www.samajalive.in
Friday, December 12, 2025
19.1 C
Bhubaneswar

ବିଶ୍ୱନାଥ ବିଦ୍ୟାପୀଠର ପୁରାତନ ଛାତ୍ର ସମାବେଶ

ଆଠଗଡ: ଆଠଗଡର ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠର ପୁରାତନ ଛାତ୍ରମାନଙ୍କର ଏକ ସମାବେଶ କୋଭିଡ ନିର୍ଦ୍ଦେଶାବଳୀ ଅନୁପାଳନ ପୂର୍ବକ ମହୀଧରପୁର ନିକଟରେ ଅନୁଷ୍ଠିତ ହୋଇଯାଇଛି। ୧୯୮୨ବ୍ୟାଚର ୫୦ରୁ ଉର୍ଦ୍ଧ ପୁରାତନ ସହପାଠୀ ଏହି ସମାବେଶରେ ଯୋଗଦେଇ ସେମାନଙ୍କର ବିଦ୍ୟାଳୟ ଜୀବନର ସ୍ମୃତିଚାରଣ କରିଥିଲେ। ଏହି ବ୍ୟାଚର ବହୁ ଛାତ୍ର ରାଜ୍ୟ, ଦେଶ ତଥା ବିଦେଶରେ ପ୍ରତିଷ୍ଠିତ ହୋଇଥିବାରୁ ସେମାନେ ନିଜର ଶିକ୍ଷାର ମନ୍ଦିର ବିଶ୍ୱନାଥ ବିଦ୍ୟାପୀଠର ସାମଗ୍ରିକ ଉନ୍ନୟନ ପାଇଁ ନିଜର ଉତ୍ତରଦାୟିତ୍ୱ ଭାବେ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଆର୍ôଥକ ସହାୟତା ପ୍ରଦାନ ପାଇଁ ଆଲୋଚନା କରିଥିଲେ। ସେହିପରି ସେମାନଙ୍କ ସହପାଠୀଙ୍କ ମଧ୍ୟରୁ ଇତିମଧ୍ୟରେ ୨୨ଜଣଙ୍କର ପରଲୋକ ଘଟିଥିବାରୁ ସେହି ଦିବଙ୍ଗତ ବନ୍ଧୁମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନୀରବ ପ୍ରାର୍ଥନା କରିଥିଲେ। ସହପାଠୀ ସ୍ୱର୍ଗତ ଦୁଃଖଦେବ ସାହୁଙ୍କ ପରିବାରକୁ ସେମାନେ ସମବେଦନା ଜଣାଇବା ସହ କିଛି ଆର୍ôଥକ ସହାୟତା ପ୍ରଦାନ ପାଇଁ ପଦକ୍ଷେପ ନେଇଥିଲେ। ଆଇନଜୀବୀ ଅରୁଣ କୁମାର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି ସମାବେଶ ଆୟୋଜନରେ ସୁଧାକର ସାହୁ, ସାନ୍ତନୁ ସ୍ୱାଇଁ, ସୋମନାଥ ଭକ୍ତା, ଶୁଭେନ୍ଦୁ ମହାନ୍ତି ଓ ଯଶୋବନ୍ତ ବାରିକ ପ୍ରମୁଖ ସହଯୋଗ କରିଥିଲେ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories