www.samajalive.in
Saturday, December 6, 2025
19.1 C
Bhubaneswar

ଘାଜିପୁର ଫୁଲ ବଜାରରୁ ଆଇଇଡି ଜବତ: ଲୁଧିଆନା ବିସ୍ଫୋରଣ ସହିତ ସଂପର୍କ!

ନୂଆଦିଲ୍ଲୀ: ଦିଲ୍ଲୀ ସୀମାନ୍ତକୁ ଲାଗିଥିବା ଉତ୍ତର ପ୍ରଦେଶର ଘାଜିପୁର ସ୍ଥିତ ଫୁଲ ବଜାରରୁ ଏକ ଶକ୍ତିଶାଳୀ ଆଇଇଡି ଜବତ କରାଯାଇଛି । ଫୁଲ ବଜାରରେ ରଖାଯାଇଥିବା ଏକ ବ୍ୟାଗ ମଧ୍ୟରୁ ଏହାକୁ ଜବତ କରାଯାଇଥିଲା । ସାଧାରଣତନ୍ତ୍ର ଦିବସ ପାଳନର ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଏଭଳି ଶକ୍ତିଶାଳୀ ଇମ୍ପ୍ରୋଭାଇଜଡ ଏକ୍ସପ୍ଲୋସିଭ ଡିଭାଇସ (ଆଇଇଡି) ଜବତ କରାଯିବା ଘଟଣା ସୁରକ୍ଷା ବାହିନୀର ଚିନ୍ତା ବଢାଇ ଦେଇଛି । ଅବଶ୍ୟ ପରବର୍ତ୍ତୀ ସମୟରେ ତାହାକୁ ଅକାମୀ କରିଦିଆଯାଇଥିବା ଜଣାଯାଇଛି ।
ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି)ର ମହାନିର୍ଦ୍ଦେଶକ ଏମ ଏ ଗଣପତି କହିଛନ୍ତି ଯେ ଘାଜିପୁର ଫୁଲ ବଜାରରେ ଏକ ବ୍ୟାଗ ରଖାଯାଇଥିବା ଏବଂ ତାହାର କେହି ଦାବିଦାର ନଥିବା ସମ୍ପର୍କରେ ଅଗ୍ନିଶମ ବିଭାଗକୁ ସୂଚନା ମିଳିଥିଲା । ସକାଳ ୧୦.୧୯ରେ ଉକ୍ତ ବ୍ୟାଗକୁ ଠାବ କରାଯାଇଥିଲା । ଖବର ପାଇବା ପରେ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ପ୍ରକୋଷ୍ଠ, ଏନଏସଜିର ବୋମା ଠାବ ଓ ନିଷ୍କ୍ରିୟକାରୀ ଦଳ ନିଆଁଲିଭା ଗାଡି ସହିତ ସେଠାରେ ପହଞ୍ଚି ଉକ୍ତ ଅଞ୍ଚଳକୁ ଘେରାଉ କରିନେଇଥିଲେ । ପରେ ତଲାସି ସମୟରେ ବ୍ୟାଗ ଭିତରୁ ଲୁହା ବାକ୍ସରେ ଥିବା ଆଇଇଡି ମିଳିଥିଲା । ତାହାପରେ ଉକ୍ତ ଡିଭାଇସକୁ ଅନ୍ୟତ୍ର ନିଆଯାଇ ନିୟନ୍ତ୍ରିତ ବିସ୍ଫୋରଣ କୌଶଳ ଜରିଆରେ ନିଷ୍କ୍ରିୟ କରିଦିଆଯାଇଥିଲା । ଲୁଧିଆନାରେ ନିକଟରେ ଘଟିଥିବା ବିସ୍ଫୋରଣ ସହିତ ଘାଜିପୁର ଫୁଲ ବଜାରରେ ଆଇଇଡି ରଖାଯିବା ଘଟଣାର ସଂପର୍କ ଥାଇପାରେ ଏବଂ ସେ ସମ୍ପର୍କରେ ତଦନ୍ତ କରାଯାଉଥିବା ଏନଏସଜି ମହାନିର୍ଦ୍ଦେଶକ ଏମ ଏ ଗଣପତି କହିଛନ୍ତି । ପୁଲିସ ସନ୍ଦେହ କରୁଛି ଯେ ଉକ୍ତ ଆଇଇଡିକୁ ରଖିବା ପୂର୍ବରୁ ଅଭିଯୁକ୍ତ ବ୍ୟକ୍ତି ଉକ୍ତ ଅଞ୍ଚଳର ରେକି କରିଥିଲା ଏବଂ ବୋମା ଭିତରେ ଟାଇମର ଖଞ୍ଜାଯାଇଥିବା ମଧ୍ୟ ସନ୍ଦେହ କରାଯାଉଛି । ଏହାର ଓଜନ ପ୍ରାୟ ୩ କିଲୋଗ୍ରାମ ବୋଲି ଦିଲ୍ଲୀ ପୁଲିସ ସୂତ୍ରରୁ କୁହାଯାଇଛି ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories