www.samajalive.in
Saturday, December 6, 2025
16.1 C
Bhubaneswar

ବକ୍ସ ଅଫିସରେ ଧୁମ ମଚାଇଥିବା ‘ପୁଷ୍ପା’ରେ ଓଡିଆ ପୁଅ

ବରଗଡ : ବକ୍ସ ଅଫିସରେ ବେଶ ଲୋକପ୍ରିୟତା ହାସଲ କରୁଛି ତେଲୁଗୁ ଚଳଚ୍ଚିତ୍ର ‘ପୁଷ୍ପା’। ଏଥିରେ ସାରଥ୍‍ ଷ୍ଟାର ଅଲ୍ଲୁ ଅର୍ଜୁନ ଚମତ୍କାର ଅଭିନୟ ପ୍ରଦର୍ଶନ କରିଥିବା ବେଳେ ଓଡିଶାର ବରଗଡରମାଟିର ପୁଅ ଏମ୍‍ . ରାମକ୍ରିଷ୍ଣା ଓରଫ ଶତ୍ରୁ ମଧ୍ୟ ନିଜର କମାଲ ଦେଖାଯାଇଛନ୍ତି। ଏଥିରେ ଏମ୍‍ . ରାମକ୍ରିଷ୍ଣାଙ୍କ ଅଭିନୟ ଦେଖି ବିିଭିନ୍ନ ମହଲରୁ ତାଙ୍କୁ ସଭିଏଁ ବେଶ ପ୍ରଂଶସା କରିଛନ୍ତି। ଶତ୍ରୁ ପୁଷ୍ପା ଚଳଚ୍ଚିତ୍ରରେ ପୁଲିସ ଇନ୍ସପେକ୍ଟର ଗୋବିନ୍ଦାପ୍ପା ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ମାତ୍ର ୨୬ ଦିନରେ ବକ୍ସଅଫିସରେ କଲେକସନ ହୋଇଛି ୩ ଶହ ୨୫ କୋଟି ଟଙ୍କା।
ଏହି ଚଳଚ୍ଚିତ୍ରରେ ପୁଲିସ ଅଧିକାରୀ ଗୋବିନ୍ଦାପ୍ପା ଭୂମିକାରେ ଅଭିନୟ କରିଥିବା ଅଭିନେତା ହେଉଛନ୍ତି ଜଣେ ଓଡିଆ ଯୁବକ ଏମ୍‍ . ରାମକ୍ରିଷ୍ଣା। ବରଗଡ ଜିଲା ସଲା ଗ୍ରାମରେ ତାଙ୍କର ଘର। ନିଜର ଅଭିନୟ ଓ ଦମଦାର ଡାଇଲକ ପାଇଁ ସେ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି। ପୁଷ୍ପା ଚଳଚ୍ଚିତ୍ର ପୂର୍ବରୁ ସେ ବାହୁବଲୀ-୨ରେ ମଧ୍ୟ ଅଭିନୟ କରିଛନ୍ତି। ଆଗକୁ ଆହୁରି ଅଭିନୟ କରି ଗାଁ ପାଇଁ ଗୌରବ ଆଣିବ ବୋଲି ତାଙ୍କ ମାଆ କହିଛନ୍ତି। ଶିକ୍ଷା ସମାପ୍ତ ପରେ ଅଭିନୟ ପାଇଁ ହାଇଦ୍ରାବାଦ ଯାଇଥିଲେ। ସେ ପିଲାଟି ଦିନରୁ ଚଳଚ୍ଚିତ୍ରରେ ଅଭିନୟ ପାଇଁ ରୁଚି ରଖୁଥିବା ଜଣେ ମେଧାବୀ ଛାତ୍ର ମଧ୍ୟ। ପ୍ରାୟ ୧୦ ରୁ ଅଧିକ ଚଳଚ୍ଚିତ୍ରରେ ଏମ୍‍ . ରାମକ୍ରିଷ୍ଣା ଅଭିନୟ କରିଛନ୍ତି।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories