www.samajalive.in
Sunday, December 7, 2025
16.1 C
Bhubaneswar

ଡେଲଟାଠାରୁ ଅଧିକ ସଂକ୍ରାମକ; କମ୍ କ୍ଷତିକାରକ ଓମିକ୍ରନ -ଫୁସଫୁସରେ ପହଞ୍ଚିବାବେଳକୁ ଦୁର୍ବଳ ହେଉଛି

n ଭୁବନେଶ୍ବର,   (ନି.ପ୍ର): ରାଜ୍ୟରେ କରୋନା ସଂକ୍ରମଣ ନୂଆବର୍ଷ ଆରମ୍ଭରୁ ବଢିଥିବାବେଳେ ଗତ ୫ ଦିନ ହେଲା ଦୈନିକ ସଂକ୍ରମର ଏକପ୍ରକାର ସ୍ଥିର ସ୍ଥିତିରେ ରହିଛି। ଏପରିକି ଗତକାଲି ୧୧ ହଜାର ଉପରେ ଥିବାବେଳେ ଆଜି ଏଥିରେ ସାମାନ୍ୟ ହ୍ରାସ ଘଟି ୧୧ ହଜାର ତଳେ ରହିଛି। ତଥାପି ଦୈନିକ ସଂକ୍ରମଣ ୧୦ ହଜାର ଉପରେ କ୍ରମାଗତ ରହୁଥିବାରୁ ସ୍ଥିତିକୁ ହାଲୁକା ଭାବେ ନିଆଯାଇପାରିବନି। ସମସ୍ତେ କରୋନା କଟକଣାକୁ ମାନି ଚଳିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଦେଶରେ ମଧ୍ୟ ସଂକ୍ରମଣ କିଛିଟା ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଇଛି। ଗତ ୧୭ ଦିନରେ ଓଡ଼ିଶାରେ ୮୦ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏବେ ବି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ପାଖାପାଖି ରହିଛି। ଆଜି ରାଜ୍ୟରେ ୯୮୨ ଶିଶୁଙ୍କ ସମେତ ପୁଣି ୧୦ ହଜାର ୪୮୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତିନିଟି ଲହରକୁ ମିଶାଇ ଓଡ଼ିଶାରେ ମୋଟ ଶିଶୁ ସଂକ୍ରମଣ ସଂଖ୍ୟା ୧ ଲକ୍ଷ ୭୩୪ରେ ପହଞ୍ଚିଛି।

ବିଶିଷ୍ଟ ଛାତିରୋଗ ବିଶେଷଜ୍ଞ ଡାକ୍ତର କ୍ଷୀରୋଦ୍ କୁମାର ରାଉତ କହିଛନ୍ତି, ଡେଲଟାଠାରୁ ୧୦ ଗୁଣ କମ୍‌ କ୍ଷତିକାରକ ଓମିକ୍ରନ; କିନ୍ତୁ ଏହା ଡେଲ୍‌ଟାଠାରୁ ଅଧିକ ସଂକ୍ରାମକ। ବର୍ତ୍ତମାନ ସୁଦ୍ଧା ଡେଲ୍‌ଟା ସମାପ୍ତ ହୋଇନାହିଁ; କିନ୍ତୁ ଡେଲଟା ସ୍ଥାନ ନେଉଛି ଓମିକ୍ରନ। ଓମିକ୍ରନ କ୍ଷୁଦ୍ର ଭୂତାଣୁ; ଫୁସଫୁସରେ ପହଞ୍ଚିବାବେଳକୁ ଦୁର୍ବଳ ହେଉଛି; ଯେଉଁମାନେ ଟିକା ନେଇଛନ୍ତି ସେମାନଙ୍କୁ କମ ପ୍ରଭାବିତ କରୁଛି। ତେବେ ସମସ୍ତଙ୍କୁ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।
ଅନ୍ୟପକ୍ଷରେ ଆଜି ବାଲେଶ୍ବର(୨୬୧୩)କୁ ମିଶାଇ ଲାଲବଳୟରେ ପ୍ରବେଶ କରିଛି। ପୂର୍ବରୁ ଖୋର୍ଦ୍ଧା(୨୩,୫୪୧), ସୁନ୍ଦରଗଡ଼(୯୧୭୪), କଟକ(୫୦୪୩) ଓ ସମ୍ବଲପୁର (୩୪୦୨) ଲାଲବଳୟରେ ରହିଛନ୍ତି। ଅନ୍ୟପକ୍ଷରେ ବରଗଡ଼, ବଲାଙ୍ଗୀର, ରାୟଗଡ଼ା, ପୁରୀ, ଜଗତସିଂହପୁର, ଯାଜପୁର ଓ ମୟୂରଭଞ୍ଜ ଆଦି ହଳଦିଆ ବଳୟରେ ରହିଛି। କଳାହାଣ୍ଡି ଓ କୋରାପୁଟ ଖୁବଶୀଘ୍ର ହଳଦିଆ ବଳୟକୁ ପ୍ରବେଶ କରିବା ଆଶଙ୍କା ବଢିଛି। ଜାନୁଆରୀ ଶେଷସୁଦ୍ଧା ରାଜ୍ୟରେ କରୋନା ସଂକ୍ରମଣ ଶୀର୍ଷ ଛୁଇଁବ। ଏଥର ସଂକ୍ରମଣ ଅଧିକ ମାରାତ୍ମକ ହେଉ ନଥିବାରୁ ପାଖାପାଖି ୧୨୦୦ ଲୋକ ଡାକ୍ତରଖାନାରେ ଏବେ ଚିକିତ୍ସିତ ହେଉଥିବା ଜନସ୍ବାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

- Advertisement -

ଗତକାଲି ରାଜ୍ୟରେ ୭୦ ହଜାର ୧୧୭ଟି ନମୁନା ପରୀକ୍ଷା ହୋଇଥିବାବେଳେ ୧୦ହଜାର ୪୮୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ହାର ୧୪.୯୬ ପ୍ରତିଶତରେ ପହଞ୍ଚିଛି। ସଙ୍ଗରୋଧରୁ ୬୦୮୨ ଓ ସ୍ଥାନୀୟ ସଂକ୍ରମଣରୁ ୪୪୦୭ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୯୩୪, ସୁନ୍ଦରଗଡ଼ ୧୪୪୭, କଟକ ୭୮୬, ଅନୁଗୋଳ ୧୫୮, ବାଲେଶ୍ବର ୪୩୩, ବରଗଡ଼ ୧୬୬, ଭଦ୍ରକ ୧୧୮, ବଲାଙ୍ଗୀର ୨୩୮, ବୌଦ୍ଧ ୮୫, ଦେବଗଡ଼ ୪୪, ଢେଙ୍କାନାଳ ୭୦, ଗଜପତି ୧୦୯, ଗଞ୍ଜାମ ୯୨, ଜଗତସିଂହପୁର ୨୦୭, ଯାଜପୁର ୧୯୫, ଝାରସୁଗୁଡ଼ା ୨୨୫, କଳାହାଣ୍ଡି ୧୬୩, କନ୍ଧମାଳ ୫୬, କେନ୍ଦ୍ରାପଡ଼ା ୯୦, କେନ୍ଦୁଝର ୧୦୫, କୋରାପୁଟ ୧୬୨, ମାଲକାନଗିରି ୫୫, ମୟୂରଭଞ୍ଜ ୩୮୩, ନବରଙ୍ଗପୁର ୧୫୯, ନୟାଗଡ଼ ୧୯୩, ନୂଆପଡ଼ା ୧୦୮, ପୁରୀ ୧୯୮, ରାୟଗଡ଼ା ୨୫୩, ସମ୍ବଲପୁର ୩୮୭ ଓ ସୋନପୁର ୧୬୩ରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୧୧ ଲକ୍ଷ ୪୪ ହଜାର ୪୦୧ରେ ପହଞ୍ଚିଛି। ଆଜି ଆଉ ୫୯୬୫ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିବା ପରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୦ ଲକ୍ଷ ୬୬ ହଜାର ୩୨ରେ ପହଞ୍ଚିଛି। ସେହିପରି ଆଜି କରୋନାରେ ୩ ଜଣଙ୍କର ମୃତ୍ୟୁ ଘଟିବା ପରେ ମୋଟ ମୃତକଙ୍କ ସଂଖ୍ୟା ୮୪୮୪ରେ ପହଞ୍ଚିଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories