www.samajalive.in
Friday, December 12, 2025
19.1 C
Bhubaneswar

୩ୟ ଲହରରେ ସଂକ୍ରମିତ ହେଲେଣି ଏମ୍ସର ୨୬୦ କର୍ମଚାରୀ

ଭୁବନେଶ୍ବର: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ), ଭୁବନେଶ୍ବରରେ ଡାକ୍ତର, ଆବାସିକ ଡାକ୍ତର, ପାରାମେଡିକାଲ, ନର୍ସ(ସେବିକା), ସଫେଇ କର୍ମଚାରୀ କରୋନା ସଂକ୍ରମିତ ହେଉଛନ୍ତି। ପ୍ରତିଦିନ ବହୁ ସଂଖ୍ୟାରେ ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ ହେବା ଦ୍ବାରା କର୍ତ୍ତୃପକ୍ଷ ବହିର୍ବିଭାଗ (ଓପିଡି)କୁ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି। ତେବେ ତୃତୀୟ ଲହର ଆରମ୍ଭରୁ ଏଯାବତ୍‌ ପ୍ରାୟ ୨୬୦ରୁ ଅଧିକ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ ହେଲେଣି ବୋଲି ଜଣାପଡ଼ିଛି। ଏମ୍ସରେ ଦିନକୁ ପ୍ରାୟ ୩୫୦ ନମୁନା ପରୀକ୍ଷା କରାଯାଉଛି। ବାହାର ଲୋକଙ୍କ ନମୁନା ପରୀକ୍ଷା ସହ ଡାକ୍ତରଖାନା ସ୍ବାସ୍ଥ୍ୟ କର୍ମୀଙ୍କ ନମୁନା ପରୀକ୍ଷା ହେଉଛି।

ଶନିବାର ଏମ୍ସରେ ପ୍ରାୟ ୩୫୦ କରୋନା ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା କରାଯାଇଥିଲା। ୧୩୬ଜଣଙ୍କ ବିବରଣୀ ସଂକ୍ରମିତ ବୋଲି ଆସିଥିଲା‌। ସେମାନଙ୍କ ମଧ୍ୟରୁ ୫୮ଜଣ ଏମ୍ସ କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ବହୁ ଡାକ୍ତର ଅଛନ୍ତି। ଚିହ୍ନଟ କର୍ମଚାରୀ ଡାକ୍ତରଖାନା‌େ‌ର ଭର୍ତ୍ତି ନହୋଇ ଘରେ ୭ଦିନ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ଅଧୀକ୍ଷକ ପ୍ରଫେସର ଡା. ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି ସ୍ୱାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହେବା ଦ୍ବାରା ଡାକ୍ତରଖାନାରେ କରୋନା ନିୟମ କଡ଼ାକଡ଼ି ପାଳନ କରାଯିବ। ନିହାତି ଜରୁରୀ ନଥିବା ରୋଗୀଙ୍କୁ ଡାକ୍ତରଖାନା ଆସିବାକୁ ବାରଣ କରାଯାଇଛି। ରୋଗୀଙ୍କୁ ଡାକ୍ତରଖାନା ମୁଖ୍ୟ ଦ୍ୱାରରେ କରୋନା ଟିକାକରଣ ପ୍ରମାଣପତ୍ର ଦେଖାଇ ପ୍ରବେଶ କରିବାକୁ କୁହାଯାଇଛି। କିନ୍ତୁ ଜରୁରୀ ଅ‌େ‌ସ୍ତ୍ରାପଚାର ପାଇଁ ଥିବା ରୋଗୀଙ୍କୁ କରୋନା ନିୟମ ମାନି ଅ‌େସ୍ତ୍ରାପଚାର କରାଯିବ। କରୋନା ପାଇଁ ଏମ୍ସ ପକ୍ଷରୁ ରୋଗୀ ସେବା ବନ୍ଦ କରାଯିବ ନାହିଁ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories