www.samajalive.in
Thursday, December 11, 2025
15.1 C
Bhubaneswar

ଏଣିକି କାରରେ ରହିବ ୬ ଏୟାରବ୍ୟାଗ୍‍, ଯାତ୍ରୀ ରହିବେ ସୁରକ୍ଷିତ

ନୂଆଦିଲ୍ଲୀ: ଜିଆରଏସକୁ ମଞ୍ଜୁରୀ ଦେଲେ ସଡ଼କ ପରିବହନମନ୍ତ୍ରୀ ନିତିନ ଗଡ଼କରୀ । କାରରେ ୬ଟି ଏୟାରବ୍ୟାଗକୁ ବାଧ୍ୟତାମୂଳକ କରିବା ପାଇଁ ନିତିନ ଏହାକୁ ମଞ୍ଜୁରୀ ଦେଇଛନ୍ତି । ଗଡ଼କରୀ ସୋସିଆଲ ମିଡ଼ିଆରେ ଏହକୁ ନେଇ ତାଙ୍କ ପ୍ରତିକ୍ରିୟ ମଧ୍ୟ ରଖିଛନ୍ତି । ସେ କହିଛନ୍ତି କି ୮ ଯାତ୍ରୀ ପରିବହନ କରୁଥିବା ଗାଡ଼ିରେ ଅତିକମ୍‍ରେ ୬ଟି ଏୟାରବ୍ୟାଗ୍‍ ରହିବା ଉଚିତ୍‍ । ବର୍ତ୍ତମାନ ସମସ୍ତ କମ୍ପାନୀ ଯେକୌଣସି କର୍‍ ଗୁଡ଼ିକରେ ୬ଟି ଏୟାରବ୍ୟାଗ ରଖିବେ ।

ଗଡ଼କରୀଙ୍କ ଯୋଜନା ଉପରେ ଗତବର୍ଷଠୁ କାର୍‍ କମ୍ପାନୀଗୁଡ଼ିକ କାମ ଆରମ୍ଭ କରିଥିଲେ । ପୂର୍ବରୁ ମନ୍ତ୍ରଣାଳୟ ଜୁଲାଇ ୧, ୨୦୧୯ ଠାରୁ ଡ୍ରାଇଭର ଏୟାରବ୍ୟାଗକୁ ବାଧ୍ୟତାମୂଳକ କରିଥିଲା । ଜାନୁୟାରୀ ୧, ୨୦୨୨ ରୁ ଏହାର ଯାତ୍ରୀବାହୀ ଏୟାରବ୍ୟାଗକୁ ବାଧ୍ୟତାମୂଳକ କରାଯିବ ବୋଲି କୁହାଯାଇଥିଲା । ତେବେ କାରରେ କେବେଠୁ ୬ଟି ଏୟାରବ୍ୟାଗ୍‍ ବାଧ୍ୟତାମୂଳକ ହେବ ତାହା ସ୍ପଷ୍ଟ ହୋଇନାହିଁ । ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏନେଇ କିଛି ଘୋଷଣା ହୋଇନାହିଁ । ପୂର୍ବରୁ ପ୍ରତ୍ୟେକ କାରରେ ୨ଟି ଏୟାର ବ୍ୟାଗ୍‍ ରହୁଥିଲା ।

- Advertisement -

ଗୋଟିଏ ଡ୍ରାଇଭର ପାଇଁ ରହିଥିବା ବେଳେ, ଅନ୍ୟଟି ଆଗରେ ବସୁଥିବା ଯାତ୍ରୀଙ୍କ ପାଇଁ ଅଛି । ଅଟୋ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ପଛ ସିଟ୍ ଯାତ୍ରୀଙ୍କ ପାଇଁ ୪ଟି ଏୟାରବ୍ୟାଗ୍ ଲାଗିବ । ଏଥିପାଇଁ ୮ରୁ ୯ହଜାର ଟଙ୍କା ଖର୍ଚ୍ଚ ହୋଇପାରେ ।  ଅନ୍ୟାନ୍ୟ ଖର୍ଚ୍ଚ ସହ ଶ୍ରମ ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ । ଯାହା ଦ୍ୱରା କାରର ମୂଲ୍ୟ ବଢ଼ିବା ସହ ପାଖାପାଖି ଅଧିକ ୩୦ହଜାର ଟଙ୍କା ଦେବେ ଗ୍ରାହକ ।

ଏୟାରବ୍ୟାଗ୍‍ ଯାତ୍ରୀଙ୍କୁ ଦୁର୍ଘଟଣାରୁ ସୁରକ୍ଷା ଦେଇଥାଏ । ଦୁର୍ଘଟଣା ସମୟରେ ଯାତ୍ରୀଙ୍କ ମୁଣ୍ଡ ଏବଂ ଛାତିକୁ ସୁରକ୍ଷା ଦେବା ପାଇଁ ଏୟାରବ୍ୟାଗ ଖୋଲାଯାଏ । ଆପଣଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦେବା ପାଇଁ ଏୟାରବ୍ୟାଗକୁ ଏକ ସିଟ୍ ବେଲ୍ଟ ସହିତ ଫିଟ୍ କରାଯିବା ଜରୁରୀ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories