତ ଚାଲାଣ କରାଯାଇଛି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories