www.samajalive.in
Friday, December 12, 2025
19.1 C
Bhubaneswar

ବିଜେପିର ବିସ୍ତାରକ ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ

ତେଲକୋଇ: ତେଲକୋଇ ବ୍ଲକ ମୁଖ୍ୟାଳୟର ନିଖିଳ ଉତ୍କଳ ଚଷା ସମାଜ ଗୃହ ଠାରେ ରବିବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ତେଲକୋଇ ଏବଂ ବାଂଶପାଳ ବ୍ଳକର ବିସ୍ତାରକ ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ମୁଖ୍ୟଅତିଥିଭାବେ ଯୋଗଦେଇ ପଞ୍ଚାୟତ ସ୍ତରୀୟ ବିସ୍ତାରକମାନଙ୍କ ସହ ସଂଗଠନର ଶକ୍ତି ବୃଦ୍ଧି, ଶାସକ ଦଳର ବିଫଳତାକୁ ଲୋକଲୋଚନକୁ ଆଣିବା ଏବଂ ସାମାଜିକ ଗଣମାଧ୍ୟମର ଭରପୁର ବ୍ୟବହାର କରିବାକୁ ନେଇ ଆଲୋଚନା କରିଥିଲେ।

ଅନ୍ୟ ଅତିଥିଙ୍କ ମଧ୍ୟରେ ଆଦିବାସୀ ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ କୈଳାସ ନାୟକ, ବିଜେପିର ଜିଲ୍ଲା ସାଧାରଣ ସମ୍ପାଦକ ଶୁକଦେବ ମହାନ୍ତ, ଆଦିବାସୀ ମୋର୍ଚ୍ଚାର ଜିଲ୍ଲା ସଭାପତି ମାନସ ନାଏକ, ଜିଲ୍ଲା ଉପସଭାପତି ଉଦୟନାଥ ସାହୁ ଏବଂ ପୂର୍ବତନ ବ୍ଲକ ସଭାପତି ଓ ଜିଲ୍ଲା ଉପସଭାପତି ରଣଜିତ ବିଶ୍ଵାଳ ଯୋଗ ଦେଇ ବିସ୍ତାରକଙ୍କୁ ପ୍ରଶିକ୍ଷଣ ଦେବା ସହ ନିର୍ବାଚନ ସଂଯୋଜନାର ଗୁରୁମନ୍ତ୍ର ପ୍ରଦାନ କରିଥିଲେ। ଉଦୟନାଥ ସାହୁ ସଭା ପରିଚାଳନା କରିଥିବା ବେଳେ ପୂର୍ବତନ ମଣ୍ଡଳ ସଭାପତି ପ୍ରମୋଦ ସାହୁ, ମଣ୍ଡଳ ସଭାପତି ସତ୍ୟନାରାୟଣ ସାହୁ ଓ ମଧୁସୂଦନ ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories