www.samajalive.in
Wednesday, December 10, 2025
26.1 C
Bhubaneswar

ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ୪୭ ସଦସ୍ୟ

କଲ୍ୟାଣସିଂହପୁର: ତ୍ରିସ୍ତରୀୟପଞ୍ଚାୟତ ନିର୍ବାଚନରେ କଲ୍ୟାଣସିଂହପୁର ବ୍ଲକରେ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ମୋଟ ୩୯୧ ସଦସ୍ୟ ମନୋନାୟନ ପତ୍ର ଦାଖଲ କରିଥିଲେ। ସେଥିରୁ ସରପଞ୍ଚ ୬୯,ସମିତି ସଭ୍ୟ ୪୪ ଓ ୱାର୍ଡ ସଭ୍ୟ ୨୭୮ ପ୍ରାର୍ଥୀ ରହିଥିବା ସୂଚନା ଦେଇଥିଲେ। ବର୍ତ୍ତମାନ ୩୮୦ ସଦସ୍ୟ ମଧ୍ୟରୁ ସରପଞ୍ଚ ୬୦, ସମିତି ସଭ୍ୟ ୪୫ ଓ ୱାର୍ଡ ସଭ୍ୟ ୨୭୫ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ମଙ୍ଗଳବାର ଦିନ ସେଥିମଧ୍ୟରୁ ୧୫ ସରପଞ୍ଚ, ୧୧ ସମିତି ସଭ୍ୟ ଓ ୨୧ ୱାର୍ଡ ସଦସ୍ୟ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି। ଏବେ କଲ୍ୟାଣସିଂହପୁର ବ୍ଲକରେ ୪୫ ସରପଞ୍ଚ, ୩୪ସମିତି ସଭ୍ୟ ଓ ୨୫୪ ୱାର୍ଡ ସଦସ୍ୟ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବ ବୋଲି ନିର୍ବାଚନ ଅଧିକାରୀ ସୁଧାକର ରଇତ, ପଞ୍ଚାୟତ ଅଧିକାରୀ ମାନସ ରଞ୍ଜନ ପ୍ରଧାନ ଓ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ବଳରାମ ପାତ୍ରକହିଛନ୍ତି ।

 

- Advertisement -

ସେହିପରି ଉକ୍ତ ବ୍ଲକରେ ଜିଲାପରିସଦ ‘କ’ ଓ ‘ଖ’ ଜୋନରେ ୧୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ରାୟଗଡା ଉପଜିଲାପାଳ ଙ୍କ ଠାରେ ଦାଖଲ କରିଥିଲେ। ‘କ’ ଜୋନରେ ୭ଜଣ ମଧ୍ୟରୁ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବେ ସୁନ୍ଦର ରାଓ ବାଗ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିଲେ । ‘ଖ’ଜୋନ ରେ ୬ଜଣ ପ୍ରାର୍ଥୀ ମଧ୍ୟରୁ ଦୁଇଜଣ ସ୍ୱାଧୀନ ପ୍ରାର୍ଥୀ ଗେମ୍ବାଳି ପ୍ରଭାସିନୀ ଓ ସାତାନା ଶିବନୀ ନାମାଙ୍କନ ପ୍ରତ୍ୟାହାର କରିଥିବା ଉପଜିଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories