BJD Bijuli 480×75 Mob

ମୁହଁର ଚମକ ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

BJD Bijuli 480×75 Mob

ଅନେକ ସମୟରେ ମୁହଁର ଚମକ ହ୍ରାସ ପାଇବା ଭଳି ଅନୁଭବ ହୋଇଥାଏ। ଏଭଳି ସମସ୍ୟା ଦୂର କରିବା ପାଇଁ ତ୍ୱଚାର ଚମକ ବୃଦ୍ଧି କରିବା ପାଇଁ ସଭିଏଁ ଅନେକ ସମୟରେ ବ୍ଲିଚ୍‍ କରିଥାଆନ୍ତି। ତେବେ ଏହି ବ୍ଲିଚ୍‍ କୁ ଆପଣ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ।
ଘରେ କିଛି ପ୍ରାକୃତିକ ଜିନିଷ ସାହାଯ୍ୟରେ ବ୍ଲିଚ୍ ପ୍ରସ୍ତୁତ କରାଯାଇପାରେ । ଯାହାଦ୍ୱାରା ଆପଣ ତତକ୍ଷଣାତ୍ ଚମକ ପାଇପାରିବେ । ଆବଶ୍ୟକ ସାମଗ୍ରୀ ଅମୃତଭଣ୍ଡା, କ୍ଷୀର, ଆଳୁ,ବିଟ୍‍ ଓ ଲେମ୍ବୁ।
ବ୍ଲିଚ୍ ତିଆରି କରିବାକୁ, ହେଲେ ପ୍ରଥମେ ଅମୃତଭଣ୍ଡାରେ କିଛି କ୍ଷୀର ମିଶାଇ ଭଲ ଭାବେ ପେଷି ଦିଅନ୍ତୁ। ଏହାପରେ ବିଟ୍‍, ଆଳୁ ଓ ଲେମ୍ବୁକୁ ମଧ୍ୟ ପେଷି ଦିଅନ୍ତୁ। ଏହି ସବୁ ଜିନିଷକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏବେ ଏହି ମିଶ୍ରଣକୁ ମୁହଁରେ ଲଗାଇ ୧୦ ରୁ ୧୫ ମିନିଟ ରଖିବା ପରେ ମୁହଁ ଧୋଇ ଦିଅନ୍ତୁ। ବର୍ତ୍ତମାନ ମୁହଁରେ ହାଲୁକା ମଶ୍ଚରାଇଜର ଲଗାନ୍ତୁ ।

Comments are closed.